ଦୂଷିତ ସାର ପଠାଇ ଠକିଥିଲା ଚୀନ୍, ଉପଯୁକ୍ତ ସମୟରେ ଶ୍ରୀଲଙ୍କାକୁ ସାହା ହେଲା ଭାରତ, ବର୍ତ୍ତିଗଲା ଚାଷ

Published By : Prameya-News7 Bureau | November 06, 2021 IST

କଲମ୍ବୋ ୬।୧୧: ଶ୍ରୀଲଙ୍କାକୁ ୧୦୦ ଟନ୍‌ ନାନୋ ନାଇଟ୍ରୋଜେନ୍‌ ଯୋଗାଇ ଦେଇଛି ଭାରତ। ତେବେ ଏଥି ପୂର୍ବରୁ ଶ୍ରୀଲଙ୍କା ଜୈବିକ କୃଷି ଲାଗି ଏହି ସାର ଚୀନ୍‌ରୁ ମଗାଇଥିଲା। ପ୍ରଥମ ସିପ୍‌ମେଣ୍ଟରୁ ଏହା ଦୂଷିତ ଜଣାପଡିବା ପରେ ଶ୍ରୀଲଙ୍କା ସରକାର ବାକି ସାର ଫେରାଇ ଦେଇଥିଲେ। ତେବେ ଜରୁରି କୃଷି ଆବଶ୍ୟକତା ନିମନ୍ତେ ଭାରତକୁ ସହାୟତା ମାଗିବାମାତ୍ରେ ଏହା ଯୋଗାଇ ଦିଆଯାଇଛି। ତେବେ ଶ୍ରୀଲଙ୍କା ସରକାରଙ୍କ ସିପମେଣ୍ଟ ବାତିଲରେ କ୍ରୋଧିତ ଚୀନ୍‌ ଏବେ ପ୍ୟୁପିଲସ୍‌ ବ୍ୟାଙ୍କ ଅଫ ଶ୍ରୀଲଙ୍କାକୁ କଳାତାଲିକା ଭୁକ୍ତ କରିଛି।

{"id":539644,"sizeSlug":"full","linkDestination":"none"}

ଶ୍ରୀଲଙ୍କାର ପ୍ୟୁପିଲସ ବ୍ୟାଙ୍କ ଦେଶର ଦ୍ୱିତୀୟ ସର୍ବ ବୃହତ୍ତ ବାଣିଜ୍ୟିକ ବ୍ୟାଙ୍କ କଳାତାଲିକା ଭୁକ୍ତ  ହେବାଯୋଗୁ ଏବେ ଚୀନ୍‌ ସହ କାରବାର ବାଧିତ ହୋଇଛି। ତେବେ ଶ୍ରୀଲଙ୍କା ସରକାର ଦୂଷିତ ସାର କିଣି ଚାଷୀଙ୍କୁ କ୍ଷତିରେ ପକାଇବାରୁ ବର୍ତ୍ତିଯାଇଛନ୍ତି। ସାରର ଜରୁରି ଆବଶ୍ୟକତା ପୂରଣ ନିମନ୍ତେ ଭାରତ ସରକାର ବାୟୁସେନାଙ୍କ ଗ୍ଲୋବ ମାଷ୍ଟର ପରିବହନ ବିମାନର ଉପଯୋଗ କରିଥିଲେ। ଏଥିରେ ଶ୍ରୀଲଙ୍କା ବାୟୁସେନା ମଧ୍ୟ ସହଯୋଗ କରିଥିଲା। ଫଳରେ ଶ୍ରୀଲଙ୍କାର ଜୈବିକ ଖେତ ଏଥର ବଞ୍ଚି ଯାଇଛି।

କଲମ୍ବୋସ୍ଥିତ ଭାରତୀୟ ହାଇକମିଶନ ଏହି ମର୍ମରେ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ ଅର୍ଗାନିକ କ୍ଷେତି ଦିଗରେ ଶ୍ରୀଲଙ୍କ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ଦିଗରେ ଭାରତ  ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଫଳରେ ଶ୍ରୀଲଙ୍କା ଚାଷୀଙ୍କ ଲାଗି ନାନୋ ନାଇଟ୍ରୋଜେନ ଉପଲବ୍ଧ କରାଯାଇପାରିଛି। ଏହି ମିସନରେ ଭାରତ ଓ ଶ୍ରୀଲଙ୍କା ବାୟୁସେନା ମିଳିତ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀର ନେବର ଫାଷ୍ଟ ଓ ଫାଷ୍ଟ ରେସପଣ୍ଡର ନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

{"id":539645,"width":838,"height":558,"sizeSlug":"full","linkDestination":"none"}

ଭାରତ-ଶ୍ରୀଲଙ୍କା ସମ୍ପର୍କରେ ଏଭଳି ସହାୟତା ନୂଆ କଥା ନୁହେଁ। ଭାରତ ଅନେକ ଥର ଶ୍ରୀଲଙ୍କା ସଂକଟର ତୁରନ୍ତ ସମାଧାନ କରିଛି। ସୈନ୍ୟ ସହଯୋଗରେ ବି ଭାରତ ଅନେକବାର ଶ୍ରୀଲଙ୍କାକୁ ସହଯୋଗ କରିଛି। ଏମଟି ନ୍ୟୁଡାଇମଣ୍ଡ ଓ ଏମଭି ପର୍ଲ ଅଗ୍ନିକାଣ୍ଡରେ ଭାରତୀୟ ନୌସେନା ଓ ତଟ ରକ୍ଷୀ ମିଳିତ ସହାୟତା କରିଥିବାର ମଧ୍ୟ ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.