Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ହେବାପରେ ଏହି ସବୁ କଥା କରିଥିଲେ କ୍ରିକେଟ ଷ୍ଟାର ଯୁବରାଜ ସିଂ, ସେଥିପାଇଁ କ୍ୟାନସର ବି ମାନିଥିଲା ହାର ତାଙ୍କ ପାଖରେ

16/06/2019 at 2:35 PM

କ୍ୟାନସର ବା କର୍କଟ ରୋଗ ଯାହାର ନାଁ ଶୁଣିଲେ ତଣ୍ଟି ଶୁଖିଯାଏ । ମୃତ୍ୟୁ ଭୟରେ ଥରି ଉଠେ ସମଗ୍ର ଶରୀର ।କ୍ୟାନସର କବଳରୁ ବଞ୍ଚି କ୍ୟାନସରକୁ ଚକ୍‌ମା ଦେଇଥିବା ଯେଉଁ କିଛି ବ୍ୟକ୍ତି ପୃଥିବୀରେ ଅଛନ୍ତି ସେମାନଙ୍କ ଭିତରୁ ଅନ୍ୟତମ ଯୁବରାଜ ସିଂ ।କେବଳ ନିଜ ଜୀବନକୁ ବଞ୍ଚାଇ ନାହାଁନ୍ତି ସେ । ରୋଗରୁ ମୁକ୍ତି ପାଇବା ପରେ ତାଙ୍କ ଜୀବନ ଶୌଳୀ ହଜାର ହଜାର ରୋଗୀଙ୍କ ମନରେ ଆଶା ସଂଞ୍ଚାର କରିଛି । ସେହିପରି ରୋଗୀଙ୍କ ମନରେ ଜୀବନ ଜିଇଁବା ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ଯୁବରାଜ ସିଂ…

ଯୁବରାଜ ସିଂ… ଘଡ଼ି ସନ୍ଧି ମାରାତ୍ମକ ରୋଗର ଶୀକାର ହୋଇଥିଲେ ସେ । ବିଶ୍ବକପ୍‌ ବିଜୟ ଠାରୁ ବଳି ବଡ଼ ଆଶା କଣ ହୋଇପାରେ ।ତେଣୁ କୋଟି କୋଟି ଦେଶବାସୀଙ୍କ ଆଶା, ସ୍ବପ୍ନକୁ ଧ୍ୟାନ ଦେଇ ନିଜ ଜୀବନକୁ ଖାତିର କରିନଥିଲେ ଯୁବରାଜ । କ୍ୟାନସର ପୀଡ଼ିତ ଯୁବରାଜଙ୍କ ପାଇଁ  ଘଟଣାକ୍ରମ କେବଳ ସଂଘର୍ଷ ନୁହେଁ ଅନ୍ୟମାନଙ୍କ ପାଇଁ ସେ  ଆଦର୍ଶ ମଧ୍ୟ । ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇ  ଆମେରିକାରେ ଚକିତ୍ସିତ ହେଉଥିଲେ ଯୁବରାଜ । 

ତେବେ ସୁସ୍ଥ ହୋଇ ଭାରତ ଫେରିବା ପରେ ନିଜ କ୍ୟାରିୟରକୁ ଯେତିକି ଗୁରୁତ୍ବ ଦେଇଥିଲେ  ତା ଠାରୁ ଅଧିକ ଗୁରୁତ୍ବ କ୍ୟାନସର ରୋଗୀଙ୍କୁ ଦେଉଥିଲେ । ଯେଉଁମାନେ ଆକ୍ରାନ୍ତ ହେବା ପରେ ଜୀବନ ଜିଇବାର ଆଶା ଛାଡ଼ି ଦେଇଥିଲେ ସେମାନଙ୍କ ମନରେ ଆଶା ସଂଚାର କରିଥିଲେ ୟୁବି ।

କ୍ୟାନସର ଯୁବରାଜଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଜୀବନ ସହ ଜୀବିକାକୁ ମଧ୍ୟ ପ୍ରଭାବିତ କରିଥିଲା । ସେହିପରି କ୍ୟାନସର ପାଇଁ  ଖେଳାଳିରୁ ଲେଖକ ମଧ୍ୟ ହୋଇଥିଲେ ୟୁବି । ସଂଘର୍ଷମୟ କାହାଣୀକୁ ନେଇ ଯୁବରାଜ ଏକ ବହି ଲେଖିଛନ୍ତି । ଯାହାର ନାଁ ରହିଛି’THE TEST OF MY LIFE’  ଯୁବରାଜଙ୍କ ଆତ୍ମଜୀବନୀର ଉନ୍ମୋଚନ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ।

ମୃତ୍ୟୁ ସହ ସଂଘର୍ଷ କରି ମୃତ୍ୟୁକୁ ମାତ ଦେଇଛନ୍ତି ଯୁବରାଜ । ତେବେ କେବଳ ବହି କାହିଁକି କ୍ୟାନସର ଆକ୍ରାନ୍ତ ହେବା ପରେ ୟୁବିଙ୍କ ଜୀବନ ବେଶ ବଦଳି ଯାଇଛି ମଧ୍ୟ । ବିଭିନ୍ନ ମ୍ୟାଚରେ ଚିତାକର୍ଷକ ପ୍ରଦର୍ଶନ କରି ମ୍ୟାଚର ବିଜୟ ଶ୍ରେୟକୁ ମଧ୍ୟ କ୍ୟାନସର ରୋଗୀ ମାନଙ୍କୁ ଦେଇଛନ୍ତି ।

ସେହିପରି କଟକ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ ଅବସରରେ କ୍ୟାନସର ଆକ୍ରାନ୍ତ ମାନଙ୍କୁ ଭେଟିଛନ୍ତି ମଧ୍ୟ । କେବଳ ସାହନୁଭୂତି ନୁହେଁ, ସହାୟତା ମାମଲାରେ ମଧ୍ୟ ବେଶ ଆଗରେ ରହିଛନ୍ତି ଏହି ଷ୍ଟାର । ଗତ ବର୍ଷ ନିଜ ଜନ୍ମ ଦିନ ଅବସରରେ ୨୫ ଜଣ ପିଲାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।

ସେହିପରି ଏକ ସ୍ବଚ୍ଛାସେବୀ ସଂସ୍ଥା କରି କ୍ୟାନସର ରୋଗୀମାନଙ୍କୁ ମଧ୍ୟ ସେ ସହାୟତାର ହାତ ବଢ଼ାଇଦେଇଛନ୍ତି । ଫଳରେ କ୍ୟାନସର ରୋଗର ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଥିବା ୟୁବି କ୍ୟାନସର ରୋଗୀମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ।

ଦମଦାର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ୟୁବି ଏବେ ଆଉ ଏକ ଉପାୟରେ  ଦୁଃଖିଙ୍କ ମୁହଁରେ ହସ ଫୁଟାଇପାରୁଛନ୍ତି । ତେବେ ସେ କ୍ରିକେଟ ମଇଦାନରେ ରୁହନ୍ତି କିମ୍ବା ନ ରୁହନ୍ତୁ ତାଙ୍କ ଚିନ୍ତାଧାରା ନୀତି ଆଦର୍ଶ ହିଁ ସମସ୍ତଙ୍କୁ ମନେ ପକାଇବା ପାଇଁ ବାଧ୍ୟ କରିବ

   Related Posts