Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||

ପତ୍ନୀଙ୍କ ଅଭିଯୋଗ ସତ୍ତ୍ୱେ ସମିଙ୍କ ହାତ ଛାଡିନଥିଲା ବିସିସିଆଇ, ଏବେ ତାଙ୍କ ଯୋଗୁ ରହିଲା ମାନ

23/06/2019 at 5:49 PM

ଆଇସିସି ୱାର୍ଲଡ କପରେ ଶନିବାର ଅନୁଷ୍ଠିତ ମ୍ୟାଚ୍ ରେ ଆଫଗାନିସ୍ତାନକୁ ୧୧ ରନରେ ପରାସ୍ତ କରିଛି  ଭାରତ। ତେବେ ଏହି ବିଜୟ ଭାରତ ପାଇଁ ଏତେ ସହଜ ନଥିଲା। ଏଥିପାଇଁ ଖୁବ୍  ସଂଘର୍ଷ କରିବାକୁ ପଡିଥିଲା ଟିମକୁ ।ତେବେ ଯାହାଙ୍କ ଯୋଗୁ ଟିମ ଇଣ୍ଡିଆ ଲଜ୍ଜାଜନକ ପରିସ୍ଥିତିରୁ ମୁକୁଳିପାରିଛି, ସେ ହେଉଛନ୍ତି ଭାରତୀୟ ବୋଲର ମହମ୍ମଦ  ସମି । ସମି ମ୍ୟାଚ୍ ରେ ହାଟ୍ରିକ ୱିକେଟ୍  ହାସଲ କରିବା ସହ ଆକ୍ରମକ ବୋଲିଂରେ କୋଟିକୋଟି ଭାରତୀୟଙ୍କ ମନ ଜିଣିଛନ୍ତି।

ତେବେ ଏକସମୟ ଥିଲା ଯେତେବେଳେ ସମିଙ୍କୁ ଲଜ୍ଜାରେ ମଥାନତ କରିବାକୁ ପଡୁଥିଲା। ନିର୍ଜାତନା ନେଇ ତାଙ୍କ ପତ୍ନୀ ସମି ଓ ତାଙ୍କ ପରିବାର ବିରୋଧରେ  ଅଭିଯୋଗ ଆଣିଥିଲେ।  ପରିସ୍ଥିତି ଏପରି ହୋଇଥିଲା ଯେ ସମି ଟିମ୍ ଇଣ୍ଡିଆରେ ଖେଳିବେ କି ନା ସେ ନେଇ ସନ୍ଦେହ ଉପୁଜିଥିଲା। ହେଲେ କଠୋର ପରିସ୍ଥିତିରେ ବି ପ୍ରତିଭାବାନ ବୋଲକଙ୍କ ହାତ ଛାଡିନଥିଲେ ବିସିସିଆଇ। ତାଙ୍କ ଉପରେ ଥିବା ବିସିସିଆଇଙ୍କ ଭରସାକୁ ସାଉଥମ୍ପଟନରେ ପ୍ରମାଣିତ କରିଛନ୍ତି ସମି। ନିଜ ଟିମ୍ କୁ ପରାୟଜ ମୁଖରୁ ରକ୍ଷା କରିବା ସହ ନିଜର କ୍ରିଡାନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି।

ସମି ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖି ନିର୍ଜାତନା ଦେଉଥିବା ନେଇ ତାଙ୍କ ପତ୍ନୀ ହସିନ ଜହାଁ ଅଭିଯୋଗ କରିଥିଲେ। ଏଥିପାଇଁ ସମି ତାଙ୍କୁ ହତ୍ୟା ଧମକ ଦେଉଥିବା ବେଳେ ପରିବାର ଲୋକେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁଷଡଯନ୍ତ୍ର କରୁଥିବା ନେଇ ହସିନଙ୍କ ଅଭିଯୋଗ ଯୋଗୁ କିଛି ସମୟ  ଲାଗି ସମିଙ୍କୁ ପଡିଆରୁ ବାହାରେ ବିତାଇବାକୁ ପଡିଥିଲା। ହେଲେ ବିଶ୍ୱକପ୍ ରେ ତାଙ୍କୁ ଟିମରେ ଚୟନ କରାଯିବା ତାଙ୍କୁ ଆଶ୍ୱସ୍ତ କରିଥିବା ବେଳେ ସେ ପଡିଆରେ ତାଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି।

   Related Posts