ବ୍ଲୁ ହ୍ବେଲ୍ ପରେ ଏବେ 'ମୋମୋ' ଚାଲେଞ୍ଜ ଆତଙ୍କ : ପଶ୍ଚିମବଙ୍ଗରେ ମରିଲେଣି ୨ ଜଣ

Published By : Prameya-News7 Bureau | August 24, 2018 IST

ଦାର୍ଜିଲିଂ ୨୪/୮ : ବ୍ଲୁ ହ୍ବେଲ୍ ଗେମ ପରେ, କିକି ଚାଲେଞ୍ଜ ପରେ ଏବେ 'ମୋମୋ' ଚାଲେଞ୍ଜ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଛି | ଏହି ଚାଲେଞ୍ଜରେ ଅଂଶଗ୍ରହଣ କରି ପଶ୍ଚିମବଙ୍ଗର ଦୁଇଜଣ କିଶୋରଙ୍କ ଆତ୍ମହତ୍ୟା ଓ ଗେମ ଖେଳିବା ପାଇଁ କିଛି ଲୋକଙ୍କ ପାଖକୁ ବରାବର ଆମନ୍ତ୍ରଣ ଆସିବା ଉଦବେଗର ବିଷୟ ହୋଇଛି | ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲା ଅନ୍ତର୍ଗତ କୁରସିଓଙ୍ଗ ସହରର ମଣିଷ ସାରକି ନାମକ ଜଣେ ୧୮ ବର୍ଷ ବୟସ୍କ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟା ପୂର୍ବରୁ ସ୍ପ୍ରେ କରି ସେ ଇଂରାଜୀରେ "ଇଲୁମିନେଟ", "ଡୋପଡ଼", ହ୍ୟାଗିଂଗ ମ୍ୟାନ" ଓ ଜଣେ ଝିଅର ନାଁ ଲେଖିଥିଲେ | ଏହାକୁ ଆଧାର କରି 'ମୋମୋ' ଚାଲେଞ୍ଜ କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି | ସେହିଭଳି କୁରସିଓଙ୍ଗ ସହରର ଆଉ ଜଣେ ଯୁବତୀ ମଧ୍ୟ ସମାନ ଭାବେ ଗତ ୨୧ ତାରିଖରେ ଆତ୍ମହତ୍ୟା କରିଛନ୍ତି | ଏହା ପଛରେ ମଧ୍ୟ 'ମୋମୋ' ଚାଲେଞ୍ଜ ଥିବା ପୋଲିସ ଆଶଙ୍କା କରୁଛି | ଅପରପକ୍ଷରେ ଜଲପାଈଗୁଡ଼ିର ବବିତା ରାୟ ନାମ୍ନୀ ଜଣେ ଯୁବତୀ ନିଜ ମାଙ୍କ ସହ ଝଗଡା କାରଣରୁ ନିଜ ଷ୍ଟେଟସ ଆଉ ବଂଚିବାକୁ ଚାହୁଁନାହିଁ ବୋଲି ଲେଖିଥିଲେ | ଏହା ପରେ ପରେ ସେ 'ମୋମୋ' ଚାଲେଞ୍ଜ ଖେଳିବା ପାଇଁ ଆମନ୍ତ୍ରଣ ପାଇଥିଲେ | ଏହି ଆମନ୍ତ୍ରଣଟି +୧(୨୫୧)୯୯୯୫୪୫୧ ନମ୍ବରରୁ ଆସିଥିଲା | କବିତା ଭୟଭୀତ ହୋଇ ତୁରନ୍ତ ନମ୍ବରଟିକୁ ବ୍ଲକ କରିଦେଇଥିଲେ ଏବଂ ନିଜ ଭାଇଙ୍କୁ କହି ପୋଲିସକୁ ସୂଚନା ଦେଇଥିଲେ | ଗତବର୍ଷ ଦେଶରେ ପ୍ରାୟ ୧୫୦ ଜୀବନ ନେଇଥିବା ବ୍ଲୁ ହ୍ବେଲ୍ ଗେମ ଭଳି ଏହି 'ମୋମୋ' ଚାଲେଞ୍ଜ | ସାଧାରଣତଃ ହ୍ୱାଟ୍ସ ଆପ ମାଧ୍ୟମରେ ଏହି ଚାଲେଞ୍ଜ ପାଇଁ ଆମନ୍ତ୍ରଣ ଆସୁଥିଲେ ମଧ୍ୟ ଫେସବୁକ ଏବଂ ୟୁଟ୍ୟୁବରେ ମଧ୍ୟ ଏହାର ଆକାଉଣ୍ଟ ରହିଛି | ଜାପାନ, କେକ୍ସିକୋ ଓ କଲମ୍ବିଆରୁ ସାଧାରଣତଃ ଗେମ ଖେଳିବା ପାଇଁ ଆମନ୍ତ୍ରଣ ଆସୁଥିବା ଜଣାପଡିଛି | ଖେଳର ନିୟମ ଅନୁସାରେ ଜଣଙ୍କୁ କିଛି ଗେମ ଖେଳିବାକୁ କୁହାଯାଇଥାଏ | ଏଥିରେ ବିଫଳ ହେଲେ ଖେଳାଳିଙ୍କ ପାଖକୁ ବିଭିନ୍ନ ଭୟାନକ ଓ ବିଭତ୍ସ ଛବି, ଭିଡିଓ ଏବଂ ଅଡିଓ ଆସିଥାଏ | ପରେ ପରେ ଖେଳ କରୁଥିବା ଆଡମିନଷ୍ଟ୍ରେଟର ଖେଳାଳିଙ୍କ ବ୍ୟକ୍ତିଗତ ଡାଟା ହାୟକ କରି ବ୍ଲାକ ମେଲିଙ୍ଗ କରିବା ଆରମ୍ଭ କରିଥାଏ | 'ମୋମୋ' କାଉଣ୍ଟରରେ ଜାପାନର ସ୍ଥପତି ଚିତ୍ରକର ମିଦୋରି ହାୟସିଂଙ୍କ ଦ୍ୱାରା ତିଆରି ହୋଇଥିବା ସ୍ଥାପତ୍ୟ 'ମଦର ଗାର୍ଡ'କୁ ବ୍ୟବହାର କରାଯାଇଛି | ତେବେ ଏହି ଖେଳ ସହ ଏହାର ବା ହାୟସିଂଙ୍କ କୌଣସି ସମ୍ପର୍କ ରହିଛି କି ନାହିଁ ତାହା ଏଯାଏଁ ଜଣ ପଡ଼ିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.