ଆସିବେନି ବୋରିସ୍‌ ଜନସନ, ଜାଣନ୍ତୁ କିଏ ହେବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ?

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦/୦୧: କରୋନାର ନୂଆ ରୂପ ଦେଖାଯିବା ପରେ ବ୍ରିଟେନରେ ସ୍ଥିତି ଅଣାୟତ୍ତ ଆଡ଼କୁ ଯାଉଛି। ଏହାକୁ ନଜରରେ ରଖି ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ନାହିଁ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌। ତେବେ ଭାରତର ୭୨ ତମ ସାଧାରଣତନ୍ତ୍ର ଦିବସରେ କିଏ ମୁଖ୍ୟ ଅତିଥି ହେବେ ସେନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ସାଧାରଣତନ୍ତ୍ର ଦିବସ ପାଇଁ  ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାନ୍ତୋଖି।

wp:gallery {"ids":[390070],"linkTo":"none"} /wp:gallery

ଜାନୁଆରୀ ୨୬ର ପରେଡ୍‌ରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରିକାପ୍ରସାଦ ସାନ୍ତୋଖି ଯୋଗ ଦେବେ ବୋଲି ନ୍ୟୁଜ୍‌ ୧୮ ସୂତ୍ରରୁ ସୂଚନା ମିଳିଛି। ଏହା ସହ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆ​‌ୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମଳନୀକୁ ସମ୍ବୋଧନ ମଧ୍ୟ କରିବେ ରାଷ୍ଟ୍ରପତି ସାନ୍ତୋଖି। ଏହି ସମୟରେ ରାଷ୍ଟ୍ରପତି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ଉପରେ ଗୁରତ୍ବାରୋପ କରିପାରନ୍ତି।

ଭାରତରୁ ସୁରିନାମକୁ ଆସୁଥିବା ଭ୍ରମଣକାରୀଙ୍କ ପାଇଁ ଭିସା ଅନୁମତି ଶେଷ କରିବାକୁ ପ୍ରଥମ ପଦକ୍ଷେପ ନେବାକୁ ଭାରତୀୟ ମୂଳ ରାଷ୍ଟ୍ରପତି ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ। ଭାରତରୁ ସୁରିନାମକୁ ଆସୁଥିବା ଭାରତୀୟ ଭ୍ରମଣକାରୀଙ୍କ ପାଇଁ ଭିସା ଅନୁମତି ସମାପ୍ତ କରିବାକୁ ସୁରିନାମ ପ୍ରଥମ ପଦକ୍ଷେପ ଗ୍ରହଣ କରିବ ବୋଲି କହିଥିଲେ ସାନ୍ତୋଖି। ତେବେ ଏହା ଦ୍ବାରା ଭାରତ ଦ୍ବାରା ସୁରିନାମରେ ବ୍ୟବସାୟ ବୃଦ୍ଧି ପାଇବ। ଏହା ସହ ଭାରତ ଓ ସୁରିନାମ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ବିଷୟରେ ମଧ୍ୟ ବଖାଣିଥିଲେ ରାଷ୍ଟ୍ରପତି ସାନ୍ତୋଖି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.