କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର ରହସ୍ୟ
21/10/2019 at 10:30 AM

ଭାରତୀୟ ସେନାର ଯବାନଙ୍କ ଜୀବନ ଅତ୍ୟନ୍ତ କଠିନ ଏବଂ ଅନୁଶାସନପୂର୍ଣ୍ଣ ହୋଇଥାଏ। ଦେଶର ରକ୍ଷା ପାଇଁ ତାଙ୍କୁ ପ୍ରତି କ୍ଷଣ ସଜାଗ ରହିବାକୁ ପଡ଼ିଥାଏ ଏବଂ ଏହି କାରଣ ଯୋଗୁଁ ମୂଳ ନିୟମ ଏବଂ ଉଚ୍ଚ ଭାବନାରେ ରହିବା ଜରୁରୀ ହୋଇଥାଏ। ଏହାଦ୍ବାରା ସେମାନଙ୍କୁ ଫିଟ୍ ରହିବାରେ ସାହାଯ୍ୟ ମିଳିଥାଏ।
ସବୁବେଳେ ଫିଟ ରହୁଥିବା ଜବାନଙ୍କୁ ମଦ ବୋତଲରେ ବହୁ ମାତ୍ରାରେ ରିହାତି ମିଳିଥାଏ। ମଦ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ଯବାନମାନଙ୍କ ପାଇଁ ନିଷେଧ ହେବା ପରିବର୍ତେ ଯବାନମାନଙ୍କୁ ମଦରେ ରିହାତି ମିଳିଥାଏ।
ଯବାନଙ୍କୁ ବହୁତ ସମସ୍ୟାମୂଳକ ପରିସ୍ଥିତିରେ ଦେଶରକ୍ଷା କାମ କରିବାକୁ ପଡ଼ିଥାଏ। ସେମାନେ ଥଣ୍ଡା ଜାଗାରେ ମଧ୍ୟ ସୀମାରେ ଛିଡ଼ା ରହିଥାଆନ୍ତି। ଏପରି ସ୍ଥାନରେ ଏବଂ ପରିସ୍ଥିତିରେ ମଦ ଯବାନଙ୍କୁ ଗରମ ଏବଂ ଜୀବିତ ରହିବାକୁ ସାହାଯ୍ୟ କରିଥାଏ।
ଯବାନଙ୍କୁ ନିଜ ପରିବାରଠୁ ଦୂରରେ ରହିବାକୁ ପଡ଼ିଥାଏ। ସେମାନେ ଫାଙ୍କା ଥିବାବେଳେ ତାଙ୍କୁ ଏକାକୀପଣ ଅନୁଭବ ହୋଇଥାଏ। ମଦ ପିଇବା ଦ୍ବାରା ତାଙ୍କୁ ସମୟ ଅତିବାହିତ କରିବାକୁ ସାହାଯ୍ୟ ମିଳିଥାଏ।
ସେନାରେ ନୂଆ ଯବାନ ଭର୍ତ୍ତି ହେଲେ ତାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତଙ୍କୁ ସୀମିତ ପରିମାଣରେ ମଦ ପିଇବାକୁ ପଡ଼ିଥାଏ।