ମଲା ପରେ ବି ୪ଜଣଙ୍କ ଜୀବନ ବଞ୍ଚାଇଲେ ବ୍ୟକ୍ତି, କଲେ ଅଙ୍ଗ ଦାନ

Published By : Prameya-News7 Bureau | October 22, 2021 IST

ମହାରାଷ୍ଟ୍ର ୨୨/୧୦: ମହାରାଷ୍ଟ୍ରର ନାଗପୁରର ଏକ ଘରୋଇ ଡାକ୍ତରଖାନାରେ 'ବ୍ରେନ୍ ଡେଡ୍' ଘୋଷିତ ହୋଇଥିବା ଜଣେ ୨୭ ବର୍ଷର ବ୍ୟକ୍ତି ଚାରି ଜଣ ରୋଗୀଙ୍କୁ ନୂତନ ଜୀବନ ଦେଇଛନ୍ତି। ତାଙ୍କ ପରିବାର ତାଙ୍କର ଅନେକ ଅଙ୍ଗ ଦାନ କରିଛନ୍ତି। 'ବ୍ରେନ୍ ଡେଡ୍' ହେଉଛି ଏକ ଏପରି ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ।

ସହରର ଏକ ଘରୋଇ ଡାକ୍ତରଖାନା ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ମଧ୍ୟପ୍ରଦେଶର ବେତୁଲ ବାସିନ୍ଦା ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣା ପରେ ଅକ୍ଟୋବର ୧୬ ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ଏବଂ ବୁଧବାର ରାତିରେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା।

ଅନେକ ମନାଇବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ଅଙ୍ଗ ଦାନ କରିବାକୁ ପ୍ରବର୍ତ୍ତାଯାଇଥିଲା ଯାହା ଦ୍ୱାରା ଅନ୍ୟ ଚାରିଜଣଙ୍କ ଜୀବନ ରକ୍ଷା ହୋଇପାରିବ। ରୋଗୀର ହୃଦୟ ବିମାନରେ ମୁମ୍ବାଇକୁ ନିଆଯାଇଥିଲା ଏବଂ ତାଙ୍କର ଯକୃତ ଓ କିଡନୀ ସହରର ଅନ୍ୟ ଘରୋଇ ଡାକ୍ତରଖାନାକୁ ଦିଆଯାଇଥିଲା। ମୁମ୍ବାଇର ଏକ ଡାକ୍ତର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.