Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୀର୍ଘ ଦିନ ପରେ ଆସନ୍ତାକାଲି ଆରମ୍ଭ ହେବ କ୍ଵାଡ୍ ବୈଠକ, ସାମିଲ ହେବେ ମୋଦୀ-ବାଇଡେନ୍, ସେପଟେ ଚିହିଁକି ଉଠୁଛି ଚୀନ

11/03/2021 at 6:40 PM

ନୂଆଦିଲ୍ଲୀ ୧୧।୦୩: ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇଥିବା କ୍ଵାଡ୍ ବୈଠକ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ଏକାଠି ହେବେ ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟ। କ୍ଵାଡ ବୈଠକ ବିଶ୍ବର ଏହି ୪ ମହାଶକ୍ତିଙ୍କୁ ଆହୁରି ନିକଟତର କରିବାକୁ ଯାଉଛି। ସେପଟେ ଚୀନର ଜଳାପୋଡ଼ା ହେଲାଣି। ଚୀନ କହିଛି ଏମାନେ ଆଞ୍ଚଳିକ ହିତ ଉଦ୍ଦେଶ୍ୟରେ କଥା ହେବେ ବୋଲି ଆଶା କରୁଛୁ।

ଜାପାନ, ଆମେରିକା, ଭାରତ ଓ ଅଷ୍ଟ୍ରେଲିଆକୁ ନେଇ ଚତୁଃରାଷ୍ଟ୍ରୀୟ ବୈଠକ ବସିବାକୁ ଯାଉଛି। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିନ୍ଦେ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଭାର୍ଚୁଆଲ କନଫରେନ୍ସରେ ଏକାଠି ହେବେ। ଆସନ୍ତାକାଲି କ୍ବାଡର ଏହି ବୈଠକ ବସିବ। ୨୦୦୭ରେ ଜାପାନର ତତକାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହାର ପରିକଳ୍ପନା କରିଥିଲେ। ସେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାଗ ନେଇଥିଲେ।

କ୍ବାଡ୍ ବୈଠକ ହେବାକୁ ନେଇ ସେବେଠାରୁ ଚୀନକୁ ଜଳାପୋଡା ହେଉଛି। ତେଣୁ ୨୦୦୮ରେ ମନମୋହ ସ୍ପଷ୍ଟ କରିଦେଇଥିଲେ ଯେ ଚୀନକୁ ଖରାପ ଲାଗୁଥିବା ଭଳି କିଛି କାମ ଭାରତ କରିବନି। ସେହିପରି ଅଷ୍ଟ୍ରେଲିଆ ବି ଏହି ବୈଠକରୁ ଦୂରେଇ ଯାଇଥିଲା। ତେଣୁ ଏକ ପ୍ରକାରର କ୍ବାଡ ନିଷ୍କ୍ରିୟ ହୋଇଯାଇଥିଲା। ତେବେ ବିଶ୍ବ ରାଜନୀତିରେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଚୀନ ବିରୋଧରେ ବିଶ୍ବ ବ୍ୟାପୀ ସ୍ବର ବଢ଼ିବାରେ ଲାଗିଛି। ଭାରତ ଓ ଚୀନ ମଧ୍ୟରେ ପୂର୍ବ  ସଂପର୍କ ନାହିଁ। ତେଣୁ ପୁଣି କ୍ବାଡ ଦେଶଗୁଡ଼ିକ ଏକାଠି ହୋଇଛନ୍ତି।

ଶୁକ୍ରବାର ହେବାକୁ ଥିବା ଏହି ବୈଠକରେ ଯେଉଁ ସବୁ ପ୍ରସଙ୍ଗ ଉଠିବାର ଅଛି ସେ ମଧ୍ୟରେ ରହିଛି ଆଞ୍ଚଳିକ ସହଯୋଗ, ଜଳବାୟୁ ପରିବର୍ତ୍ତନ। ଏଥର ମଧ୍ୟ ବୈଠକକୁ ନେଇ ଚୀନର ମନ ଫାଟିଛି । କ୍ବାଡ ବୈଠକରେ ଏମିତି କୌଣସି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ ନୁହେଁ ଯେଉଁଥିରେ ଆଞ୍ଚଳିକ ସୁରକ୍ଷା ଉପରେ ଆଞ୍ଚ ଆସିବ। ବୁଲେଇ ବଙ୍କେଇ ଚୀନ କହିବାକୁ ଚାହୁଁଛି ଯେ ମୋ ବିରୋଧରେ କୌଣସି ମେଣ୍ଟ କରନି। ତେବେ ୨୦୦୭ର ସ୍ଥିତି ଏବେ ନାହିଁ। ଡୋନାଲଡ ଟ୍ରମ୍ପଙ୍କ ପରେ ଜୋ ବାଇଡେନ ମଧ୍ୟ ଚୀନର କାନକୁ ଧରିଥିବାରୁ ଚୀନର ମନ ଏମିତି ଫାଟୁଛି। ତେବେ କାଲି ଭିଡିଓ କନଫରେନ୍ସିଂର ହେବାକୁ ଥିବା ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ କି ପ୍ରସଙ୍ଗ ଉଠାଇବେ ତାହା ଉପରେ ରହିବ ନଜର।

   Related Posts