ଓଡିଶାରେ ଶକ୍ତି ବିଭାଗକୁ ଘାରିଛି ରୋଗ- ସେସୁ ବିକ୍ରି ପରେ ଓପିଜିସିର ପାଳି

Published By : Prameya-News7 Bureau | December 24, 2019 IST

ଭୁବନେଶ୍ୱର ୨୪।୧୨ - ଓଡିଶାରେ ଶକ୍ତି ବିଭାଗକୁ ଘାରିଛି ରୋଗ | ସେସୁ ବିକ୍ରି ପରେ ଓପିଜିସିର ପାଳି | ଓପିଜିସିର ପାର୍ଟନରସିପରୁ ଓହରିବ ଆମେରିକୀୟ କଂପାନୀ ଏଇଏସ୍ | ରାଜ୍ୟ ସରକାର ହରାଇବେ ହଜାର ହଜର କୋଟି ଟଙ୍କା | ସରକାରଙ୍କୁ ଚୁନ ଲଗାଇ ଛୁ ମାରିବାକୁ ବସିଛି ଏଇଏସ୍ | ଏମିତି ଏକ ଖବର ଆସିବା ପରେ ବନହରପଲି ସ୍ଥିତ ପାୱାର ଥର୍ମଲର ଭବିଷ୍ୟତ ଏବେ ଆଶା ଓ ଅଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି | ଆସନ୍ତୁ ଦେଖିବା ନ୍ୟୁଜ7ର ଏକ୍ସକ୍ଲୁସିଭ ରିପୋର୍ଟ----       

{"id":202154,"sizeSlug":"large"}

ଓପିଜିସିର 3ୟ ଓ 4ର୍ଥ ୟୁନିଟ ଉଦଘାଟନ ହେବାର ୯ମାସ ପୁରିବାକୁ ଯାଉଥିବା ବେଳେ ସଂପୁର୍ଣ୍ଣ ଭାବେ ଉତ୍ପାଦନକ୍ଷମ ହୋଇ ପାରିନି | ପ୍ରକଳ୍ପ ନିର୍ମାଣ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସ୍ରୁଷ୍ଟି ହୋଇଥିବା କୁହାଯାଉଛି | ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟକୁ ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ୨ ତାରିଖରେ ଲୋକାର୍ପଣ କରିଥିଲେ। ଏହି ୨ଟି ୟୁନିଟରୁ ୬୬୦ ଲେଖାଏଁ ୧୩୨୦  ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ହେବାକଥା।  କିନ୍ତୁ ଏହି ୨ଟି ୟୁନିଟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରୁନି ।

{"id":202155,"sizeSlug":"large"}

ରାଜ୍ୟ ସରକାର ଏହି ସମ୍ପ୍ରସାରିତ ପ୍ରକଳ୍ପ ପାଇଁ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲେ ମଧ୍ୟ ତାହା ଭବିଷ୍ୟତରେ ବନ୍ଦ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ। ଅନ୍ୟପକ୍ଷରେ ବିଜେପିର ସାଂସଦ ସୁରେଶ ପୂଜାରୀ  କହିଛନ୍ତି ଏହି ପ୍ରକଳ୍ପ ଅଞ୍ଚଳବାସୀଙ୍କ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ହେବାକୁ ଯାଉଛି।

{"id":202156,"sizeSlug":"large"}

ବନହରପାଲି ଠାରେ ଥିବା ଓପିଜିସି ଓ ଆମେରିକାନ୍ କଂପାନୀ ଏ.ଇ.ଏସ୍.ର ମିଳିତ ସହଯୋଗରେ ଆରମ୍ଭ କରାଗଲା ସଂପ୍ରସାରଣ କାର୍ଯ୍ୟ |  ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯାଇଥିଲା 15 ହଜାର କୋଟି ଟଙ୍କା | ୩ୟ ଓ ଚତୁର୍ଥ ୟୁନିଟର ଉଦଘାଟନ ପରେ ନିୟମ ଅନୁସାରେ ପରୀକ୍ଷାମୁଳକ ଭାବେ ଚାଲୁ କରାଗଲା । ପରୀକ୍ଷାମୁଳକ ଚାଲୁ କରିବା ସମୟରେ କମର୍ସିଆଲ ଅପରେସନ ଅଫ୍ ଡିକ୍ଲାରେସନ୍ ଅଫ୍ ପ୍ଲାଣ୍ଟ ବା ସିଓଡି କରାଯାଇଥାଏ |

{"id":202157,"sizeSlug":"large"}

ସିଓଡି ସମୟରେ ପ୍ରତ୍ୟେକ ୟୁନିଟରୁ ସଂପୁର୍ଣ୍ଣ ଭାବେ ୬୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା କଥା | କିନ୍ତୁ ତ୍ରୁତୀୟ ୟୁନିଟର ସିଓଡି ସଫଳ ହେବାର ୬ ମାସ ପରେ ମଧ୍ୟ ସେଥିରେ 300 ମେଗାୱାଟ ଉତ୍ପାଦନ ଟପୁନି | ଅନ୍ୟ ପକ୍ଷରେ ୪ର୍ଥ ୟୁନିଟରୁ ସିଓଡି ହେବାରେ ବିଳମ୍ବ ହେବା ପରେ ଆଜି ସୁଦ୍ଧା ପୁର୍ଣ୍ଣମାତ୍ରାରେ ଉତ୍ପାଦନ ହୋଇ ପାରୁନି | ଏହାକୁ ନେଇ ରୁଣ ବୋଝ ବଢୁଥିବା ବେଳେ ଓପିଜିସି ଦେବାଳିଆ ଅବସ୍ଥାକୁ ଆସିବା ସମ୍ଭାବନା ଦେଖାଦେଲାଣି | ଏହି ସଂସ୍ଥା ଦେବାଳିଆ ହେବା ପୁର୍ବରୁ ଏଇଏସ ଆଉ ଅଧିକ କ୍ଷତି ନିଜେ ନ ସହି ସଂସ୍ଥା ଛାଡି ଚାଲି ଯିବାକୁ ସରକାରଙ୍କୁ ଜଣାଇ ସାରିଲାଣି |

ଗତ ସପ୍ତାହରେ ଆଦାନୀ କଂପାନୀର ୧୨ ଜଣ ଅଧିକାରୀ ଆସି ଓପିଜିସିର ବନହରପାଲି ସ୍ଥିତ ଇବ ଥର୍ମାଲର ୪ଟି ଯାକ ୟୁନିଟ ସହ ଓସିପିଏଲ ର କୋଇଲାଖଣି ଓ ଆଶପଣ୍ଡ ନିର୍ମାଣସ୍ଥଳ ବୁଲି ଯିାଇଛନ୍ତି। ଏଇଏସ ଓହରିବା ପରେ ସରକାର ଏହି ପ୍ରକଳ୍ପର ୪୯ପ୍ରତିଶତ ଅଂଶଧନ ଆଦାନୀକୁ ଦେବକୁ ଉଦ୍ୟମ କରୁଛନ୍ତି ଚର୍ଚ୍ଚା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.