ମୁଖ୍ୟମନ୍ତ୍ରୀଙ୍କ ପରେ ଟାଟା-ଅମ୍ବାନୀଙ୍କୁ କେଜ୍ରିଓ୍ଵାଲଙ୍କ ଗୁହାରି, ଦୟାକରି ଅକ୍ସିଜେନ୍‌ ଯୋଗାଇବାରେ ସାହାଯ୍ୟ କରନ୍ତୁ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫।୦୪: ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜଧାନୀର ପ୍ରାୟତଃ ସମସ୍ତ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖିବାକୁ ମିଳିଛି। ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଏବେ ସେ ଦେଶର ବଡ ବଡ ଉଦ୍ୟୋଗପତି ଅମ୍ବାନୀ, ଟାଟା, ବିରଲା ଓ ବଜାଜକୁ ଚିଠି ଲେଖି ଦିଲ୍ଲୀ ପାଇଁ ଅକ୍ସିଜେନ୍‌ ଯୋଗାଇ ଦେବାକୁ ସହାୟତା ମାଗିଛନ୍ତି।

କେଜ୍ରିଓ୍ଵାଲ ଚିଠିରେ ଲେଖିଛନ୍ତି ଯେ, ଯଦି ଆପଣଙ୍କ ପାଖରେ ଅକ୍ସିଜେନ୍ କିମ୍ବା ଟ୍ୟାଙ୍କର ରହିଛି ତେବେ ଦୟାକରି ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରନ୍ତୁ। ଆପଣ ଯେଉଁଭଳି ଚାହିଁବେ ସେହି ପରି ସାହାଯ୍ୟ କରନ୍ତୁ। ସେ ଦେଶର ବଡ ବଡ ଉଦ୍ୟୋଗପତିଙ୍କୁ ଅକ୍ସିଜେନ୍ ଯୋଗାଇ ଦେବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଏହା ପୂର୍ବରୁ କେଜ୍ରିଓ୍ଵାଲ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ। ଅକ୍ସିଜେନ୍ ଯୋଗାଇ ଦେବାକୁ ସହାୟତା ମାଗିଥିଲେ।

wp:html /wp:html

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଯଦି ପ୍ରମୁଖ ଉଦ୍ୟୋଗପତି ଅକ୍ସିଜେନ୍‌ର ଉପଯୋଗ କିମ୍ବା ଉତ୍ପାଦନରେ ସାମିଲ ତେବେ ଆମକୁ ଅକ୍ସିଜେନ୍ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ। ଏହି ସମୟରେ ଆପଣ ସହଯୋଗର ହାତ ବଢାଇଲେ ଆମେ ଆପଣଙ୍କ ନିକଟରେ କୃତଜ୍ଞ ରହିବୁ।

ସେ କହିଛନ୍ତି ଯେ, ଯଦି ଅତିରିକ୍ତ ଅକ୍ସିଜେନ୍ ରହିଛି ତେବେ ରାଜ୍ୟମାନେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ। କେଜ୍ରିଓ୍ଵାଲ ଏନେଇ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, କେନ୍ଦ୍ର ସରକାର ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଦିଲ୍ଲୀରେ ଏମିତି ଭାବେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି ଯେ, ଅକ୍ସିଜେନ୍ ନିଅଣ୍ଟ ପଡି ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.