୨୪ ସାଙ୍ଗଙ୍କୁ କରୋନା ବାଣ୍ଟିଲେ, ତାସ୍ ଖେଳରୁ ବ୍ୟାପିଲା ଭୟଙ୍କର ଭାଇରସ୍

Published By : Prameya-News7 Bureau | April 26, 2020 IST

ଅମରାବତୀ ୨୬।୦୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପ୍ରତି ଦେଶ ଲକ୍‌ଡାଉନ୍‌ରେ ରହିଛି। ଲୋକଙ୍କୁ ଘରେ ରହି ସାମାଜିକ ଦୂରତ୍ଵ ପାଳନ କରିବାକୁ ବାରମ୍ବାର ଅପିଲ୍ କରାଯାଉଛି। ହେଲେ ଅନେକ ଲୋକ ଘରେ ରହି ରହି ଧୈର୍ଯ୍ୟହରା ହୋଇ ବାହାରକୁ ଚାଲି ଆସୁଛନ୍ତି। କିନ୍ତୁ ସେମାନେ ବୁଝି ପାରୁ ନାହାନ୍ତି ଯେ, ଯଦି ସେ କରୋନା ସଂକ୍ରମିତ ହେବେ ତେବେ ପରିବାର ପାଇଁ ଏହା କେତେ ମହଙ୍ଗା ପଡିବ। ଏମିତି ଏକ ଘଟଣା ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଘଟିଛି। ଜଣେ ଟ୍ରକ ଡ୍ରାଇଭର ବୋର ହେବା ପରେ ସାମାଜିକ ଦୂରତ୍ଵ ଭୁଲି ନିଜର ସାଙ୍ଗ ସାଥୀ ଏବଂ ପଡୋଶୀଙ୍କୁ ସହ ତାସ୍ ଖେଳିଛି।  ପରିଣାମ ସ୍ଵରୂପ ତାଙ୍କଠୁ ସ୍ଥାନୀୟ ଅଞ୍ଚଳରେ ୨୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସବୁ ସଂକ୍ରମିତ ବିଜୟଓ୍ଵାଡାର ହୋଇଥିବା କ୍ରିଷ୍ଣା ଜିଲ୍ଲାପାଳ ଏ ମହମ୍ମଦ ଇମତିଆଜ ଶନିବାର କହିଛନ୍ତି।

ଜଣେ ଟ୍ରକ ଚାଳକ ନିଜର ସମୟ ଅତିବାହିତ କରିବା ପାଇଁ ସାମାଜିକ ଦୂରତ୍ଵ ନିୟମ ଉଲ୍ଲଂଘନ କରି ଚାସ୍ ଖେଳିବାର ପରିଣାମ ବିଜୟଓ୍ଵାଡା ଇଲାକାର ୧୫ ଜଣଙ୍କୁ ଭୋଗିବାକୁ ପଡିଛି। ଏହି ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏହି ପରି ଗତ ଦୁଇ ଦିନରେ ସହରରେ ପ୍ରାୟ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଟ୍ରକ ଡ୍ରାଇଭର ହେଉଛନ୍ତି କୃଷ୍ଣାଲଙ୍କାର ସ୍ଥାନୀୟର ବାସିନ୍ଦା। ସେ ନିଜର ସାଙ୍ଗ ଏବଂ ପଡୋଶୀଙ୍କ ସହ ଚାସ୍ ଖେଳୁଥିବା ବେଳେ ସେହି ସମୟରେ ନିକଟରେ ଏକ ମହିଳା ଗୋଷ୍ଠୀ ସମୂହ ତବଲା ବଜାଉଥିଲେ। ପରିଣାମସ୍ଵରୂପ ୨୪ ଜଣ ଏବେ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲପାଳ କହିଛନ୍ତି।

ଏହି ପରି ସମାନ ଘଟଣା କରମିକା ନଗରରେ ଘଟିଛି। ଜଣେ ଟ୍ରକ ଡ୍ରାଇଭର ଲକ୍‌ଡାଉନ୍ ଉଲ୍ଲଂଘନ କର ସ୍ଥାନୀୟ ଅଞ୍ଚଳରେ ଏଣେ ତେଣେ ବୁଲିଥିଲା। ଫଳରେ ୧୫ ଜଣ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ଇମତିୟାଜ କହିଛନ୍ତି।

ସାମାଜିକ ଦୂରତ୍ଵ ଉଲ୍ଲଂଘନ ଫଳରେ କରୋନା ସଂକ୍ରମଣ ଘଟିଥିବା ସେ କହିଛନ୍ତି। ରାଜ୍ୟରେ ହଟ୍‌ସ୍ପଟ୍‌ ସ୍ଥାନ ମଧ୍ୟରୁ ବିଜୟଓ୍ଵାଡା ଅନ୍ୟତମ। ଏଠାରୁ ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଅମରାବତୀ ସହରରେ ୨୫ ନୂତନ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଲ ଲୋକଙ୍କୁ  ସାମାଜିକ ଦୂରତ୍ଵ କଡାକଡି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.