ବିହାର ପରେ ଏବେ ଏହି ରାଜ୍ୟରେ ମଦ ଉପରେ ଲାଗିବ ରୋକ୍...

Published By : Prameya-News7 Bureau | July 28, 2019 IST

ଆସାମ୨୮|୭: ଦିନକୁ ଦିନ ଦେଶରେ ବିଷାକ୍ତ ମଦର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ନିକଟ ଅତୀତରେ ବିଶାକ୍ତ ମଦ ପିଇ ଅନେକ ଲୋକ ମୃତ୍ୟୁବରଣ କରିଥିବା ଖରବ ମଧ୍ୟ ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସେହିପରି ଆସାମରେ ବେଆଇନ ଭାବେ ଚାଲିଥିବା ବିଷାକ୍ତ ମଦ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆସାମ ସରକାର ଉଦ୍ୟମ ଜାରି ରଖିଛି। ଆସାମରେ ସମ୍ପୂର୍ଣ୍ଣ ଭାବେ ମଦକୁ ବନ୍ଦ କରିବା ପାଇଁ ରାଜ୍ୟ ବିଧାନସଭା ଦ୍ବାରା ସର୍ବଦଳୀୟ ପ୍ରତିନିଧି କମିଟି ଗଠନ କରାଯାଇଛି। ସର୍ବଦଳୀୟ ପ୍ରତିନିଧି କମିଟି ମଦକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବିଧାନସଭାରେ ଚୁକ୍ତି ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ଗତ ଫ୍ରେବୃଆରି ମାସରେ ଜୋରହଟ୍ ଓ ଗୋଲଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅନେକ ଲୋକ ମୃତ୍ୟୁ କରିବା ପରେ ଏହି ସର୍ବଦଳୀୟ କମିଟି ଗଠନ କରାଯାଇଥିଲା। ଏ ନେଇ ଗତ ଶୁକ୍ରବାର ଦିନ ବିଧାନସଭାରେ ସର୍ବଦଳୀୟ ପ୍ରତିନିଧି କମିଟି ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ନିକଟ ଭବିଷ୍ୟତରେ ଯେଉଁଭଳି ଭାବେ ବିଷାକ୍ତ ମଦ ପିଇ ଅନେକ୍ ଲୋକ ମୃତ୍ୟୁବରଣ କରିଛନ୍ତି। ତେଣୁ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ସର୍ବଦଳୀୟ ପ୍ରତିନିଧି କମିଟିର ନିୟମ ଲାଗୁ କରିବା ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲେ।

ଗତ ଫ୍ରେବୃଆରି ମାସରେ ଜୋରହଟ ଓ ଗୋଲଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୫୦ ଲୋକ ମୃତ୍ୟୁବରଣ କରିଥିଲେ। ଏହି ଘଟଣାର ଯାଞ୍ଚ କରିବା ପାଇଁ ବିଧାନସଭା ଅଧ୍ୟକ୍ଷ ହଥେନ୍ଦ୍ର ନାଥ ସ୍ବାମୀ ଏକ ସର୍ବଦଳୀୟ ପ୍ରତିନିଧି କମିଟି ଗଠନ କରିଥିଲେ। ମଦ ମୃତ୍ୟୁ ମାମଲାରେ ରାଜ୍ୟ ଅବକାରୀ ବିଭାଗକୁ ସର୍ବଦଳୀୟ କମିଟି ଜଣାଇଥିଲେ। ଏହି ବିଷାକ୍ତ ମଦ କାରବାରରେ ଅବକାରୀ ବିଭାଗରେ କିଛି ଅଧିକାରୀ ଲୋକଙ୍କ ହାତ ଥାଇ ପାରେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.