Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆମେଠି ପରେ ଏବେ ବିଜେପିର ଟାର୍ଗେଟ୍‌ ରାୟବରେଲୀ ଆସନ, ସୋନିଆ ଗାନ୍ଧିଙ୍କ ଗଡରେ ନାହାନ୍ତି ଜଣେ ବି କଂଗ୍ରେସ ବିଧାୟକ

26/11/2021 at 4:25 PM

ନୂଆଦିଲ୍ଲୀ ୨୬/୧୧ : ଦେଶର କିଛି ଚର୍ଚ୍ଚିତ ଲୋକସଭା ଆସନ ମଧ୍ୟରେ ରହିଛି ବାରଣାସୀ, ଆମେଠି, ରାୟବରେଲୀ ଭଳି ଆସନ । ଆମେଠି ଲୋକସଭା ଆସନରୁ ରାହୁଲ ଗାନ୍ଧିୁ ପରାଜିତ ହେବା ପରେ ଏବେ ବିଜେପିର ନଜର ରହିଛି ସୋନିଆ ଗାନ୍ଧିଙ୍କ ରାୟବରେଲୀ ଆସନ ଉପରେ । ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିନ କେଇଟା ପୂର୍ବରୁ ରାୟବରେଲୀର ୨ ଜଣ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ବଡ କଥା ହେଉଛି ଖୋଦ କଂଗ୍ରେସ ମୁଖିଆଙ୍କର ଏହି ଆସନ କଂଗ୍ରେସର ଗଡ କୁହାଯାଉଥିବା ବେଳେ ତାଙ୍କୁ ଚକ୍‌ମା ଦେଇ ୨ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିନେଇଛି ବିଜେପି ।

ତେଣୁ ଆଗାମୀ ଦିନରେ ରାୟବରେଲୀକୁ ମଧ୍ୟ ନିଜ କବ୍‌ଜାକୁ ନେବାକୁ ବିଜେପି ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ହେଉଛି । ରାୟବରେଲୀ ସଦରର କଂଗ୍ରେସ ବିଧାୟିକା ଆଦିତି ସିଂହ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଥିବା ବେଳେ ହରଚନ୍ଦପୁର ବିଧାୟକ ରାକେଶ ସିଂହ ମଧ୍ୟ ଗେରୁଆ କ୍ୟାମ୍ପରେ ମିଶିଛନ୍ତି । ପୂର୍ବରୁ ରାୟବରେଲୀର ଅନ୍ୟ ବିଧାନସଭା ସରେନୀ, ବଚ୍ଛରାଓ୍ବାଁ ଏବଂ ସଲୋନ ସିଟ୍‌ ବିଜେପି କବ୍‌ଜାରେ ରହିଛି । କିନ୍ତୁ ଚଳିତ ବର୍ଷ ମେ ମାସରେ ସଲୋନ ବିଜେପି ବିଧାୟକ ଦଲ ବାହାଦୁର କୋରୀଙ୍କ ଦେହାନ୍ତ ପରେ ଏହି ସିଟ୍‌ ଖାଲିପଡିଛି । ଅନ୍ୟପଟେ ରାୟବରେଲୀର ଆଉ ଏକ ବିଧାନସଭା ସିଟ୍‌ରେ ସମାଜବାଦୀ ପାର୍ଟି ନେତା ମନୋଜ ପାଣ୍ଡେୟ ବିଧାୟକ ଅଛନ୍ତି । ତେଣୁ ଦେଖିବାକୁ କଲେ ସୋନିଆ ଗାନ୍ଧିଙ୍କ ଲୋକସଭା ଆସନରେ କେହି ଜଣେ ହେଲେ ବି କଂଗ୍ରେସ ବିଧାୟକ ନାହାନ୍ତି । ଯାହାକି ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ବଡ ଝଟ୍‌କା ।

କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟିକା ଆଦିତି ସିଂହ ଅବଶ୍ୟ ରାଜନୀତିରେ ନୂଆ କିନ୍ତୁ ତାଙ୍କ ପିତା ଅଖିଳେଶ ସିଂହ ପୂର୍ବରୁ ଏହି ଆସନରୁ ନିର୍ଦ୍ଦଳୀୟ ଭାବେ ବିଧାୟକ ରହିସାରିଛନ୍ତି । ତେଣୁ ସେଠାରେ ତାଙ୍କର ଦବଦବା ରହିଛି । ତେଣୁ ରାୟବରେଲୀ ବିଧାନସଭା ଆସନ ଏଥର ବିଜେପି କବ୍‌ଜା କରିନେବ ବୋଲି ଚର୍ଚ୍ଚା ହେଉଛି । ଏହା ହେଲେ ସୋନିଆ ଗାନ୍ଧି ଏଠାରୁ ଲୋକସଭା ନିର୍ବାଚନ ଜିତିବା କଷ୍ଠ ହେବ ।

୨୦୦୪ ମସିହାରୁ ରାୟବରେଲୀ ସିଟ୍‌ରୁ ଲଗାତାର ଭାବେ ଜିତି ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । କିନ୍ତୁ ଏବେ ବିଜେପିର ସମୀକରଣ ତାଙ୍କୁ ଅଡୁଆରେ ପକାଉଛି । ୨୦୧୪ରେ ରାୟବରେଲୀରୁ ସୋନିଆ ଗାନ୍ଧି ୩ ଲକ୍ଷ ୫୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ବଡ ଝଟ୍‌କା ଲାଗିଥିଲା । ବିଜୟୀ ହୋଇଥିଲେ ନିଶ୍ଚୟ କିନ୍ତୁ ଭୋଟ ବ୍ୟବଧାନ କମିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ୧ ଲକ୍ଷ ୬୭ ହଜାର ଭୋଟରେ ଜିତିଥିଲେ ସୋନିଆ ଗାନ୍ଧି । ବିଜେପି ପ୍ରାର୍ଥୀ ଦିନେଶ ସିଂହ ୩ ଲକ୍ଷ ୬୭ ହଜାର ୭୪୦ ଭୋଟ ପାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

   Related Posts