Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

‘ବଚପନ୍ କା ପ୍ୟାର୍’ ପରେ ସହଦେବ ଗାଇଲେ ‘ମନି ହାଇଷ୍ଟ’ର ଗୀତ Bella Ciao’ : ଭାଇରାଲ ହେଉଛି ଭିଡିଓ

8/09/2021 at 9:16 AM

ମୁମ୍ବାଇ ୦୮/୦୯ :ଛତିଶଗଡ଼ର ସହଦେବ ଚଳିତ ବର୍ଷ ଆରମ୍ଭରେ ନିଜର ଦୁଇଟି ପୁରୁଣା ଭିଡିଓ ପାଇଁ ରାତାରାତି ଲୋକପ୍ରିୟତା ହାସଲ କରିଥିଲେ। ଗୋଟିଏ ଭିଡିଓରେ ତାଙ୍କୁ ସ୍କୁଲ୍ ପୋଷାକରେ ‘ବଚପନ୍ କା ପ୍ୟାର୍’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ଏତେ ଭାଇରାଲ୍ ହେଲା ଯେ ଶେଷରେ ଜଣାଶୁଣା ରାପର୍ ବାଦଶାହ୍ ତାଙ୍କୁ ନେଇ ଏହା ଉପରେ ଏକ ଗୀତ ପ୍ରସ୍ତୁତ କରିଥିଲେ। କିନ୍ତୁ ଏବେ ତାଙ୍କର ଆଉ ଏକ ଗୀତ ଭାଇରାଲ ହେବାରେ ଲାଗିଛି ।

‘ବଚପନ୍ କା ପ୍ୟାର୍’ ଭାଇରାଲ୍ ଗୀତ ଜରିଆରେ ଲୋକପ୍ରିୟତା ପପୁଲାର ହୋଇଥିବା ସହଦେବ ଦିର୍ଦୋଙ୍କର ଆଉ ଏକ ଗୀତ ଏବେ ଭାଇରାଲ୍ ହୋଇଛି । ସେ ‘ମନୀ ହାଇଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଗୀତକୁ ଗାଇଛନ୍ତି। ଏହି ଭିଡିଓଟି ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସୁଛି ଏବଂ ଏହା ସୋସିାଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

 ‘ମନି ହାଇଷ୍ଟ’ର ଆଇକନିକ୍ ଗୀତ ‘Bella Ciao’ ଏବେ ଚାରିଆଡ଼େ ଧୁମ୍ ମଚାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ୱେବ ସିରିଜକୁ ନେଇ ଚାଲିଥିବା କ୍ରେଜ୍ ଚାଲିଛି । ଗତ କିଛି ଦିନ ତଳେ ମୁମ୍ବାଇ ପୋଲିସର ପାଖାପାଖି ୨୦ ଜଣ କର୍ମଚାରୀ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ଏହି ଲୋକପ୍ରିୟ ଗୀତଟିକୁ ବଜାଇଥିଲେ। ଏହା ପରେ ଏବେ ସହଦେବ ମଧ୍ୟ ଏହି ‘Bella Ciao’ ଭର୍ସନ୍ ଖୁବ୍ ଭାଇରାଲ୍ ହୋଇଛି।

ଏହା ଫେସବୁକର ଅଫିସିଆ ପେଜ୍ ‘ଦେଶୀ ହୋମୀ’ ଦ୍ୱାରା ସେୟାର୍ କରାଯାଇଛି । ଏହି ଭିଡିଓଟିକୁ ପୋଷ୍ଟ କରାଯିବା ଘଣ୍ଟା ମଧ୍ୟରେ ହଜାର ହଜାର ଲାଇକ୍ ଓ ଅନେକ କମେଣ୍ଟ ମିଳିଛି। କିଛି ଲୋକେ ସହଦେବଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ୧୯୬୨ରେ ଇଟାଲୀୟ ଲୋକ ଗାୟକ ଜିଓଭାନ୍ନା ଡେଫାନୀ ‘Bella Ciao’ ଗୀତର ରେକର୍ଡ କରିଥିଲେ।

   Related Posts