ଚୀନକୁ ବଏକଟ୍ : BSNL ପରେ ରେଳବାଇ ମଧ୍ୟ ଚୀନ୍ କମ୍ପାନୀ ସହିତ ରଦ୍ଦ କଲା ୪୭୧ କୋଟି ଟଙ୍କାର ଚୁକ୍ତି

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮/୦୬ : ରେଳବାଇ ଚୀନ କମ୍ପାନୀକୁ ଦେଇଥିବା ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନର ୪୭୧ କୋଟି ଟଙ୍କାର ନିବେଶ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି | ରେଲୱେ ଚୀନ କମ୍ପାନୀ ବେଜିଙ୍ଗ ନ୍ୟାସନାଲ ରେଲୱେ ରିସର୍ଚ୍ଚ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ ଅଫ ସିଗ୍ନାଲ ଆଣ୍ଡ କମ୍ୟୁନିକେସନ ଗ୍ରୁପକୁ ୨୦୧୬ ମସିହାରେ ଏହି କଣ୍ଟ୍ରାକ୍ଟ ଦେଇଥିଲା |     

ଚୀନ କମ୍ପାନୀ ୪୭୧ କୋଟି ଟଙ୍କାର ଏହି କଣ୍ଟ୍ରାକ୍ଟରେ ଇଷ୍ଟର୍ନ ଡଡିକେଟେଡ ଫ୍ରେଟ କରିଡରର ୪୧୭ କିମି ଲମ୍ବା କାନପୁର ଓ ମୁଗଲସରାୟ ସେକ୍ସନ ଏବଂ ଟେଲିକମ୍ୟୁନିକେସନର କାମ କରିବାର ଥିଲା | ରେଲୱେ କହିଛି ଯେ ଏହି କାମରେ କମ୍ପାନୀ ବହୁତ ଧୀର ଗତିରେ କାମ କରୁଛି | କମ୍ପାନୀକୁ ଏହି କାମ ୨୦୧୯ ମସିହା ସୁଦ୍ଧା ସମ୍ପୂର୍ଣ କରିବାର ଥିଲା କିନ୍ତୁ ଏବେ ଶୁଦ୍ଧ ଅକେବଳ ୨୦ ପ୍ରତିଶତ କାମ ପୁରା ହୋଇଛି |

ଗଲୱାନ ଘାଟିରେ ଭାରତ ଚୀନ ସେନା ମଧ୍ୟରେ ହିଂସା ଘଟଣା ପରେ ସରକାର ଚୀନ କମ୍ପାନୀ ଉପରେ ଦୃଢ ପଦକ୍ଷେପ ନେଇଛନ୍ତି | କେନ୍ଦ୍ର ସରକାର ବୁଧବାର ଦିନ ଭାରତ ସଞ୍ଚାର ନିଗମ ଲିମିଟେଡ଼କୁ କହିଥିଲେ ଯେ ୪ଜି ସଂସାଧନ ଅପଗ୍ରେଡ଼ କରିବାକୁ ଚୀନ ପ୍ରଡକ୍ଟ ବ୍ୟବହାର ସମ୍ପୂର୍ଣ ବନ୍ଦ କରାଯିବ | ସୂତ୍ର ଅନୁସାରେ ଟେଲିକମ ଡିପାର୍ଟମେଣ୍ଟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନେଇଛନ୍ତି |

ବର୍ତ୍ତମାନ ଟେଲିକମ ଡିପାର୍ଟମେଣ୍ଟ ୪ଜି ସର୍ଭିସ ଅପଡେସନ ପାଇଁ ନୂଆ ଭାବେ ଟେଣ୍ଡର ଜାରି କରିପାରେ | ଏହାଛଡା କେନ୍ଦ୍ର ସରକାର ଏହା ଉପରେ ମଧ୍ୟ ବିଚାର କରୁଛନ୍ତି ଯେ ପ୍ରାଇଭେଟ ଅପରେଟରଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବେ ଯେ ଚୀନ କମ୍ପାନୀର ପ୍ରଡକ୍ଟଗୁଡିକ ଉପରେ କମ ନିର୍ଭର କରିବେ | ଟେଲିକମ କମ୍ପାନୀ ଭାରତ ଏୟାରଟେଲ, ଭୋଡାଫୋନ-ଆଇଡ଼ିଆ ବର୍ତ୍ତମାନ ହୁବେଇ ସହିତ କାମ କରୁଛନ୍ତି | ବିଏସଏନଏଲ ଜେଡଟିଇ ସହିତ କାମ କରୁଛି | ସରକାରୀ ସୂତ୍ର ଅନୁଯାୟୀ ଚୀନ କମ୍ପାନୀର ପ୍ରଡକ୍ଟ ନେଟୱାର୍କ ସୁରକ୍ଷାକୁ ନେଇ ସବୁବେଳେ ବିପଦ ଲାଗି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.