ସେସୁ ପରେ ୱେସ୍କୋ, ସାଉଥ୍‌କୋ ଓ ନେସ୍କୋ ପାଳି : ୩ଟି ବିଦ୍ୟୁତ୍ ବିତରଣ କମ୍ପାନୀର ହେବ ଘରୋଇକରଣ

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର ୩।୧: ସେସୁ ପରେ ଅନ୍ୟ ୩ଟି ବିଦ୍ୟୁତ୍ ବିତରଣ କମ୍ପାନୀର ହେବ ଘରୋଇକରଣ । ୱେସ୍କୋ, ସାଉଥକୋ, ନେସ୍କୋର ହେବ ଘରୋଇକରଣ । ଓଇଆରସିର ଗାଇଡଲାଇନ୍ ଅନୁଯାୟୀ ଘରୋଇକରଣ କରାଯିବ । ଏନେଇ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ପୂର୍ବରୁ ସେସୁର ଘରୋଇକରଣ ହୋଇସାରିଛି । ୫୧ ପ୍ରତିଶତ ଅଂଶଧନ ହାତେଇ ସେସୁର ମାଲିକାନା ନେଇଛି ଟାଟା ପାଓ୍ବାର । ଅଂଶ ଧନ ହାତେଇବା ପରେ ସେସୁ ଅଧିନରେ ଥିବା ରାଜ୍ୟର ପାଞ୍ଚଟି ବିଦ୍ୟୁତ ସର୍କଲ୍‌ର ୯ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ଟାଟା ପାଓ୍ବାର ବିଜୁଳି ସେବା ଯୋଗାଇବ । ଭୁବନେଶ୍ବର ୧  ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳ ପାଇଁ ଟାଟା ପାୱାର ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବର୍ଷ ପାଇଁ ଏହି ଲାଇସେନ୍ସ ଦିଆଯିବ।

୫୧ ପ୍ରତିଶତ ଅଂଶ ଧନ ଟାଟା ପାଓ୍ବାର, ୪୯ ପ୍ରତିଶତ ରାଜ୍ୟ ସରକାରଙ୍କ ପାଖରେ ରହିବ । ସେହିପରି ସେସୁର କ୍ଷତି ହୋଇଥିବା  ଟିଆଣ୍ଡ୍‌ଡି କ୍ଷତି ୩୧.୭୨% ରହିଥିବା ବେଳେ ଏଟି ଆଣ୍ଡ୍‌ ସି କ୍ଷତି ୩୪.୦୭% ରହିଛି। ଘରୋଇକରଣ ଜରିଆରେ ସେସୁ ଏଟିଆଣ୍ଡ୍‌ଟି କ୍ଷତିକୁ ୨୦୨୩ ସୁଦ୍ଧା ୨୨.୫୭% ପର୍ଯ୍ୟନ୍ତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ୨୦୦ କୋଟି ଟଙ୍କାର ବକେୟା ଅସୁଲ କରିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.