ରାନୁ ମଣ୍ଡଳଙ୍କ ଜୀବନର କିଛି ନିଷ୍ଠୁର ସତ୍ୟ: କ୍ଲବରେ ଗୀତ ଗାଇବାରୁ ପ୍ରଥମ ସ୍ବାମୀ ଛାଡି ଚାଲିଯାଇଥିଲେ , ଏବେ ସେ ଏହି ଭୟଙ୍କର ରୋଗରେ ସେ ଆକ୍ରାନ୍ତ…

Published By : Prameya-News7 Bureau | August 31, 2019 IST

ନୂଆଦିଲ୍ଲୀ୩୧|୮: ପ୍ରତ୍ୟେକ ଭାରତୀୟଙ୍କ ମୁହଁରୁ ରାନୁ ମଣ୍ଡଳଙ୍କ ଗୀତ ଶୁଣିବାକୁ ମିଳୁଛି। ରାନୁଙ୍କ ସୁରିଲା କଣ୍ଠ ପାଇଁ ବହୁତ କମ୍ ଦିନରେ ସେ ଷ୍ଟାର ପାଲଟି ଗଲେ । ଏବେ ଘରେ ଘରେ ରାନୁ ମଣ୍ଡଳ ପରିଚିତ। ଷ୍ଟେସନରେ ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ସଫଳତା ପାଇଥିବା ରାନୁ ପୁଣି ତାଙ୍କ ନିଜ ସଂପର୍କୀୟଙ୍କୁ ଫେରି ପାଇଛନ୍ତି।ରାନୁ ଏବେ ଖୁସିରେ ଖୁସିରେ ଦିନ କାଟୁଛନ୍ତି। ତାଙ୍କ ଜୀବନରେ ଗୋଟେ ବଡ ପରିବର୍ତ୍ତନ ହୋଇଛି। ଭାରତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ରାନୁଙ୍କ ସଂପର୍କରେ ବେଶ ଚର୍ଚ୍ଚା ହେଉଛି। ତେବେ ସେ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛନ୍ତି। ଏକଥା ହୁଏତ ବହୁତ କମ୍ ଲୋକ ଜାଣିଥିବେ। ରାନୁଙ୍କ ସଂପର୍କରେ ଆହୁରି ମଧ୍ୟ କିଛି କଥା ଅଛି ଆପଣ ଜାଣି ନଥିବେ ।

{"id":151302}

ଏବେ ରାନୁଙ୍କ ଜୀବନରେ ଘଟି ଯାଇଥିବା କିଛି ସତ୍ୟ ଘଟଣା  ସାମ୍ନାକୁ ଆସିଛି। ରାତାରାତି ରାନୁଙ୍କୁ ଷ୍ଟାର ବନାଇଥିବା ସପ୍ଟଓ୍ବେୟାର ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ରାନୁଙ୍କ  ସଂପର୍କରେ ସୂଚନା ଦେଇଛନ୍ତି। ରାନୁ ମଣ୍ଡଳ ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ବାମୀ ରାନୁଙ୍କୁ ହତାଦାର କରିବା ସହ ତାଙ୍କ ପ୍ରତି ଧ୍ୟାନ ଦେଉ ନଥିଲେ। ୨୦ ବର୍ଷ ବୟସରୁ ରାନୁ କ୍ଲବରେ ଗୀତ ଗାଇବା ଆରମ୍ଭ କରିଥିଲେ। ହେଲେ କ୍ଲବରେ ରାନୁଙ୍କ ଗୀତ ଗାଇବାକୁ ତାଙ୍କ ସ୍ବାମୀ ପସନ୍ଦ କରୁନଥିଲେ। କ୍ଲବରେ ଗୀତା ଗାଉଥିଲେ ବୋଲି ତାଙ୍କ ସ୍ବାମୀ ତାଙ୍କଠାରୁ ଦୂରେଇ ଯାଇଥିଲେ।

{"id":151303}

 ପ୍ରଥମ ସ୍ବାମୀଙ୍କଠାରୁ ଦୂରେଇ ଗଲା ପରେ ସେ ମୁମ୍ବାଇ ପହଞ୍ଚିଥିଲେ। ସ୍ବାମୀ ଦୂରେଇ ଗଲା ପରେ ରାନୁଙ୍କର କେହି ସାହା ଭରଷା ନଥିଲେ। ମୁମ୍ବାଇରେ ଏଠିସେଠି ବୁଲିବା ପରେ ଶେଷରେ ଫିରୋଜ ଖାନଙ୍କ ଘରେ ସେ କାମ କରିଥିଲେ। ଏହି ସମୟରେ ବବଲୁ ମଣ୍ଡଳଙ୍କ ନାମକ ଏକ ଯୁବକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ବବଲୁଙ୍କୁ ଦ୍ବିତୀୟ ବିବାହ କରିଥିଲେ ରାନୁ। ହେଲେ ରାନୁଙ୍କ ଭାଗ୍ୟସାଥ୍ ଦେଲା ନାହିଁ । ଦ୍ବିତୀୟ ବିବାହ କରିଥିବା ବବଲୁ ମଣ୍ଡଳଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ରାନୁ ପୁଣି ପଶ୍ଚିମବଙ୍ଗ ଚାଲି ଯାଇଥିଲେ। ପେଟକୁ ମୁଠାଏ ଖାଇବା ଯୋଗାଡ ପାଇଁ ଷ୍ଟେଶନରେ  ରାନୁ ଗୀତ ଗାଇ ଭିକ ମାଗିବା ଆରମ୍ଭ କରିଦେଇଥିଲେ।

{"id":151304,"width":565,"height":307}

୨୦୦୩ ମସିହାରେ ତାଙ୍କ ଦ୍ବିତୀୟ ସ୍ବାମୀ ବବଲୁ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା। ବବଲୁଙ୍କୁ  ବିବାହ କରିବା ପରେ ଗୋଟେ ପୁଅ ଓ ଝିଅ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ।ଶାରିରୀକ ଓ ମାନସିକ ଭାବେ ସେ ବହୁତ ଗୁରୁତର ଥିଲେ। ଆଜି ପର୍ଯ୍ୟନ୍ତ ବି ରାନୁଙ୍କ ମାନସିକ ସ୍ଥିତି ଠିକ୍ ହୋଇନାହିଁ। ସେଥିଲାଗି ତାଙ୍କ ଝିଅ ଓ ପରିବାର ଲୋକେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ।  ନ୍ୟୁରୋଲଜିକଲ ଡିସଅର୍ଡର ନାମକ ରୋଗରେ ସେ ଆକ୍ରାନ୍ତ ଅଛନ୍ତି।

{"id":151305,"width":589,"height":392}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.