ଶିଶୁ ଯୌନ ନିର୍ଯାତନା ମାମଲା: ଆମେରୀକୀୟ ଦମ୍ପତ୍ତିଙ୍କ ଅଭିଯୋଗ ପରେ ରେଭା ‘ଅଞ୍ଚଳ ଶିଶୁକେନ୍ଦ୍ର’ରେ ଝୁଲିଲା ତାଲା

Published By : Prameya-News7 Bureau | October 31, 2019 IST

ରେଭା : ସ୍ୱେଚ୍ଛାସେବୀ ସଂସ୍ଥା ନିବେଦିତା କଲ୍ୟାଣ ସମିତି ଦ୍ୱାରା ମଧ୍ୟପ୍ରଦେଶ ରେଭାରେ ପରିଚାଳିତ ହେଉଥିବା ‘ଅଞ୍ଚଳ ଶିଶୁକେନ୍ଦ୍ର’ଟିକୁ ବନ୍ଦ କରିଦିଆଯାଇଛି। ଏହା ସହ ଏହି ଶିଶୁକେନ୍ଦ୍ରର ରେଜିଷ୍ଟ୍ରେସନକୁ ମଧ୍ୟ ବାତିଲ କରାଯାଇଛି।  ଏଠାରେ ରହୁଥିବା ସମସ୍ତ ଶିଶୁଙ୍କୁ ସତନାକୁ ପଠାଇ ଦିଆଯାଇଛି। ଏହି ଶିଶୁ କେନ୍ଦ୍ରରୁ ଏକ ଆମେରିକୀୟ ଦମ୍ପତ୍ତି ଦୁଇଜଣ ଶିଶୁଙ୍କୁ ପୌଷ୍ୟ ଗ୍ରହଣ କରିଥିଲେ। ତେବେ ଶିଶୁକେନ୍ଦ୍ରରେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ହୋଇଥିବା ନେଇ ଦମ୍ପତ୍ତି ଅଭିଯୋଗ ଆଣିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି।

ଏହି ଶିଶୁକେନ୍ଦ୍ରରୁ ଆମେରିକା କାଲିଫର୍ଣ୍ଣିଆର ଏକ ଦମ୍ପତ୍ତି ଗତ ଜୁନମାସରେ ଶିଶୁମାନଙ୍କୁପୌଷ୍ୟ ଗ୍ରହଣ କରିଥିଲେ। ସଂସ୍ଥାଙ୍କ ପୌଷ୍ୟ ଗ୍ରହଣ ଏଜେନ୍ସୀ ମାଧ୍ୟମରେ ସେମାନେ ଶିଶୁ ଦୁଇଟିଙ୍କୁ ଆପଣେଇଥିଲେ। ତେବେ ଆମେରିକାରେ କାଉନସେଲିଂ ବେଳେ ଶିଶୁମାନେ ରେଭାସ୍ଥିତ ସଂସ୍ଥାରେ ରହୁଥିବା ବେଳେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି କହିଥିବା କଲେକ୍ଟର ଓମ ପ୍ରକାଶ ଶ୍ରୀବାସ୍ତବ କହିଛନ୍ତି।

ପୋଲିସ ଏବେ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଥିବା ଓ ସେମାନଙ୍କୁ ଶିଶୁଗୃହରେ ଉତ୍ପିଡିତ କରୁଥିବା ଲୋକଙ୍କ ଚିହ୍ନଟ ନିମନ୍ତେ ଏବେ ଶିଶୁଙ୍କ ସହ ଯୋଗାଯୋଗ କରାଯାଉଥିବା କଲେକ୍ଟର କହିଛନ୍ତି। ଅନ୍ୟପକ୍ଷରେ ସଂସ୍ଥା ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଏହାର ନିର୍ଦ୍ଦେଶକ ଅରୁଣେନ୍ଦ୍ର ସିଂହ। ଏଥିଲାଗି ଯେ କୌଣସି ପ୍ରକାର ତଦନ୍ତ ନିମନ୍ତେ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.