ଜାମିନ୍ ଆବେଦନ ଖାରଜ ହେବାରୁ କାନ୍ଦି ପକାଇଲେ ରିୟା

Published By : Prameya-News7 Bureau | September 11, 2020 IST

ମୁମ୍ବାଇ ୧୧/୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ରେ ରିୟା ଚର୍କବର୍ତୀଙ୍କୁ ଗିରଫ କରାଯାଇ ଥିଲା। ଆଜି ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ​‌ତେବେ ଏହି ଖବର ଶୁଣିବା ମାତ୍ରକେ ସେ କାନ୍ଦିଛନ୍ତି। ଭାୟକୁଲା ଜେଲରେ ରହୁଥିବା ରିୟାଙ୍କ ପାଖରେ ଏ ଖବର ପହଞ୍ଚିବା ପରେ ସେ ଭୋ ଭୋ ହୋଇ କାନ୍ଦିଛନ୍ତି।

ଏନସିବି ଡ୍ରଗ୍ସ ମାମଲାରେ ରିୟାଙ୍କୁ ଗିରଫ କରିବା ପୂର୍ବରୁ ପ୍ରଥମେ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ସେପ୍ଟମ୍ବର ୨୨ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଆଇନ ହେପାଜତକୁ ପଠାଯାଇଥିଲା। ତେବେ ଏବେ ରିୟାଙ୍କ ଘର ଠିକଣା ବି ବଦଳିଛି। ଅର୍ଥାତ ତାଙ୍କ ଠିକଣା ଏବେ ଭାୟକୁଲା ଜେଲ। ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଗତ ବୁଧବାର ଦିନ ଜାମିନ୍ ଯାଇଁ ଅନୁମୋଦନ କରିଥିଲେ। ତେବେ ମୁମ୍ବାଇ ସେସନ୍ କୋର୍ଟ ଏହାକୁ ଆଜି କରିଛନ୍ତି।

ଏବେ ରିୟାଙ୍କୁ ପାଖାପାଖି ଆସନ୍ତା ରବିବାର ପର୍ଯ୍ୟନ୍ତ ଜେଲରେ ରହିବାକୁ ହେବ। ଯଦି ରିୟାଙ୍କ ତରଫରୁ ଅର୍ଜେଣ୍ଟ୍ ଶୁଣାଣି ପାଇଁ ହାଇକୋର୍ଟରେ ଜାମିନ୍ ମଞ୍ଜୁର ହୁଏ, ତେ​ବେ​‌ ବି ତାଙ୍କର ଶୁଣାଣି ଆାସନ୍ତା ସୋମବାରକୁ ହେବ। ଏବେ ସେ ଜେଲରେ ଦୁଇ ରାତି ଅତିବାହିତ କରିସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.