Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପଶ୍ଚିମବଙ୍ଗ ପରେ ଏବେ ଗୁଜରାଟରେ ‘ଖେଲା ହୋବେ’, ପ୍ରଥମ ଥର ଅହମ୍ମଦାବାଦରେ ଲାଗିଲା ମମତାଙ୍କ ବ୍ୟାନର

20/07/2021 at 10:58 PM

ଅହମ୍ମଦାବାଦ ୨୦।୦୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନଜର ଅନ୍ୟ ରାଜ୍ୟ ଉପରେ ରହିଛି। ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ(ଟିଏମସି)ର  ନଜର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହରାଜ୍ୟ ଗୁଜରାଟ ଉପରେ ପଡିଛି। ଏଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ପରେ ଏବେ ଗୁଜରାଟରେ ମଧ୍ୟ ଖେଳା କରିବା ମୁଡରେ ଅଛନ୍ତି। ଏହାର ପ୍ରସ୍ତୁତି ମଧ୍ୟ ଟିଏମସି ଆରମ୍ଭ କରି ଦେଇଛି। ଜୁଲାଇ ୨୧ରେ ମମତା ବାନାର୍ଜୀ ସହିଦ ଦିବସ ଅବସରରେ ସମଗ୍ର ଦେଶରେ ଭର୍ଚୁଆଲ ରାଲି ଆୟୋଜନ କରିବାକୁ ଯାଉଛନ୍ତି।

ଏ ପର୍ଯ୍ୟନ୍ତ ମମତା ବାନାର୍ଜୀ ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକାତା ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସୀମିତ ରଖିଥିଲେ। ହେଲେ ଏବେ ଦେଶର ଅନେକ ରାଜ୍ୟରେ ଭର୍ଚୁଆଲ ବୈଠକ କରିବାକୁ କରିବାକୁ ଯାଉଛନ୍ତି। ଗୁଜରାଟରେ ଗୁଜରାଟି ଭାଷାରେ ଏହି ଭର୍ଚୁଆଲ ମିଟିଂର ବ୍ୟାନର ଲଗାଯାଇଛି।

ପ୍ରଥମ ଥର ଗୁଜରାଟରେ ଲାଗିଲା ମମତାଙ୍କ ବ୍ୟାନର

ଅହମ୍ମଦାବାଦର ରାଜ୍ୟ ପରିବହନ ବସ ଷ୍ଟାଣ୍ଡରେ ଗୁଜରାଟି ଭାଷାରେ ଲଗାଯାଇଥିବା ବ୍ୟାନରରେ ଲେଖା ହୋଇଛି ଯେ, ଜୁଲାଇ ୨୧ରେ ମମତା ଦିଦି ଅପରାହ୍ନ ୨ଟାରେ ଭର୍ଚୁଆଲ ମିଟିଂକୁ ସମ୍ବୋଧିତ କରିବେ। ଗୁଜରାଟରେ ମମତାଙ୍କ ଫଟୋ ସହିତ ଲାଗିଥିବା ବ୍ୟାନର ବହୁତ କିଛି ବର୍ଣ୍ଣନା କରୁଛି। ପ୍ରଥମ ଥର ମମତାଙ୍କ ବ୍ୟାନର ଗୁଜରାଟରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଜୟ ପରେ ଉତ୍ସାହିତ ମମତା ଗୁଜରାଟର ନିର୍ବାଚନୀ ମଇଦାନରେ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି।

କଣ ପାଇଁ ପାଳନ  ହେଉଛି ସହିଦ ଦିବସ

ଜୁଲାଇ ୨୧ ତାରିଖକୁ ମମତା ଏଥିପାଇଁ ସହିଦ ଦିବସ ଭାବେ ପାଳନ କରୁଛନ୍ତି, କାରଣ ୧୯୯୩ରେ ଏହି ଦିନରେ ମମତା ଯେବେ ୟୁଥ୍ କଂଗ୍ରେସର ଅଧ୍ୟକ୍ଷା ଥିଲେ, ସେହି ସମୟରେ ପୋଲିସର ଗୁଳିରେ ୧୩ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଥିଲା। ସେହି ଦିନଠୁ ଜୁଲାଇ ୨୧ ତାରିଖକୁ ମମତା ସହିଦ ଦିବସ ଭାବେ ପାଳନ କରି ଆସୁଛନ୍ତି।

   Related Posts