ବହୁ ଚେଷ୍ଟା ପରେ ମଧ୍ୟ ତିନି ଖାନଙ୍କୁ ଟକ୍କର ଦେଇପାରିନାହାନ୍ତି ଏହି ସୁପରଷ୍ଟାର

Published By : Prameya-News7 Bureau | July 31, 2019 IST

ମୁମ୍ବାଇ୩୦|୭: ବଲିଉଡର ଖିଲାଡି ଅକ୍ଷୟ କୁମାର ଅନେକ ବ୍ଲକ୍‌ ବଷ୍ଟର ଫିଲ୍ମ ବଲିଉଡକୁ ଦେଇଛନ୍ତି। ୧୯୯୧ ମସିହାରୁ ଆଜି ଯାଏଁ ତାଙ୍କର ପ୍ରତି ଫିଲ୍ମରେ କିଛି ନା କିଛି ସ୍ବତନ୍ତ୍ରତା ଥାଏ। ତାଙ୍କର ପ୍ରଥମ ଫିଲ୍ମ ସୌଗନ୍ଧ ରିଲିଜ ହେବା ପରେ ୧୯୯୨ ମସିହାରେ ଖିଲାଡି ରିଲିଜ ହୋଇଥିଲା। ଖିଲାଡି ଫିଲ୍ମ ଅନେକ ଦର୍ଶକ ପସନ୍ଦ କରିଥିଲେ ଯାହା ଆଜି ମଧ୍ୟ ଲୋକେ ଦେଖିବାକୁ ଭଲ ପାଆନ୍ତି।  ଏବେ ଯାଏଁ ଅକ୍ଷୟ ୧୧୦ଟି ଫିଲ୍ମରେ ଅଭିନୟ କରିସାରିଛନ୍ତି। ହେଲେ ସେ ବଲିଉଡର ତିନି ଖାନ୍‌ଙ୍କୁ କାଟି ପାରିନାହାନ୍ତି। ଅକ୍ଷୟ କୁମାର, ଆମୀର ଖାନ, ଶାହରୁଖ ଖାନ ଓ ସଲମାନ ଖାନଙ୍କ ଫିଲ୍ମି କ୍ୟାରିଅର ବିଷୟରେ ଜାଣନ୍ତୁ।

{"id":139133}

ଶାହରୁଖ ଖାନ

ଶାହରୁଖ ଖାନ ଆଜି ଯାଏଁ ୫୮ଟି ଫିଲ୍ମ କରିଛନ୍ତି। ସେଥିରୁ ୮ଟି ଫିଲ୍ମ ବ୍ଲକ୍‌ବଷ୍ଟର ଓ ୨ଟି ଫିଲ୍ମ ଅଲ୍‌ଟାଇମ୍‌ ବ୍ଲକ୍‌ବଷ୍ଟର ହୋଇଛି।

{"id":139134}

ସଲମାନ ଖାନ

ସଲମାନ ଖାନ ଆଜି ପର୍ଯ୍ୟନ୍ତ ନିଜ କ୍ୟାରିଅରରେ ୬୫ଟି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଫିଲ୍ମ ଲିଷ୍ଟରୁ ୧୦ଟି ବ୍ଲକ୍‌ବଷ୍ଟର ଓ ୨ଟି ଅଲ୍‌ଟାଇମ୍‌ ବ୍ଲକ୍‌ବଷ୍ଟର ହୋଇଛି।

{"id":139135}

ଆମୀର ଖାନ

ଆମୀର ଖାନ ଆଜି ପର୍ଯ୍ୟନ୍ତ ୨ଟି ବ୍ଲକ୍‌ବଷ୍ଟର ଓ ୫ଟି ଅଲ୍‌ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ଅଲ୍‌ଟାଇମ୍‌ ବ୍ଲକ୍‌ବଷ୍ଟର ହୋଇଛି।

{"id":139136}

ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ କ୍ୟାରିଅରରେ ଆଜି ପର୍ଯ୍ୟନ୍ତ ୧୧୦ଟି ଫିଲ୍ମ କରିଛନ୍ତି ଓ ସେଥିମଧ୍ୟରୁ ମାତ୍ର ୨ଟି ଫିଲ୍ମ ବ୍ଲକ୍‌ବଷ୍ଟର ହିଟ୍‌ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.