Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ବିରୋଧୀ ଘେରିଲେ ଇମ୍ରାନ ଖାନଙ୍କୁ , ଭାରତରେ ବିରୋଧୀ କରୁଛନ୍ତି ସେନାର ପ୍ରଶଂସା

26/02/2019 at 6:49 PM

ନୂଆଦିଲ୍ଲୀ୨୬|୨: ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ପାର୍ଲାମେଣ୍ଟରେ ବିରୋଧୀରେ ଇମ୍ରାନ ଖାନଙ୍କୁ ଘେରିଛନ୍ତି। ତେବେ ଭାରତରେ କିନ୍ତୁ ବିରୋଧୀ ଦଳ ସେମାନଙ୍କର ରାଷ୍ଟ୍ରଧର୍ମ ନିଭାଇଛନ୍ତି । ସେନାର ପରାକ୍ରମକୁ ସ୍ବାଗତ କରିଛନ୍ତି ସାବାସି ଜଣାଇଛନ୍ତି । ଭାରତୀୟ ଯବାନଙ୍କ ବାହାଦୁରି ପଣିଆକୁ ନେଇ ଏବେ ଦେଶ ସତମୁଖ …

ଦେଶ ସୁରକ୍ଷା ପାଇଁ ଦରକାର ଥିଲା ପ୍ରତିଶୋଧ । କାରଣ ୧୪ ଫେବ୍ରୁଆରି ଆକ୍ରମଣ ପରେ ବି ଜୈଶ ଏ ମହମ୍ମଦ ପୁଣି ଆକ୍ରମଣ ପାଇଁ ମସୁଧା କରୁଥିଲା। ଆଉ ଜୈଶର ମୁହଁ ବନ୍ଦ କରିଦେଇଛି ଭାରତୀୟ ବାୟୁସେନା। ଆଉ ଏପଟେ ବାୟୁ ସେନାର ଏହି ଜବାବୀ ହମ୍‌ଲାରେ ରାଜନୀତିରେ ପ୍ରବେଶ କରିଛି ଦେଶପ୍ରେମ ।  ବିଜେପି ତ ଏବେ ମୋଦି ସରକାରର ୫୬ ଇଞ୍ଚ ଛାତିର ମାପ ଦେଖାଇଛି । ଏଭଳି ପଦକ୍ଷେପ ଆବଶ୍ୟକ ଥିଲା ବୋଲି ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ବାୟୁସେନାର ଏହି ଆକ୍ରମଣକୁ ମହା ପରାକ୍ରମ ବୋଲି ଜାଭେଡକର ବର୍ଣ୍ଣନା କରିଛନ୍ତି ।

ବଡ଼ କଥା ହେଲା ୧୪ ଫେବ୍ରୁଆରି ଆକ୍ରମଣ ପରେ ବିରୋଧରେ ମୋଦି ସରକାରଙ୍କ ନୀତି ଓ ନୈତିକତା ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିରୋଧୀ ରାଷ୍ଟ୍ରଧର୍ମ ନିଭାଇଛନ୍ତି। ସେନାବାହିନୀକୁ ସାଲ୍ୟୁଟ କରିଛନ୍ତି । ବିନା ଦ୍ବିଧାରେ ସମର୍ଥନ ଜଣାଇଛନ୍ତି  । ସେହିପରି ମୋଦିଙ୍କ କଟ୍ଟର ବିରୋଧୀ ଥିବା ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏବଂ ଏମଆଇଏମ ନେତା ଅସାଦୁଦ୍ଦିନ ଓୱେସି ବି ସେନାର ଏହି ଜବାବି ଆକ୍ସନକୁ ସ୍ବାଗତ କରିଛନ୍ତି।

ଭାରତୀୟଙ୍କ ସହନଶିଳତାର ଧର୍ଯ୍ୟ ପରିକ୍ଷା କରୁଥିବା ପାକିସ୍ତାନ ପାଇଁ ଜବାବି କାର୍ଯ୍ୟାନୁଷ୍ଠାନ କେତେ ଭୟଙ୍କର ହୋଇପାରେ କେବଳ ଏହା ଗୋଟିଏ ଝଲକ । ଏବେ ସମୟ ଆସିଛି ପାସିସ୍ତାନ ବିଶ୍ବ ମାନଚିତ୍ରରେ ତିଷ୍ଠି ରହିବାକୁ ହେଲେ ପ୍ରଥମ ନିଜ ମାଟିରୁ ଆତଙ୍କୀ ଧ୍ବସଂ କରିବାକୁ ପ୍ରୟାସ ଆରମ୍ଭ କରିବା ଜରୁରି ।

   Related Posts