Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୃଷକଙ୍କୁ ମନାଇବାରେ ଯୋଗୀ ସରକାରଙ୍କ କାମରେ ଆସିଲେ ରାକେଶ ଟିକାୟତ, ସାଜିଲେ ସଙ୍କଟ ମୋଚକ !

4/10/2021 at 5:59 PM

ଲକ୍ଷ୍ମୀପୁର ଖିରି ୦୪।୧୦: ଲକ୍ଷ୍ମୀପୁର ଖିରିର ତିକୁନିଆରେ ଯେଉଁଭଳି କୃଷକ ଆନ୍ଦୋଳନ ହିଂସକ ହୋଇ ଉଠିଲା ଏବଂ ୪ କୃଷକଙ୍କ ମୃତ୍ୟୁ ପରେ କୃଷକଙ୍କ କ୍ରୋଧ ଚରମରେ ପହଞ୍ଚିବା ତାହା ଯୋଗୀ ସରକାରଙ୍କ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାତାରାତି ଯେଉଁଭଳି ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ନେତା ଲକ୍ଷ୍ମୀପୁର ପହଞ୍ଚିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାରଙ୍କ ପାଇଁ ପରିସ୍ଥିତି ସମ୍ଭାଳିବା କାଠିକର ପାଠ ହୋଇ ଯାଇଥିଲା। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ଯୋଗୀ ସରକାରଙ୍କ ପାଇଁ କାମରେ ଆସିଥିଲେ କୃଷକ ନେତା ରାକେଶ ଟିକାୟତ।

ୟୁପି ପ୍ରଶାସନ ସମସ୍ତ ରାଜନେତାଙ୍କୁ ଲକ୍ଷ୍ମୀପୁର ଖିରି ଏବଂ ତିକୁନିଆ ପହଞ୍ଚିବା ପୂର୍ବରୁ ରାତାରାତି ରୋକି ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରେ ରୋକା ଯାଇଥିବା ବେଳେ ଚନ୍ଦ୍ରଶେଖର ଆଜାଦଙ୍କୁ ସୀତାପୁର ଟୋଲ୍ ପ୍ଲାଜାରେ ରୋକି ଦିଆଗଲା। ଏହି ପରି ଅନ୍ୟ ନେତା ଶିବପାଲ ଯାଦବ, ଅଖିଳେଶ ଯାଦବ, ଜୟନ୍ତ ଚୌଧୁରୀଙ୍କୁ ଲକ୍ଷ୍ମୀପୁର ଖିରି ପହଞ୍ଚିବା ପୂର୍ବରୁ ପୋଲିସ ହେପାଜତରେ ନିଆଯାଇଥିଲା। ଏହି ସବୁ ମଧ୍ୟରେ କେବଳ ଜଣେ ନେତା ହିଁ ଲକ୍ଷ୍ମୀପୁର ଖିରିରେ ପହଞ୍ଚି ପାରିଥିଲେ ସେ  ଥିଲେ ରାକେଶ ଟିକାୟତ।

ରାକେଶ ଟିକାୟତ ଗାଜିପୁର  ବର୍ଡରରୁ ରାତାରାତି ବାହାରି ବିଳମ୍ବିତ ରାତ୍ରି ସୁଦ୍ଧା ଲକ୍ଷ୍ମୀପୁର ଖିରି ଓ ତିକୁନିଆର ସେହି ଗୁରଦ୍ଵାରରେ ପହଞ୍ଚି ଯାଇଥିଲେ, ଯେଉଁଠି ଚାରି କୃଷକଙ୍କ ମୃତ ଶରୀର ରଖାଯାଇଥିଲା। କୃଷକ କୌଣସି ବି ପରିସ୍ଥିତିରେ ଚାରି ମୃତଶରୀରର ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତ ନଥିଲେ। ସେମାନଙ୍କର ଦାବି ଥିଲା ଯେ, ବିଜେପିର ଗୃହ ରାଷ୍ଟ୍ର ମନ୍ତ୍ରୀ  ଅଜୟ ମିଶ୍ରେ ଟେନିଙ୍କ ଉପରେ ମୋକଦ୍ଦମା ରୁଜୁ ହେଉ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଉ। ଏଥିସହ ଅଜୟ ମିଶ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆକ୍ରୋଶିତ କୃଷକ ନିଜ ଦାବିରେ ଅଡି ବସିଥିଲେ।

କୃଷକଙ୍କ ଭୀଷଣ ଅସନ୍ତୋଷକୁ ଦେଖି ଲାଗୁଥିଲା ଯେ, ସରକାରଙ୍କୁ ମନାଇବା ବହୁତ ମୁସ୍କିଲ ହେବ। ମାତ୍ର ରାକେଶ ଟିକାୟତଙ୍କୁ ଘଟଣାସ୍ଥଳକୁ ଯିବାକୁ ଅନୁମତି ଦେବା ଯୋଗୀ ସରକାରଙ୍କ ପାଇଁ ବଡ ଆଶ୍ଵସ୍ତିକର ସାବ୍ୟସ୍ତ ହୋଇଛି। ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର, ଆଇଜି ଜୋନ ଲକ୍ଷ୍ନୌ ଲକ୍ଷ୍ମୀ ଏବଂ କମିଶନର ଲକ୍ଷ୍ନୌ ରଞ୍ଜନ କୁମାର କ୍ରମାଗତ  ତିକୁନିଆ ଗୁରୁଦ୍ଵାରରେ କୃଷକଙ୍କ ସହ ଯୋଗାଯୋଗରେ ଥିଲେ। ମାତ୍ର ସମାଧାନର ରାସ୍ତା ଯେବେ ବାହାରିଲା ରାକେଶ ଟିକାୟତ କୃଷକଙ୍କ ପକ୍ଷରୁ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ କୃଷକଙ୍କ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ପଡିଥାନ୍ତା ପ୍ରଭାବ

ସରକାରଙ୍କ ପାଇଁ ସବୁଠୁ ବଡ ସସମ୍ୟା ଥିଲା ଯଦି କୃଷକ କଥା ନଶୁଣନ୍ତି ତେବେ ଏହା ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ନକରାତ୍ମକ ପ୍ରଭାବ ପକାଇପାରେ। ପୁଣି ମୋଦୀଙ୍କ ଗସ୍ତ ୨୪ ଘଣ୍ଟା ଭିତରେ ହେବାକୁ ଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ରାକେଶ ଟିକାୟତଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଥିଲା ଏବଂ କୃଷକଙ୍କୁ ମନାଇବା, ମୃତଶରୀର ପୋଷ୍ଟମର୍ଟମ କରାଇବା ପାଇଁ ରାଜି କରାଇବାକୁ ଅନୁରୋଧ କରାଯାଇଥିଲା।

ଅନେକ ଘଣ୍ଟାର ଆଲୋଚନା ପରେ ଏବଂ ମୃତକ କୃଷକଙ୍କ ପରିବାର ଲୋକଙ୍କ ବିଶ୍ଵାସ ଜିଣିବା ପରେ ସରକାର ସମାଧାନର ରାସ୍ତା ବାହାର କରିଥିଲେ। ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ରାକେଶ ଟିକାୟତ। ଗତ ରାତିରେ ପ୍ରଶାସନ ପାଇଁ ଉକ୍ତ ଅଞ୍ଚଳରେ ପ୍ରବେଶ କରିବା ମୁସ୍କିଲ ଥିଲା। ବିଶେଷ କରି ତିକୁନିଆରେ କୌଣସି ରାଜନେତା ଏବଂ ଦଳକୁ ସେଠାକୁ ଯିବାକୁ ଦିଆଯାଇନଥିଲା। ସେହି ସମୟରେ ରାକେଶ ଟିକାୟତ ସଙ୍କଟମୋଚକ ପରି ଆସିଥିଲେ।

ଅବସରପ୍ରାପ୍ତ ଜଜଙ୍କ ଦ୍ଵାରା ମାମଲାର ବିଚାର ବିଭାଗୀୟ ତଦନ୍ତ, ପ୍ରତ୍ୟେକ ମୃତକଙ୍କ  ପରିବାରକୁ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତଙ୍କ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ୮ ଦିନ ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ସମାଧାନର ରାସ୍ତା ଏମିତି ବାହାରିଥିଲା। ଏହା ପରେ ଯାଇ ରାକେଶ ଟିକାୟତ ଏବଂ ଉତ୍ତର ପ୍ରଦେଶ ଲ ଆଣ୍ଡ ଅର୍ଡର ଏଡିଜି ପ୍ରଶାନ୍ତ କୁମାର ସାମ୍ବାଦିକଙ୍କ ସହ କଥା ହୋଇଥିଲେ। ଏଥିରୁ ସ୍ପଷ୍ଟ ହୋଇଗଲା ଯେ, ସରକାରଙ୍କ ରଣନୀତି କାମରେ ଆସିଲା। ବିଶେଷ କରି ରାକେଶ ଟିକାୟତ ଘଟଣାସ୍ଥଳକୁ ଆସି ଯୋଗୀ ସରକାରଙ୍କ ପାଇଁ ସାହା ପାଲଟିଥିଲେ।

   Related Posts