ପତ୍ନୀର ହାତରୁ ଛାଡିନଥିଲା ମେହେନ୍ଦୀ, ସ୍ବାମୀ କରିଦେଲେ ଆତ୍ମହତ୍ୟା: କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

Published By : Prameya-News7 Bureau | March 26, 2019 IST

ସୁରତ ୨୬/୩: ଉମରଗାଁଓରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଏକ ବିବାହିତା ମହିଳାଙ୍କ ହାତରୁ ମେହେନ୍ଦୀ ଛାଡ଼ିନଥିବାବେଳେ ତାଙ୍କ ସ୍ବାମୀ ଏକ ଅତି ସାମାନ୍ୟ କଥା ପାଇଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ରବିବାର ସନ୍ଧ୍ୟାରେ ଯୁବକ ଜଣକ ଘରେ ମଦ ପିଇବାକୁ ବସିଥିବାବେଳେ ସ୍ତ୍ରୀ ମଦ ପିଇବାକୁ ବାରଣ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ ମାରପିଟର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଯୁବକ ଜଣକ ରୁମର କବାଟ ବନ୍ଦ କରି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଏବେ ମଧ୍ୟ ମହିଳାଙ୍କ ହାତର ମେହେନ୍ଦୀ ଛାଡ଼ିନାହିଁ। କିନ୍ତୁ ମଦ ପାଇଁ ସ୍ବାମୀ ତାଙ୍କ ହାତ ଛାଡ଼ି ବହୁତ ଦୂରକୁ ଚାଲିଗଲେ। ଉମରାଗାମ କେଶବ ନଗର ବାସିନ୍ଦା ୨୭ବର୍ଷ ବୟସ୍କ ସାଗର ଦେବାନଙ୍କ ବିବାହ ମାର୍ଚ୍ଚ ୧ତାରିଖରେ ହିମାଂଶୀଙ୍କ ସହ ହୋଇଥିଲା। ହିମାଂଶୀଙ୍କ କହିବାନୁସାରେ ୭ବର୍ଷ ପୂର୍ବେ ସେମାନେ ନିର୍ବନ୍ଧ କରିଥିଲେ। ସନ୍ତାନ ଶୀଘ୍ର ନ ହେବାପାଇଁ ସେମାନେ ବିବାହ କରିନଥିଲେ।

ରବିବାର ସାଗର ବାହାରକୁ ଯାଇ ମଦ ପିଇ ଘରକୁ ଆସିଥିଲେ। ଘରକୁ ଆସି ପୁଣି ଥରେ ମଦ ପିଇଥିଲେ। ସେ ମନା କରିବା ସତ୍ତ୍ବେ ମାନିନଥିଲେ ଏବଂ ତାଙ୍କୁ ପିଟିଥିଲେ। ଏହାପରେ ହିମାଂଶୀ ପଡ଼ୋଶୀଙ୍କ ଘରକୁ ଚାଲିଯାଇଥିଲେ।

ତେବେ ସେ ହିମାଂଶୀଙ୍କ ପାଖକୁ ଆସି ତାଙ୍କୁ କ୍ଷମା ମାଗିଥିଲେ ଏବଂ ଏପରି ଆଗକୁ କରିବେ ନାହିଁ ବୋଲି କହିଥିଲେ। ଏହାପରେ ସେ ହିମାଂଶୀଙ୍କ ମୋବାଇଲ୍ ନେଇ ରୁମକୁ ଚାଲି ଯାଇଥିଲେ। ହିମାଂଶୀ ପଡ଼ୋଶୀଙ୍କ ପୁଅକୁ ସ୍ବାମୀଙ୍କୁ ଦେଖି ଆସିବା ପାଇଁ  ପଠାଇଥିଲେ । କିନ୍ତୁ ସେ ଘରର କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ। ଏହାପରେ ହିମାଂଶୀ ଆସି ଝରକାବାଟେ ଦେଖିବାରୁ ସେ ଫାଶି ଲଗାଇ ଝୁଲି ଯାଇଥିଲେ। ହିମାଂଶୀ ଜାଣିନଥିଲେ ଯେ ସାମାନ୍ୟ କଥା ପାଇଁ ସେ ଆତ୍ମହତ୍ୟା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.