ବ୍ଲାକ୍ ଫଙ୍ଗସ୍ ପରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଦେଖାଦେଲା ଏସ୍ସରଜିଲସ, ଆତଙ୍କରେ ଲୋକେ

Published By : Prameya-News7 Bureau | June 07, 2021 IST

ଡେରାଡୁନ ୦୭/୦୬ : ଡେରାଡୁନ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ପରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଏସ୍ସରଜିଲସ୍ ଦେଖିବାକୁ ମିଳିଛି । ମାମଲା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ମେଡିକାଲ ଏକ୍ସପର୍ଟଙ୍କ ସହ କଥା ହେବାପରେ ସ୍ପଷ୍ଟ ହୋଇଛି ଯେ ଏସ୍ସରଜିଲସ୍ ଫଙ୍ଗସ୍ ସାଧାରଣ ଫଙ୍ଗସ୍ ଭଳି । କରୋନା ସହ ଏହାର କୌଣସି ସମ୍ପର୍କ ନାହିଁ । ଏହି ଫଙ୍ଗସ୍ ନୂଆ ମଧ୍ୟ ନୁହେଁ । ଡେରାଡୁନର ବିଭିନ୍ନ ହସ୍ପିଟାଲରେ ୨୦ ଏସ୍ସରଜିଲସ୍ ରୋଗୀ ଭର୍ତ୍ତି ହୋଇଛନ୍ତି । ଲୋକେ ଏହାକୁ ନୂଆ ଭାରିଏଣ୍ଟ ଭାବି ଭୟଭୀତ ଅଛନ୍ତି । କିନ୍ତୁ ମେଡିକାଲରେ ଏହା ନୂଆ ନୁହେଁ ।

{"id":462868,"sizeSlug":"large","linkDestination":"none"}

ଏହି ଫଙ୍ଗସ୍ ସାଧାରଣତଃ ଶ୍ୱାସ ରୋଗୀଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଶ୍ୱାସର ହାଲୁକା ସଂକ୍ରମଣ ଥିଲେ ମଧ୍ୟ ଶୀଘ୍ର ଫଙ୍ଗସ୍ ହୋଇଥାଏ ବୋଲି ଏକ୍ସପର୍ଟ କହିଛନ୍ତି । କୋଭିଡର ନୋଡାଲ ଅଫିସର ଡାକ୍ତର ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ ଯେଉଁ କୋଭିଡ ରୋଗୀ ଶ୍ୱାସରେ ପୀଡିତ ସେମାନେ ଏସ୍ସରଜିଲସରେ ପୀଡିତ ହୋଇପାରନ୍ତି । କିନ୍ତୁ ଏହି ଫଙ୍ଗସ୍ ନୂଆ ନୁହେଁ । ଏଥିପାଇଁ ଭୟଭୀତ ହେବାର କିଛି କାରଣ ନାହିଁ ।

ବିଶେଷଜ୍ଞ କହିଛନ୍ତି ଯେ ଫଙ୍ଗସର ପ୍ରାୟ ୬୪ରୁ ଅଧିକ ଭାରିଏଣ୍ଟ ଅଛି । ସେଥିପାଇଁ ସବୁ ଫଙ୍ଗସକୁ କରୋନା ସହ ଯୋଡିବା ଠିକ ନୁହେଁ । ସେଥିପାଇଁ ଭୟଭୀତ ନ ହୋଇ ଖାଇବା ପିଇବା ଠିକ୍ ଭାବେ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.