କ୍ଷମା ମାଗିବା ପରେ IMA ଓ ଫାର୍ମା କମ୍ପାନୀକୁ ରାମଦେବଙ୍କ ୨୫ ପ୍ରଶ୍ନ, କହିଲେ- ଏଲୋପାଥି ପାଖରେ ଏସିଡିଟିର ସ୍ଥାୟୀ ସମାଧାନ ଅଛି କି ?

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪।୦୫: ଏଲୋପାଥିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ପ୍ରତ୍ୟାହାର ପରେ ବାବା ରାମଦେବ ପୁଣି ଥରେ ଏହି ଚିକିତ୍ସା ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି।  ବାବା ରାମଦେବ ସୋମବାର ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଓ ଫାର୍ମା କମ୍ପାନୀକୁ ଖୋଲା ଚିଠି ଲେଖି ୨୫ଟି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏଲୋପାଥି ସର୍ବଶକ୍ତିମାନ ଏବଂ ସର୍ବଗୁଣ ସଂପନ୍ନ ତେବେ ଏଲୋପାଥି ଡାକ୍ତରଙ୍କୁ ରୋଗ ହେବା ଉଚିତ୍ ନୁହେଁ।  ରାମଦେବ ରକ୍ତଚାପ, ଟାଇପ-୧, ଟାଇପ-୨, ମଧୁମେହ, ଥାଇରଏଡ ପରି ଅନେକ ରୋଗଙ୍କୁ ନେଇ ପ୍ରଶ୍ନ କରିଛନ୍ତି ଯେ, କଣ ଏଲୋପାଥି ଚିକିତ୍ସାରେ ଏହାର ସ୍ଥାୟୀ ସମାଧାନ ଅଛି କି ?

ବାବା ରାମଦେବ ଆଉ ଏକ ପ୍ରଶ୍ନ କରିଛନ୍ତି ଯେ, ଏଲୋପାଥି ପାଖରେ ଫେଟି ଲିଭର, ଲିଭର ସିରୋସିସ୍, ହେପାଟାଇଟିସ୍‌ର ଉପଚାର ପାଇଁ ଔଷଧ ଅଛି କି ? ଫାର୍ମା ଇଣ୍ଡଷ୍ଟ୍ରୀରେ ହାର୍ଟ ବ୍ଲକେଜ୍‌କୁ ରିଭର୍ସ କରିବା ପାଇଁ ଉପାୟ ଅଛି କି ? ବିନା  ପାଇପାସ୍, ବିନା ଅପରେସନ ଓ ଇଞ୍ଜୋପ୍ଲାଷ୍ଟିକର ସ୍ଥାୟୀ ସମାଧାନ ଅଛି କି ? ଏହିପରି ବାବା ୨୫ଟି ପ୍ରଶ୍ନ କରିଛନ୍ତି।

wp:html /wp:html

ସେ କହିଛନ୍ତି ଯେ, ଏଲୋପାଥିକୁ ଆରମ୍ଭ ହେବାରେ ୨୦୦ ବର୍ଷ ବିତିବା ପରେ ଯେଉଁ ଭଳି ଯକ୍ଷ୍ମା ଓ ବସନ୍ତ ମିଳିମିଳା ପରି ରୋଗର ସ୍ଥାୟୀ ସମାଧାନ ବାହାର  କରାଯାଇଛି, ଠିକ୍ ସେହି ଲିଭର ସମ୍ବନ୍ଧିତ ରୋଗର ଚିକିତ୍ସା ପାଇଁ ଉପାୟ କଣ ପାଇଁ ବାହାର କରାଯାଇ ନାହିଁ। ଏପରିକି ଗ୍ୟାଷ୍ଟିକର ସ୍ଥାୟୀ ଉପଶମ ମଧ୍ୟ ଏଲୋପାଥିରେ ନାହିଁ।

ବାବା ରାମଦେବ ନିଜର ଟୁଇଟରେ ଏମିତି ଗମ୍ଭୀର ରୋଗ ବିଷୟରେ ଆଇଏମ ଓ ଫାର୍ମା କମ୍ପାନୀକୁ ପ୍ରଶ୍ନ  କରିଛନ୍ତି, ଯାହାର ଏ ପର୍ଯ୍ୟନ୍ତ ସ୍ଥାୟୀ ଚିକିତ୍ସା ବାହାରି ନାହିଁ। ସେ ନିଜର ପ୍ରଶ୍ନ ତାଲିକାରେ ପିରୋରିଆ, ମାଇଗ୍ରେନ୍, କୋଲେଷ୍ଟ୍ରଲ୍ ଟ୍ରାଇଗ୍ଲେସିରାଇଡ୍, ସୋରିୟାସିସ୍, ପାର୍କିନ୍ସନ୍, ଅନିଦ୍ରା, ଅମ୍ଳତା ଭଳି ଅନେକ ରୋଗର ନାମ ଉଲ୍ଲେଖ କରିଛନ୍ତି। ଏଲୋପାଥିରେ ଏହି ରୋଗର ସ୍ଥାୟୀ ଉପଶମ ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.