Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆଇନ ଛାଟ ଭୟରେ ସତ ମାନିଗଲେ ବାବା : ବୁଲେଇ ବଙ୍କେଇ କହିଲେ ଏମିତି…

30/06/2020 at 1:33 PM

ଡେରାଡୁନ ୩୦/୦୬ : କିଛି ଦିନ ପୂର୍ବରୁ ଆୟୁର୍ବେଦିକ ସଂସ୍ଥା ପତାଞ୍ଜଳୀ କରୋନା ଔଷଧ କୋରୋନିଲ ଲଞ୍ଚ କରିଥିଲା | କିନ୍ତୁ ଔଷଧ ଲଞ୍ଚ ପରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବାବା ରାମଦେବ | ମାମଲା କୋର୍ଟରେ ପହଞ୍ଚିବା ପରେ ବାବା ୟୁ-ଟର୍ଣ୍ଣ ମାରିଛନ୍ତି | ଉତ୍ତରାଖଣ୍ଡ ଆୟୁଷ ବିଭାଗକୁ ପତାଞ୍ଜଳୀ ତରଫରୁ କୁହାଯାଇଛି ଯେ ସେ ଏବେ ପର୍ଯ୍ୟନ୍ତ କରୋନାର କୌଣସି ଔଷଧ ବାହାର କରିନାହିଁ | ଆୟୁଷ ମନ୍ତ୍ରାଳୟ ତରଫରୁ ଜାରି ନୋଟିସ ପରେ ଏବେ ପତାଞ୍ଜଳୀ ନିଜର ସମସ୍ତ ଦାବିରୁ ପଛଘୁଞ୍ଚା ଦେଇଛି | ଆୟୁଷ ବିଭାଗର ନୋଟିସର ଜବାବରେ ପତାଞ୍ଜଳୀ ଆୟୁର୍ବେଦ କହିଛି କହିଛି ସେ କେବେ ବି କରୋନା ଔଷଧ ତିଆରି କରିଥିବା ଦାବି କରିନଥିଲେ | ସେ କହିଥିଲେ ଯେ ପତାଞ୍ଜଳୀ ଏମିତି ଔଷଧ ତିଆରି କରିଛି ଯେଉଁଥିରେ କରୋନା ରୋଗୀ ସୁସ୍ଥ ହେଉଛନ୍ତି |

ପତାଞ୍ଜଳୀ ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ପତାଞ୍ଜଳୀ ଆୟୁର୍ବେଦ ଏବେ ମଧ୍ୟ ନିଜ ଦାବି ଓ ଔଷଧ ଉପରେ କାୟମ ରହିଛି | ସେ କେବେ ବି କରୋନା ଭାଇରସ ଔଷଧ ତିଆରି କରିଥିବା ଦାବି କରିନଥିଲେ ବୋଲି କହିଛନ୍ତି | ସରକାରଙ୍କ ଅନୁମତି ଓ ତାଙ୍କ ଗାଇଡଲାଇନ ହିସାବରେ ଯେଉଁ ଔଷଧ ତିଆରି କରାଯାଇଛି ସେଥିରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି |

ସୂଚନାଯୋଗ୍ୟ ଯେ, ଜୁନ ୨୩ ତାରିଖରେ ପତାଞ୍ଜଳୀ ଆୟୁର୍ବେଦ ରାଜସ୍ତାନର ନିମ୍ସ ୟୁନିଭର୍ସିଟି ସହ ମିଳି କରୋନା ଔଷଧ ତିଆରି କରିଥିବା ଦାବି କରିଥିଲା | ପତାଞ୍ଜଳୀ ଲଂଚ କରିଥିବା ଔଷଧର ନାଁ କୋରୋନିଲ ଏବଂ ଶ୍ୱାସରୀ ବାଟି ରଖାଯାଇଥିଲା | ଔଷଧ ଲଂଚ ସମୟରେ କୁହାଯାଇଥିଲା ଯେ କରୋନା ରୋଗୀଙ୍କ ଉପରେ କ୍ଲିନିକାଲ ଯାଞ୍ଚ ମଧ୍ୟ କରାଯାଇଛି |

ପତାଞ୍ଜଳୀ ଆୟୁର୍ବେଦ ତରଫରୁ କରାଯାଇଥିବା ଏହି ଦାବି ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆୟୁଷ ବିଭାଗ ପତାଞ୍ଜଳୀ ଆୟୁର୍ବେଦର ଏହି ଦାବିକୁ ଅସ୍ବୀକାର କରିଥିଲେ | ଏପରିକି ପତାଞ୍ଜଳୀ ଏହି ଔଷଧ ପାଇଁ କୌଣସି ଲାଇସେନ୍ସ ମଧ୍ୟ ନେଇନଥିବା ମନ୍ତ୍ରାଳୟ କହିଥିଲେ | ମାମଲା ବଢିବା ପରେ ଉତ୍ତରାଖଣ୍ଡ ଆୟୁଷ ବିଭାଗ ତରଫରୁ କୁହାଯାଇଥିଲା ଯେ ପତାଞ୍ଜଳୀ ଆୟୁର୍ବେଦ ପ୍ରତିରୋଧକ କ୍ଷମତା ବଢାଇବା ବା ଇମ୍ୟୁନିଟି ବୁଷ୍ଟର ତିଆରି ପାଇଁ ଲାଇସେନ୍ସ ନେଇଥିଲା | କିନ୍ତୁ ପତାଞ୍ଜଳୀ ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ଦାବି କରିଥିଲା | 

   Related Posts