Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଇଦ୍ ପାଇଁ ପ୍ରସ୍ତୁତ ହେଉଛି କାଶ୍ମୀର, ଆରଏସଏସ ପ୍ରସଂଗ ଉଠାଇ ପୁଣି ନିଆଁ ଜାଳିବାକୁ ଉଦ୍ୟମ କରୁଛନ୍ତି ଇମ୍ରାନ…

11/08/2019 at 5:32 PM

ନୂଆଦିଲ୍ଲୀ ୧୧|୮: କାଶ୍ମୀର ସ୍ଥିତି ଏବେ ଶାନ୍ତ । ଆଉ ସୋମବାର ହେଉଛି ବକର ଏ ଇଦ୍ । ଏଥିପାଇଁ ଜାମ୍ମୁ କାଶ୍ମୀରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଇଦ୍‌ ପାଇଁ କାଶ୍ମୀର ଘାଟିରେ କଟକଣା କିଛିଟା କୋହଳ କରାଯାଇଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କାଶ୍ମୀର ଘାଟୀର ବିଭିନ୍ନ ଅଞ୍ଚଳ ବୁଲି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ସୁରକ୍ଷା କଟକଣା କୋହଳ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ସେପରି କିଛି ବଡ଼ ବିକ୍ଷୋଭ ଦେଖିବାକୁ ମିଳିନାହିଁ ।ସେପଟେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିଫଳ ହେବାପରେ ଇମ୍ରାନ ଖାନ, ଆରଏସ୍‌ଏସ୍‌କୁ ଟାର୍ଗେଟ୍‌ କରି ଟ୍ବିଟ୍‌ ପରେ ଟ୍ବିଟ୍‌ କରିଛନ୍ତି ।

କାଶ୍ମୀର ଘାଟୀରେ ଇଦ୍‌ ପାଇଁ ପ୍ରସ୍ତୁତି । ଲୋକେ ବାହାରକୁ ଯାଇ ଆବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି । ସ୍ବାଭାବିକ ଜୀବନ ଯଆତ୍ରାର ଏକ ଭିଡିଓ କାଶ୍ମୀର କାର୍ଯ୍ୟରତ ପୋଲିସ ଅଫିସର ଇମତିଆଜ ହୁସେନ ସେୟାର କରିଛନ୍ତି।  କାଶ୍ମୀରର ବିଭିନ୍ନ ସ୍ଥାନର କିଛି  ଭିଜୁଆଲ ଦେଖାଯାଉଛି । ଇଦ୍‌ ପାଇଁ ଲୋକେ ବ୍ୟସ୍ତ।  କୌଣସି ସ୍ଥାନରେ କିଛି ବଡ଼ ହିଂସାକାଣ୍ଡ ଦେଖିବାକୁ ମିଳିନାହିଁ । ଜାମ୍ମୁ କାଶ୍ମୀରରେ ଗତ ୬ ଦିନ ହେଲାଣି ଆଦୌ ଗୁଳି ଫୁଟିନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଆଉ ପୁରା କାଶ୍ମୀର ଘାଟୀରେ ସ୍ଥିତି ପରଖୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ  ।ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ଲୋକଙ୍କ ସହିତ ମିଶିବା ସହ ସେମାନଙ୍କ  ସମସ୍ୟା ସଂପର୍କରେ ପଚାରି ବୁଝୁଛନ୍ତି । ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଥିବା ବେଳେ ନିହାତି ଆବଶ୍ୟକ ନ ହେଲେ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଲୋକଙ୍କୁ ଇଦ୍‌ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଉପରେ ଏକ ପୁସ୍ତକ ଉନ୍ମୋଚନ ବେଳେ କହିଛନ୍ତି ଧାରା ୩୭୦ର ଉଚ୍ଛେଦ କାଶ୍ମୀରରୁ ଆତଙ୍କବାଦର ଲୋପ କରିବ । ଏହି ଧାରା ଦେଶ କିମ୍ବା ରାଜ୍ୟ ପାଇଁ କୌଣସି କାମରେ ଆସୁନଥିଲା ।

ଅନ୍ୟପକ୍ଷରେ କାଶ୍ମୀରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନିରାଶ ହେବାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଟ୍ବିଟ୍‌ କରି ସିଧାସଳଖ ଆରଏସ୍‌ଏସ୍‌କୁ ଟାର୍ଗେଟ୍‌ କରିଛନ୍ତି ।ଆର୍‌ଏସ୍‌ଏସ୍‌ର ନାଜି ବିଚାରଧାରାରେ ପ୍ରଭାବିତ ହୋଇ କାଶ୍ମୀରରେ କର୍ଫ୍ୟୁ ଜାରି କରାଯାଇଛି ।ଆଉ ଏହାଦ୍ବାରା ଭାରତ କାଶ୍ମୀରରେ ଜନସଂଖ୍ୟାର ସନ୍ତୁଳନକୁ ପରିବର୍ତ୍ତନ କରୁଛି ବୋଲି ଲେଖିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ । ତେବେ ଇମ୍ରାନଙ୍କ ଏହି ଟ୍ବିଟ୍‌ ନେଇ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷିତ ହେବାପରେ ଆଗାମୀ ସ୍ବାଧୀନତା ଦିବସରେ ସବୁ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଚାଲିଛି ।ସେପଟେ ଏବେ କାଶ୍ମୀରରେ ଡ୍ୟୁଟି କରୁଥିବା ଲେଫ୍‌ଟନାଣ୍ଟ ଜେନେରାଲ ମହେନ୍ଦ୍ର ସିଂ ଧୋନୀ ଲଦାଖରେ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

   Related Posts