Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସିବିଆଇ ପରେ ଏସବିଆଇ ଗ୍ରାହକଙ୍କ ପାଇଁ ଜାରି କଲା ଚେତାବନୀ : ଏହି ଇ-ମେଲ ଆଇଡିକୁ କ୍ଲିକ ନ କରିବାକୁ ପରାମର୍ଶ, ଖାଲି ହୋଇପାରେ ଆକାଉଣ୍ଟ

22/06/2020 at 12:14 PM

ନୂଆଦିଲ୍ଲୀ ୨୨/୦୬ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ସମ୍ଭାବ୍ୟ ସାଇବର ହମଲା ସମ୍ପର୍କରେ ଚେତାବନୀ ଦେଇଛି | ବ୍ୟାଙ୍କ ଶନିବାର ସନ୍ଧ୍ୟାରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଗ୍ରାହକଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛି | କିଛି ବଡ ବଡ ସହରରେ ସମ୍ଭାବ୍ୟ ସାଇବର ହମଲାକୁ ନେଇ ପୋଷ୍ଟରେ କୁହାଯାଇଛି | ଏସବିଆଇ ନିଜ ଗ୍ରାହକଙ୍କୁ ଅପିଲ କରିଛି ଯେ କିଛି ସାଇବର ଅପରାଧୀ କୋଭିଡ-୧୯ ନାଁରେ ନକଲି ଇ-ମେଲ ପଠାଇ ଲୋକଙ୍କ ଠାରୁ ତାଙ୍କର ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟ ଚୋରି କରୁଛନ୍ତି | ଏହା ପୂର୍ବରୁ ଦିଲ୍ଲୀ ସାଇବର ସେଲ ମଧ୍ୟ ହ୍ୱାଟ୍ସ ଆପରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ସେୟାର ନ କରିବାକୁ ପରାମର୍ଶ ଦେଇଥିଲେ | ଏହି ସାଇବର ଅପରାଧୀ ଲୋକଙ୍କ ବ୍ୟାଙ୍କ ଡିଟେଲ ନେଇ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି |

ଏସବିଆଇ ରବିବାର ଦିନ ଏ ସମ୍ବନ୍ଧରେ ଏକ ଟ୍ୱିଟ କରିଥିଲା | ଟ୍ୱିଟରେ ଲେଖିଛି ଯେ, ‘ଭାରତର ପ୍ରମୁଖ ସହରରେ ଏକ ସାଇବର ହମଲା ହେବାକୁ ଥିବା ତାଙ୍କ ସଜ୍ଞାନକୁ ଆସିଛି |  ncov2019@gov.in ରୁ ଆସୁଥିବା ଇ-ମେଲ, ଯାହାର ବିଷୟବସ୍ତୁ କୋଭିଡ-୧୯ ଟେଷ୍ଟ ଦିଆଯାଇଛି ଟା ଉପରେ କ୍ଲିକ କରନ୍ତୁ ନାହିଁ |’

ଏସବିଆଇ ଏକ ବୟାନରେ କହିଛି ଯେ ପାଖାପାଖି ୨୦ ଲକ୍ଷ ଭାରତୀୟଙ୍କ ଇ-ମେଲ ଆଇଡି ସାଇବର ଅପରାଧୀ ଚୋରି କରିଛନ୍ତି | ncov2019@gov.in ଇ-ମେଲ ଆଇଡିରୁ ହ୍ୟାକର୍ସ ଲୋକଙ୍କୁ ମେଲ କରି ଫ୍ରିରେ କରୋନା ଟେଷ୍ଟ କରିବାକୁ କହି ତାଙ୍କର ବ୍ୟକ୍ତିଗତ ଡାଟା ପ୍ରାପ୍ତ କରୁଛନ୍ତି | ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ ଓ ଅହମଦାବାଦ ଲୋକଙ୍କୁ ଏହି ନକଲି ଇ-ମେଲ ଠାରୁ ସାବଧାନ ରହିବାକୁ ଏସବିଆଇ ପରାମର୍ଶ ଦେଇଛି |

ଭାରତୀୟ କମ୍ପ୍ୟୁଟର ଏଜେନ୍ସି ରେସପନ୍ସ ଟିମ (CERT-In) ପୂର୍ବରୁ ଏ ମାମଲାରେ ଗ୍ରାହକଙ୍କୁ ଚେତାବନୀ ଜାରି କରି ସରକାରୀ ବିଭାଗ ଓ ସଂସ୍ଥାଗୁଡିକୁ ଆଲର୍ଟ ରହିବାକୁ କହିଥିଲା | ବର୍ତ୍ତମାନ ହ୍ୟାକର୍ସ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି | କୋଭିଡ-୧୯ ଟେଷ୍ଟ ନାଁରେ ସାଇବର ହମଲା କରିବାକୁ ହ୍ୟାକର୍ସ ଉଦ୍ୟମ କରୁଛନ୍ତି |

   Related Posts