Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅକ୍ଷୟ କୁମାରଙ୍କ ପରେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ ୨ ବଲିଉଡ୍‌ ଅଭିନେତା, ଶୁଟିଂ ପାଇଁ ବାହାରିଗଲେ ଅଜୟ, ଅନ୍ୟ ଜଣେ କିଏ ?

12/09/2021 at 7:24 PM

ମୁମ୍ବାଇ ୧୨/୦୯: ଅକ୍ଷୟ କୁମାରଙ୍କ ପରେ ଏବେ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିବେ ବଲିଉଡ ଅଭିନେତା ଅଜୟ ଦେବଗନ।  ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଆଡଭେଞ୍ଚର ଶୋ ‘ଇନଟୁ ଦ ଓ୍ବାଇଲ୍ଡ ଓ୍ବିଥ ବିୟର ଗ୍ରିଲ୍ସ’ରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ। ଡିସକଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ଶୋରେ ଏହା ପୂର୍ବରୁ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ନଜର ଆସିଥିଲେ ।

ଚ୍ୟାନେଲ ଅନୁସାରେ ଏହି ଏପିସୋଡ୍‌ର ସୁଟିଂ ମାଳଦୀପରେ ହେବାକୁ ଥିବା ବେଳେ ରବିବାର ଅଜୟ ଯାଇଛନ୍ତି।  ଏହି ଶୋ ଘଞ୍ଚ ଜଙ୍ଗଲରେ ବଞ୍ଚି ରହିବାର କଳା ଶିଖାଏ। କିନ୍ତୁ ଏପିସୋଡ୍‌ର ରିଲିଜ୍‌ ତାରିଖ ଘୋଷଣା କରାଯାଇ ନାହିଁ। ଏହା ପୂର୍ବରୁ ପ୍ରିମୟର ଡିସକଭରି ପ୍ଲସ୍‌ ଆପ୍‌ରେ ଆସିବ।

ନିଜ ଶୋରେ ଅଜୟ ଦେବଗନଙ୍କୁ ସାମିଲ କରିବାକୁ ନେଇ ଖୋଦ ବିୟର ଗ୍ରିଲ୍ସ ହିଣ୍ଟ ଦେଇଥିଲେ। ନାଁ ନନେଇ ଦୁଇ ବଲିଉଡ ଯୋଦ୍ଧାଙ୍କୁ ତାଙ୍କ ସହ ଇନଟୁ ଦ ଓ୍ବାଇଲ୍ଡରେ ସାମିଲ କରିବେ ବୋଲି ସେ ଲେଖିଥିଲେ। କିନ୍ତୁ ଅଜୟ ଦେବଗନଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଅନ୍ୟ ଜଣେ ଅଭିନେତା କିଏ ସେନେଇ ଜଣାପଡ଼ିନାହିଁ।

ଅୟକ୍ଷ ଏବଂ ରଜନୀକାନ୍ତଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିୟର ଗ୍ରିଲ୍ସଙ୍କ ସହ ନଜର ଆସିଥିଲେ। ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡର ସ୍ବତନ୍ତ୍ର ଏପିସୋଡ୍‌ରେ ମୋଦୀଙ୍କୁ ଦେଖିବାକୁ ମିଳିଥିଲା। ସେ ବିୟରଙ୍କ ସହ ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନରେ ବିପଦର ସାମ୍ନା କରିଥିଲେ ।

   Related Posts