Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଅମିତାଭ୍, ରେଖାଙ୍କ ପରେ ଜୋୟା ଅଖତର୍‌ଙ୍କ ବଙ୍ଗଳା ସିଲ୍, ଲାଗିଲା ବିଏମ୍‌ସି ପୋଷ୍ଟର

14/07/2020 at 4:28 PM

ମୁମ୍ବାଇ ୧୪/୦୭ : ମହାରାଷ୍ଟ୍ରରେ କରୋନା ଭୟଙ୍କର ହେଲାଣି | କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ମୁମ୍ବାଇ ସହରରେ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି | ଏବେ ବଲିଉଡ ସେଲିବ୍ରିଟି ମଧ୍ୟ ସଂକ୍ରମଣର ସିକର ହୋଇଛନ୍ତି | ୩ ଦିନ ମଧ୍ୟରେ ଅମିତାଭ, ଅଭିଷେକଙ୍କ ସମେତ ବଲିଉଡ ଓ ଟିଭି ଜଗତରର ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବଚ୍ଚନ ପରିବାରର ୪ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ଅମିତାଭଙ୍କ ବଙ୍ଗଳା ସିଲ କରିବା ସହ ତାଙ୍କ ବଙ୍ଗଳାକୁ ସାନିଟାଈଜ କରିଛି | ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ଘରର ଗାର୍ଡ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ରେଖାଙ୍କ ଘର ମଧ୍ୟ ସିଲ କରିଛି | ବଲିଉଡ ନିର୍ଦେଶିକା ଜୋୟା ଅଖତରଙ୍କ ବଙ୍ଗଳା ମଧ୍ୟ ବିଏମସି ସିଲ କରିଥିବା ଜଣାପଡିଛି |   

ବଲିଉଡ ନିର୍ଦେଶିକା ଜୋୟା ଅଖତରଙ୍କ ବଙ୍ଗଳା ରେଖାଙ୍କ ବଙ୍ଗଳା ପାଖରେ ରହିଛି | ଉଭୟ ବଙ୍ଗଳା ପାଖାପାଖି ଥିବାରୁ ସୁରକ୍ଷିତ ଦୃଷ୍ଟିରୁ ବିଏମସି ତାଙ୍କ ବଙ୍ଗଳାକୁ ମଧ୍ୟ ସିଲ କରିଛି | ଏବେ ସୁଦ୍ଧା ଜୋୟା ଅଖତର କିମ୍ବା ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିନାହିଁ |

ରେଖାଙ୍କ ପୂର୍ବରୁ ବଲିଉଡର ଅନେକ ସେଲିବ୍ରିଟିଙ୍କ ଷ୍ଟାଫଙ୍କୁ କରୋନା ହୋଇଥିବା ଖବର ସାମ୍ନାକୁ ଆସିଛି | ଯାହାଫଳରେ ସେଲିବ୍ରିଟି ମଧ୍ୟ କ୍ଵାରେଣ୍ଟାଇନରେ ରହିଥିଲେ | ନିକଟରେ ଅମୀର ଖାନ ମଧ୍ୟ ତାଙ୍କର ଜଣେ ଷ୍ଟାଫ କରୋନା ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ | ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡ୍ରାଇଭର ମଧ୍ୟ କରୋନା ସଂକ୍ରମଣର ସିକର ହୋଇଛନ୍ତି | ଏ ସମ୍ପର୍କରେ ସାରା ନିଜ ଇନ୍ସଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି |

   Related Posts