ବିଗ୍‌ବିଙ୍କ ପରେ ହ୍ୟାକ୍ ହେଲା ଆଦନାନ୍ ସାମୀଙ୍କ ଟ୍ବିଟର ଆକାଉଣ୍ଟ, ପାକିସ୍ତାନୀ ପତାକାର ଫଟୋ ହେଲା ଶେୟାର

Published By : Prameya-News7 Bureau | June 12, 2019 IST

ମୁମ୍ବାଇ ୧୨|୬: ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଂଟ ସୋମବାର ହ୍ୟାକ ହୋଇଯାଇଥିଲା। ବିଗ୍ ବିଙ୍କ ସ୍ଥାନରେ ହ୍ୟାକର ତାଙ୍କ ପ୍ରୋଫାଇଲ ଫଟୋ ବଦଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଲଗାଇଥିଲା। ଅମିତାଭଙ୍କ ପ୍ରୋଫାଇଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଥିଲା । ଏହା ବ୍ୟତୀତ ତାଙ୍କ ବାୟୋକୁ ବଦଳି 'ଲଭ ପାକିସ୍ତାନ' ଲେଖିଦେଇଥିଲେ।

{"id":122319}

ଅମିତାଭ ବଚ୍ଚନଙ୍କ ପରେ ଏବେ ଆଦନାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି। ଗାୟକ ଆଦନାନ୍ ସାମୀଙ୍କ ଟ୍ବିଟର ଆକାଉଣ୍ଟରେ ତାଙ୍କ ପ୍ରୋଫାଇଲ ଫଟୋ ସ୍ଥାନରେ ପିଏମ୍ ଇମରାନ ଖାନଙ୍କ ଫଟୋ ଲଗାଯାଇଥିଛି । ଏହା ସହ ଅନେକ ଟ୍ବିଟ ମଧ୍ୟ କରାଯାଇଛି। ଠିକ୍ ଅମିତାଭଙ୍କ ଆକାଉଣ୍ଟ ଭଳି ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ପାକିସ୍ତାନୀ ପତାକାର ଫଟୋ ଶେୟାର କରାଯାଇଛି। ଏହା ସହ ଆକାଉଣ୍ଟରେ ଏକ ଟ୍ବିଟକୁ କମେଣ୍ଟ କରି ଲେଖାଯାଇଛି ଯେ, "ଯିଏ ପାକିସ୍ତାନ ଦେଶ ସହ ଧୋକା କରିବ ତାଙ୍କ ପ୍ରୋଫାଇଲରେ ପାକିସ୍ତାନୀ ପତାକା ଦେଖାଯିବ" ।

{"id":122318}

 ତେବେ ଆଦନାନଙ୍କ ଆକାଉଣ୍ଟ କିଏ ହ୍ୟାକ୍ କରିଛି ତାହା ଏଯାଏଁ ଜଣାପଡିନାହିଁ। କିନ୍ତୁ ଏଥିରେ ପାକିସ୍ତାନ ସମ୍ବନ୍ଧୀୟ ଟ୍ବିଟ ଦେଖି ହ୍ୟାକର ଜଣଙ୍କ ପାକିସ୍ତାନରୁ ବୋଲି ଆଶା କରାଯାଉଛି।ମୁମ୍ବାଇ ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେବା ସହିତ ଯାଂଚ ଆରମ୍ଭ କରିଛି । ମୁମ୍ବାଇର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.