କର୍ପୋରେଟ ଟାକ୍ସ ୩୦ରୁ ୨୨ ପ୍ରତିଶତକୁ ହ୍ରାସ କରିବାପରେ ସେନସେକ୍ସରେ ୨୨୦୦ ପଏଣ୍ଟ ବୃଦ୍ଧି ସହିତ ୩୮ ହଜାର ୨୦୦ ଟପିଲା

Published By : Prameya-News7 Bureau | September 20, 2019 IST

ନୂଆଦିଲ୍ଲୀ୨୦|୯: ଭାରତୀୟ ଅର୍ଥନୀତିକୁ ଗତି ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । ଘରୋଇ କମ୍ପାନୀଙ୍କ ଉପରୁ କର୍ପୋରେଟ ଟାକ୍ସ ୩୦ପ୍ରତିଶତରୁ ହ୍ରାସ କରି ୨୨ ପ୍ରତିଶତ କରି ଦିଆଯାଇଛି । ଏହା ସହିତ ଇନକମ୍ ଟାକ୍ସ ନିୟମରେ ମଧ୍ୟ ଅନେକ ସଂଶୋଧନ କରାଯାଇଛି । ଏହି ଘୋଷଣା ପରେ କର୍ପୋରେଟ ସେକ୍ଟରରେ ଖୁସିର ଲହରୀ ଖେଳିଯାଇଛି । ଏହାସହ ଶେୟାର ବଜାରରେ ବି ତୁରନ୍ତ ପ୍ରଭାବ ଦେଖିବାକୁ ମିଳିଛି ।ସେନସେକ୍ସରେ ୨୨୦୦ ପଏଣ୍ଟ ବୃଦ୍ଧି ସହିତ ୩୮ ହଜାର ୨୦୦ ଟପିଯାଇଛି ।…

ଭାରତୀୟ ଅର୍ଥନୀତିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଆଉ ଏକ ବୁଷ୍ଟର ଡୋଜ୍ ।ଦିପାବଳୀ ଆଗରୁ ଭାରତୀୟ କମ୍ପାନୀକୁ ମୋଦି ସରକାରଙ୍କ ବଡ଼ ଗିଫ୍ଟ । ନିର୍ମଳା ସୀତାରମଣ ଏମିତି ଏକ ସରପ୍ରାଇଜ୍ ଦେଇଛନ୍ତି ଯେଉଁଥିରେ ଦେଶର କର୍ପୋରେଟ୍ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଘରୋଇ କମ୍ପାନୀ ଉପରେ କର୍ପୋରେଟ୍ ଟାକ୍ସ ୩୦ ପ୍ରତିଶତରୁ ହ୍ରାସ କରି ୨୨ ପ୍ରତିଶତ କରି ଦେଇଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି ।ଶେୟାର ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ  ୨୨୦୦ ପଏଣ୍ଟ ବୃଦ୍ଧି ସହ ୩୮,୨୦୦ ଟପି ଯାଇଛି । ସେହିପରି ନିଫ୍ଟି ୧୧,୦୦୦ ଟପିଛି ।…

ମାନ୍ଦାବସ୍ଥାରେ ଘାଣ୍ଟିଚକଟି ହେଉଥିବା ଭାରତୀୟ ଅର୍ଥନୀତିକୁ ଗତି ଦେବା ଲାଗି ଜିଏଏସ୍‌ଟି କାଉନସିଲ୍ ବୈଠକ ଆଗରୁ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି ।ପୁଞ୍ଜି ନିବେଶ ବଢ଼ାଇବା ଲାଗି ଇନକମ୍ ଟାକ୍ସ ନିୟମରେ ସଂଶୋଧନ କରାଯାଇଛି ।କର୍ପୋରେଟ୍ ଟାକ୍ସ ୩୦%ରୁ ୨୨%କୁ ହ୍ରାସ କରି ଦିଆଯାଇଛି ।

ତେବେ ସେହି କମ୍ପାନୀମାନେ କୌଣସି ରିହାତି ବା ଛାଡ଼ର ଲାଭ ନେଉନଥିବେ । ଏଥିରେ ସରଚାର୍ଜ ଏବଂ ସେସ୍ ମିଶିଗଲେ ପ୍ରଭାବୀ ଟାକ୍ସ ୨୫.୧୭ପ୍ରତିଶତ ହେବ । ଯାହା ଆଗରୁ ୩୪.୯୭ ପ୍ରତିଶତ ଥିଲା ।୧ ଅକ୍ଟୋବର ପରେ ଗଠିତ କମ୍ପାନୀ ଯଦି ଉତ୍ପାଦନ ଉପରେ ନିବେଶ କରନ୍ତି ତେବେ ଏମାନଙ୍କୁ ଇନକମ୍ ଟାକ୍ସ ୨୫% ବଦଳରେ ୧୫% ଦେବାକୁ ପଡିବ ।

ଏହାସହ ରିହାତିର ଲାଭ ନେଉଥିବା କମ୍ପାନୀ ଉପରେ ସର୍ବନିମ୍ନ ବିକଳ୍ପ ଟାକ୍ସ (MAT) ୧୮.୫% ରୁ ୧୫%କୁ ହ୍ରାସ କରିଦିଆଯାଇଛି ।ଅର୍ଥମନ୍ତ୍ରୀଙ୍କ ଘୋଷଣା ଫଳରେ କେନ୍ଦ୍ର ରାଜସ୍ବ ଉପରେ ୧ଲକ୍ଷ ୪୫ହଜାର କୋଟି ଟଙ୍କାର ବୋଝ ପଡିବ, ତେବେ ଅର୍ଥନୀତିକୁ ଗତି ଦେବା ଲାଗି ଏହି ପଦକ୍ଷେପ ନିଆଯାଇଛି ।…

ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ଜିଡିପି ୫% କୁ ଖସି ଆସିବା ଭଳି ସତର୍କ ଘଣ୍ଟିର ମୁକାବିଲା ଲାଗି ଆଗରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ଟି ପ୍ୟାକେଜ୍ ଘୋଷଣା କରି ସାରିଛନ୍ତି । ପ୍ରଥମ ପଦକ୍ଷେପ ଭାବରେ ଅଗଷ୍ଟ ୨୪ରେ ଇନକମ ଟାକ୍ସ ଉପରୁ ସରଚାର୍ଜ ହଟାଇ ଦିଆଯାଇଥିଲା । ଅଗଷ୍ଟ ୩୦ରେ ବ୍ୟାଙ୍କ ମିଶ୍ରଣ ଭଳି ବଡ଼ ପଦକ୍ଷେପ ନେଇଥିଲେ ଅର୍ଥମନ୍ତ୍ରୀ ।

ସେପ୍ଟେମ୍ବର ୧୪ରେ ଏକ୍ସପୋର୍ଟ ଏବଂ ହାଉସିଂ କ୍ଷେତ୍ର ଲାଗି ବଡ଼ ପ୍ୟାକେଜ୍ ଘୋଷଣା କରିଥିଲେ । ଆଉ ଏବେ ମାନୁଫାକଚରିଂ ସେକ୍ଟରକୁ ମିଳିଛି ବଡ ଆଶ୍ବସ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.