ପୁଅ ଗିରଫ ପରେ ଶାହାରୁଖ୍‌ଙ୍କ ସହ ସମ୍ପର୍କ ଭାଙ୍ଗିଲା ଏହି ବ୍ରାଣ୍ଡ କମ୍ପାନୀ : କୋଟି କୋଟି ଟଙ୍କାର ହେଲା କ୍ଷତି..

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯/୧୦:  ମୁମ୍ବାଇର ଏକ କ୍ରୁଜ୍‌ରେ ଡ୍ରଗ୍ ମାମଲାରେ  ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଗିରଫ କରାଯିବା ପରେ ବଲିଉଡ ଶାହରୁଖଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଆସିଛି। ତେବେ ଖବର ଅନୁଯାୟୀ , ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ବର୍ତ୍ତମାନ ଏକ ବଡ ବ୍ରାଣ୍ଡ ଶାହାରୁଖ୍‌ଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଛି । ଗତ କିଛି ଦିନ ହେବ ବ୍ରାଣ୍ଡ ଶାହରୁଖ ଖାନଙ୍କ ବିଜ୍ଞାପନକୁ ଆଡଭାନ୍ସ ପଇସା ଦେବା ପରେ ଏବେ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଶାହାରୁଖଙ୍କ ପାଇଁ  ସବୁଠୁ ବଡ ପ୍ରୋଜେକ୍ଟ ଥିଲା ।

ତେବେ ଏକ ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଟ୍ରୋଲରଙ୍କ ସମୁଖ୍ଖୀନ ହେବାକୁ ପଡିଛନ୍ତି । ଏହା ପରେ ଆଡଭାନ୍ସ ବୁକିଂ ସତ୍ତ୍ବେ ମଧ୍ୟ ଶାହରୁଖ ଖାନଙ୍କ ଠାରୁ ବିଜ୍ଞାପନ ଫେରାଇ  ନିଆଯାଇଛି। ଏହି ଖବର ପାଇବା ପରେ ବାଇଜୁର ମୁଖପାତ୍ର ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

wp:gallery {"ids":[524608],"linkTo":"none"} /wp:gallery

ତେବେ ଏହି ମାମଲା ସହିତ ପରିଚିତ ଲୋକମାନେ କହିଛନ୍ତି ଯେ ଶାହାରୁଖ ଖାନଙ୍କ ବାଇଜୁ ଚୁକ୍ତିରେ ବାର୍ଷିକ ୩-୪ କୋଟି ଟଙ୍କା ସ୍ଥିର କରାଯାଇଛି। ଶାହାରୁଖ ୨୦୧୭ ଠାରୁ ଏହି ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି ଏବଂ ଯୋଗଦେବା ପରେ କମ୍ପାନୀ ମଧ୍ୟ ବହୁତ ବୃଦ୍ଧି ପାଇଛି। ସେ କହିଛନ୍ତି, 'ସେ (ବାଇଜୁ) ବର୍ତ୍ତମାନ ପର୍ଯ୍ୟନ୍ତ ଶାହାରୁଖଙ୍କ ସହ ଜଡିତ ସମସ୍ତ ପ୍ରମୋଶନକୁ ବନ୍ଦ କରି ଦେଇଛି। ଏହାକୁ ପଛକୁ ଟାଣିବାକୁ ପଡିଲା କାରଣ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀ ବିବାଦକୁ ଦୃଷ୍ଟିରେ ରଖି ତାଙ୍କ ପୁଅଙ୍କ ସହ ଜଡିତ ଡ୍ରଗ୍ ମାମଲାକୁ ନେଇ ତାଙ୍କ କୌଣସି ପ୍ରମୋଶନ ଦେଖାଇବାକୁ ଚାହୁଁନାହାଁନ୍ତି। ଏହା ସ୍ପଷ୍ଟ କରାଯାଇନାହିଁ କି ବାଇଜୁ ଶାହାରୁଖକୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି କି ନାହିଁ।

ଶାହରୁଖ ହୁଣ୍ଡାଇ, ଏଲଜି, ଦୁବାଇ ଟୁରିଜିମ୍, ଆଇସିଆଇସିଆଇ ବ୍ୟାଙ୍କ ଏବଂ ରିଲାଏନ୍ସ ଜିଓ ପରି ଅନେକ ଅଗ୍ରଣୀ ବ୍ରାଣ୍ଡର ପ୍ରମୁଖ ଚେହେରା ହୋଇଥିବାବେଳେ ବାଇଜୁ ପାଇଁ ସବୁଠାରୁ ବଡ ପ୍ରାୟୋଜକ କାରବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.