Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବ୍ଲାକ ଫଙ୍ଗସ୍‌ ପରେ ହ୍ଵାଇଟ୍‌ ଫଙ୍ଗସ୍‌ର ବିପଦ, ଶରୀରର ଏହି ଅଂଶକୁ କରୁଛି ଆଟାକ୍‌, ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ

20/05/2021 at 9:54 PM

ବନୂଆଦିଲ୍ଲୀ ୨୦।୦୫: କରୋନା ଭାଇରସ୍‌ର ଦ୍ଵିତୀୟ ଲହରର ବିପଦ ନଯାଉଣୁ ଲୋକେ ବ୍ଲାକ ଫଙ୍ଗସ୍‌ ସଂକ୍ରମଣର ଶିକାର ହେଉଛନ୍ତି। ଏବେ ପୁଣି ହ୍ଵାଇଟ୍‌ ଫଙ୍ଗସ୍‌ ସାମ୍ନାକୁ ଆସିଛି। ଏହା ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି। ବିହାରରେ ହ୍ଵାଇଟ୍ ଫଙ୍ଗସ୍‌ର ଚାରୋଟି ସଂକ୍ରମଣ କେସ୍ ସାମ୍ନାକୁ ଆସିଛି। ଚାରି ରୋଗୀଙ୍କୁ ପାଟନା ମେଡିକାଲ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ, ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ହ୍ଵାଇଟ୍ ଫଙ୍ଗସ୍‌ ବ୍ଲାକ ଫଙ୍ଗସ୍‌ଠୁ ଅଧିକ ମାରାତ୍ମକ। କାରଣ ଏହା ଶରୀରର ଅନ୍ୟ ଭାଗ ଯେମିତି ତ୍ଵଚା, ପେଟ, ମସ୍ତିଷ୍କ, ସମ୍ବେଦନଶୀଳ ଅଙ୍ଗ ଓ ଫୁସଫୁସ୍‌ ବ୍ୟତୀତ ମୁହଁକୁ ମଧ୍ୟ ପ୍ରଭାବିତ କରିପାରେ। କିନ୍ତୁ ଆଶ୍ଵସ୍ତିକର କଥା ଏ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରେ ହ୍ଵାଇଟ୍‌ ଫଙ୍ଗସ୍‌ ବ୍ୟାପିବାର ଯଥେଷ୍ଟ ପ୍ରମାଣ ମିଳିନାହିଁ।

କରୋନା ପରି ହୋଇପାରେ ବିପଦଜ୍ଜନକ

ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଭାଇରସ୍‌ କରୋନା ପରି ମାରାତ୍ମକ ହୋଇପାରେ। ସଂପ୍ରତି ଏହାର ମୃତ୍ୟୁହାରକୁ ନେଇ କୌଣସି ସୂଚନା ନାହିଁ। କାରଣ ଏବେ ମାତ୍ର ଚାରୋଟି ମାମଲା ହସ୍ତଗତ ହୋଇଛି। ହ୍ଵାଇଟ୍ ଫଙ୍ଗସ୍‌ର ରୋଗୀଙ୍କ ମଧ୍ୟରେ କରୋନା ପରି ଲକ୍ଷଣ ଦେଖିବାକୁ ମିଳିଛି। କିନ୍ତୁ ରୋଗୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

ରୋଗୀଙ୍କୁ କରିବାକୁ ପଡିପାରେ ଏଚଆରସିଟି ସ୍କାନ

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଫଙ୍ଗଲର ସଂକ୍ରମଣର ଚିହ୍ନଟ ପାଇଁ ଏଚଆରସିଟି ସ୍କାନ କରିବାର ଆବଶ୍ୟକତା  ରହିଛି। ରିପୋର୍ଟ ମୁତାବକ, କରୋନା ଭାଇରସ୍‌ ପରି ବ୍ଲାକ ଫଙ୍ଗସ୍‌ ମଧ୍ୟ କମ ଆଣ୍ଟିବଡି ଲୋକଙ୍କୁ ସଂକ୍ରମିତ କରିପାରେ। ଏପରିକି ପୂର୍ବରୁ କୌଣସି ରୋଗରେ ପୀଡିତ, ମଧୁମେହ ରୋଗୀ କିମ୍ବା ଷ୍ଟେରଓଏଡ ଉପଯୋଗ କରୁଥିବା ଲୋକଙ୍କଠାରେ ସଂକ୍ରମଣର ବିପଦ ଅଧିକ ରହିଛି।

   Related Posts