ବିସିସିଆଇଙ୍କ ଅପିଲ ପରେ ‘ନୋ ଫ୍ଲାଇଂ ଜୋନ’ ଘୋଷିତ ହେଲା ୱାର୍ଲଡକପ୍ ସେମି ଫାଇନାଲ ଗ୍ରାଉଣ୍ଡ

Published By : Prameya-News7 Bureau | July 07, 2019 IST

ବର୍ମିଂହମ : ଆଇସିସି ବିଶ୍ୱକପର ସେମିଫାଇନାଲ ମ୍ୟାଚ୍ ଭେନ୍ୟୁକୁ ‘ନୋ ଫ୍ଲାଇଂ ଜୋନ’ ଘୋଷଣା କରାଯାଇଛି। ବର୍ମିଂହମ ଓ ମଞ୍ଚେଷ୍ଟରରେ ବିଶ୍ୱକପର ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଏଣୁ ଉଭୟ ସହରର ପୋଲିସ ସହ ଆଲୋଚନା କରି ଆଇସିସି ଏହି ପଦକ୍ଷେପ ନେଇଛନ୍ତି। ଶନିବାର ଲିଡସରେ ବିଶ୍ୱକପର ୪୪ତମ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ବେଳେ ଷ୍ଟାଡିୟମ ଉପରେ ବିମାନ  ପଇଁତରା ମାରୁଥିବା ଦେଖାଯାଇଥିଲା। ଯେଉଁଥିରେ ଭାରତର କାଶ୍ମୀର ପ୍ରସଙ୍ଗକୁ ବିରୋଧ ସମେତ ମୋବ ଲିଞ୍ଚିଂ ବନ୍ଦ ଦାବି  ସମ୍ପର୍କିତ ବ୍ୟାନର ଲାଗିଥିବା ଦେଖାଯିବା ଘଟଣାକୁ ନେଇ ବିସିସିଆଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

{"id":131397}

ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀଙ୍କ କିପିଙ୍ଗ ଗ୍ଲୋବସ୍ କୁ ନେଇ ଆଇସିସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କୌଣସି ସାମରିକ, ଧାର୍ମିକ ଅଥବା ରାଜନୈତିକ ସଙ୍କେତ ଥିବା କ୍ରିଡାପୋକରଣ ଖେଳାଳି ମୈଦାନରେ ଉପଯୋଗ କରିପାରିବେ ନାହିଁ ବୋଲି ଆଇସିସି ବିସିସିଆଇକୁ ସଫା ସଫା  ଶୁଣାଇ ଦେଇଥିଲେ। ତେବେ ବିଶ୍ୱକପରେ ଗତ ଇଣ୍ଡିଆ ମ୍ୟାଚ୍ ମାନଙ୍କରେ ଷ୍ଟାଡିୟମ ଉପରେ ବିମାନ ଉଡାଇ ଦେଶ ବିରୋଧୀ ବ୍ୟାନର ପ୍ରଦର୍ଶନ କରିବା ଖେଳାଳି ଓ କ୍ରିକେଟ୍ ପ୍ରେମୀଙ୍କୁ ବ୍ୟଥିତ କରିଛି।

{"id":131398}

ତେବେ ଶନିବାର କିନ୍ତୁ ବିରକ୍ତକର ପରିସ୍ଥିତି ସୃଷ୍ଟି କରିଥିଲେ ବିମାନ। କମ ଉଚତାରେ ଉଡି ଏଭଳି ବ୍ୟାନର ପ୍ରଦର୍ଶନ କରିବା ସହ ବିମାନ ଭାରତୀୟ ଖେଳାଳିମାନଙ୍କ ଉପରେ ଚାପ ପକାଇବାଭଳି ପରିବେଶ ସୃଷ୍ଟି କରିଥିଲେ। ଏଣୁ ଆଇସିସିଙ୍କ ନିକଟରେ ବିସିସିଆଇ ଫେରାଦ ହେବା ସହ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆଇସିସିଙ୍କ ନିକଟରେ ବିସିସିଆଇଙ୍କର ଏହା ପ୍ରଥମ ଅଭିଯୋଗ ନୁହେଁ। ଏହା ପୂର୍ବରୁ ମଧ୍ୟ ବିସିସିଆଇ ଷ୍ଟାଡିୟମ ଉପରେ ବିମାନ ଉଡାଣକୁ ବିରୋଧ କରିଥିଲେ। ତେବେ ଏଥିପ୍ରତି ଦୃଷ୍ଟି ଦିଆଯାଇ ନଥିବାରୁ ଶନିବାର ମ୍ୟାଚରେ ଘରୋଇ ବିମାନ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏଥି ପାଇଁ ଆଇସିସି କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ମ୍ୟାଚ୍ ମାନଙ୍କରେ ଏଭଳି ହେବ ନାହିଁ ବୋଲି ବିସିସିଆଇ ନିକଟରେ କ୍ଷମା ଯାଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.