ଭାରତୀୟ ନୋଟ ଉପରେ କାହିଁକି ରହିଥାଏ ମହାତ୍ମା ଗାନ୍ଧୀଙ୍କ ଛବି? ଜାଣନ୍ତୁ ଏହିସବୁର ରହସ୍ୟ

Published By : Prameya-News7 Bureau | August 16, 2019 IST

ମହାତ୍ମା ଗାନ୍ଧୀ ହେଉଛନ୍ତି  ଜାତୀୟ ପିତା। ଭାରତୀୟ ମୁଦ୍ରାର ନୋଟମାର୍କ ଭାବେ ମହାତ୍ମା ଗାନ୍ଧୀଙ୍କ ଛବିକୁ ଏବେ ବ୍ୟବହାର କରାଯାଇଛି। ସମୟେ ସମୟେ ମନକୁ ପ୍ରଶ୍ନ ଆସିଥାଏ, ମହାତ୍ମା ଗାନ୍ଧୀଙ୍କ ଛବି କାହିଁକି ଭାରତୀୟ ମୁଦ୍ରାରେ ବ୍ୟବହାର କରାଯାଉଛି? ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଛବି କାହିଁକି ବ୍ୟବହାର କରାଯାଉ ନାହିଁ? ଏହିସବୁ କଥାର ରହିସ୍ୟ ସଂପର୍କରେ ଜାଣନ୍ତୁ।

ଭାରତୀୟ ମୁଦ୍ରାର ଟ୍ରେଡ୍‌ମାର୍କ ହେଉଛି ମହାତ୍ମା ଗାନ୍ଧୀଙ୍କ ଛବି।ଏହା କେବଳ ପୋଟ୍ରେଟ୍ ଫଟୋ ନୁହେଁ ବରଂ ଭାରତୀୟ ମୁଦ୍ରାରେ ଗାନ୍ଧୀଙ୍କ ସଲଗ୍ନ ଛବି ମଧ୍ୟ ରହିଛି।ଏହି ଛବିରେ ଗାନ୍ଧୀଙ୍କ ଛବିକୁ ମଧ୍ୟ ପୋଟ୍ରେଟ୍ ଭାବେ ବ୍ୟବହାର କରାଯାଇଛି। ତତ୍‌କାଳୀନ ବର୍ମା ଓ ଭାରତରେ ବିଟ୍ରିଶ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଫ୍ରେଡାରିକ ପେଥିକ୍ ଲାଓ୍ବାରେନଙ୍କ ସହ କୋଲାତାସ୍ଥିତ ଭାଇସରୟ ହାଉସ୍‌ରେ ଭେଟ କରିବା ସମୟରେ ମହାତ୍ମା ଗାନ୍ଧୀଙ୍କର ଏହି ଫଟୋ ଉଠାଯାଇଥିଲା ମହାତ୍ମା ଗାନ୍ଧୀଙ୍କ ଏହି ଛବିକୁ ପୋଟ୍ରେଟ୍ କରି ଭାରତୀୟ ନୋଟରେ  ବ୍ୟବହାର କରାଯାଇଛି।୧୯୪୬ ମସିହାରେ ଜଣେ ଅଜଣା ଫଟୋଗ୍ରାଫର ଏହି ଛବି ଉତ୍ତୋଳନ କରିଥିବା କୁହାଯାଏ ।

ମହାତ୍ମା ଗାନ୍ଧୀଙ୍କ ଛବି ପୂର୍ବରୁ ଭାରତୀୟ ମୁଦ୍ରରେ ଅଶୋକସ୍ତମ୍ଭ ବ୍ୟବହାର କରାଯାଉଥିଲା।୧୯୯୬ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା ଯେ, ଅଶୋକସ୍ତମ୍ଭ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଛବି ଏବଂ ନୋଟ ବାମପଟରେ ଅଶୋକସ୍ତମ୍ଭ ରହିବ। ସେୟା ହିଁ ହେଲା ଅଶୋକସମ୍ଭ ନୋଟର ବାମପଟରେ ଚିତ୍ରଣ କରାଯିବା ସହ ଅଶୋକସ୍ତମ୍ଭ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ରହିଲା।

୧୯୮୭ ମସିହାରେ ପ୍ରଥମଥର ପାଇଁ ଆସିଥିବା ୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଓ୍ବାଟର ମାର୍କ ଛବି ବ୍ୟବହାର କରାଯାଇଥିଲା।ହେଲେ ୧୯୯୬ ମସିହା ପରେ ଯେଉଁ ଭାରତୀୟ ନୋଟ ଆସିଲା ସେଥିରେ ଗାନ୍ଧୀଙ୍କ ଛବି ଚିତ୍ରଣ ହୋଇଥିଲା।କରେନ୍ସି ଆଫ୍‌ ଅଡିଆନ୍ସର ନିୟମନୁଯାୟୀ, ଭାରତ ସରକାର କେବଳ ୧ ଟଙ୍କିଆ ନୋଟ୍ ବାହାର କରିଥିଲେ। ହେଲେ ୨ ଟଙ୍କାଠାରୁ ଆରମ୍ଭକରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଆଫ୍ ଇଣ୍ଡିଆ ଦ୍ବାରା ଜାରି କରାଯାଇଛି।

ଭାରତୀୟ ମୁଦ୍ରାରେ ସର୍ବପ୍ରଥମେ କିଙ୍ଗ୍ ଜର୍ଜଙ୍କ ଛବିକୁ ବ୍ୟବହାର କରାଯାଉଥିଲା। କିଙ୍ଗ ଜର୍ଜଙ୍କ ଛବି ବନ୍ଦ ହେବା ପରେ ଅଶୋକସ୍ତମ୍ଭ ଥିବା ୧୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ତେବେ କାହିଁକି ମହାତ୍ମାଗାନ୍ଧୀଙ୍କ ଛବି ଭାରତୀୟ ମୁଦ୍ରାରେ ସ୍ଥାନିତ କରାଗକରାଗଲା ତାକୁ ନେଇ ଅନେକ ବିତର୍କ ହୋଇଛି । ତେବେ ଗାନ୍ଧୀ ସମଗ୍ର ଦେଶବାସୀଙ୍କ ପ୍ରତିନିଧି ବା ସିମ୍ବଲ ବୋଲି ସମସ୍ତେ ଗ୍ରହଣ କରୁଥିବାରୁ ବାରତୀୟ ରିଜର୍ଭ ବ୍ୟାଙ୍କ ଏହା କରିଥିବା ପାର୍ଲାମେଣ୍ଟରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.