Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୩ ବର୍ଷ ପରେ ଆଶ୍ୱସ୍ତି : ଜେଲରୁ ବାହାରି ଝିଅ ମିସା ଘରକୁ ସିଫ୍ଟ କଲେ RJD ମୁଖ୍ୟ ଲାଲୁ

1/05/2021 at 10:02 AM

ପାଟନା ୧/୫ : ୩ ବର୍ଷ ପରେ ଜେଲରୁ ମୁକୁଳିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଗତ ୧୭ ଏପ୍ରିଲରେ ତାଙ୍କୁ ଜାମିନ ନେଇ ଶୁଣାଣି ହୋଇଥିଲା । ପରେ ତାଙ୍କର ଜେଲରୁ ବାହାରିବାର ରାସ୍ତା ସଫା ହୋଇଯାଇଥିଲା । ପାର୍ଟି କାର୍ଯ୍ୟକର୍ତ୍ତା ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ । ଗତ କିଛିଦିନ ହେବ ଦିଲ୍ଲୀ ଏମସରେ ଚାଲିଥିଲା ଚିକିତ୍ସା । ଏବେ ସେ ଡିସଚାର୍ଜ ହୋଇ ନିଜ ଝିଅ ଘରକୁ ସ୍ଥାନାନ୍ତର ହୋଇଛନ୍ତି ।

ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷିଟେର ରଖି ସେ ତାଙ୍କ ଝିଅ ଘରେ ରହିବେ । ୧୭ ଏପ୍ରିଲରେ ଜଷ୍ଟିସ ଅପରେସ କୁମାର ସିଂହ ଲାଲୁଙ୍କ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ଲାଲୁଙ୍କ ଓକିଲ କହିଥିଲେ ୧୯ ଏପ୍ରିଲରେ ଲାଲୁଙ୍କୁ ଛାଡ କରାଯିବ । କିନ୍ତୁ ଝାଡଖଣ୍ଡ ବାର କାଉନସିଲ ବୈଠକରେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା । ଏଠାରେ କହିରଖୁଛୁ ଲାଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସର୍ତ୍ତଗୁଡିକ ହେଉଛି ବିଦେଶ ଗସ୍ତରେ ଯାଇପାରିବେନି, ଘରର ଠିକଣା ପରିବର୍ତ୍ତନ କରିବେନି ଏବଂ ମୋବାଇଲ ନମ୍ୱର ବି ଚେଞ୍ଜ କରିବେନି । ଏସବୁ ସର୍ତ୍ତ ମୁତାବିକ୍ ଲାଲୁ ଜମାନତରେ ମୁକୁଳିଛନ୍ତି । ଚାରା ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିଲେ ଆରଜେଡି ମୁଖ୍ୟ ।

   Related Posts