Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡିଲା ବସ: ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଲା ଅବହେଳାର ଦୃଶ୍ୟ

28/05/2020 at 6:21 PM

ଭୁବନେଶ୍ବର୨୮/୫: ୨ମାସ ପରେ ଆଜିଠାରୁ ରାଜ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇପାରିନାହିଁ । ଅନେକ ଜାଗାରେ ବସ୍‌ ଚାଲୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ହେଲେ ପରିବହନ ମନ୍ତ୍ରୀଙ୍କ କହିବା କଥା ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ଆଉ ଜୁନ୍‌ ୧ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେବ ।

୨ ମାସ ପରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଘରୋଇ ବସ ସେବା । ହେଲେ ପ୍ରଥମ ଦିନରେ ସାମ୍ନାକୁ ଆସିଲା ଅବ୍ୟବସ୍ଥାର ମାଳ ମାଳ ଚିତ୍ର । କୋଉଠି କାଁ ଭାଁ ବସ ଚାଲିଲା ତ ଆଉ କେଉଁଠି ଗଡ଼ିଲାନି ଗୋଟେ ବି ଗାଡ଼ି। ଗତକାଲି ପରିବହନ ମନ୍ତ୍ରୀଙ୍କ ଘୋଷଣା ପରେ ଯେଉଁ ଯାତ୍ରୀମାନେ ଆଜି ବସସେବା ଉପରେ ନିର୍ଭର କରିଥିଲେ ଅନେକ ଯାଗାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । ଜଣେ ଯାତ୍ରୀ ଭୁବନେଶ୍ବର ଏୟାରପୋର୍ଟରୁ ଆସି ବ୍ରହ୍ମପୁର ଯିବାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ଜାଣିଲେ ବସ୍‌ ନାହିଁ । କେବଳ ଏଇ ଜଣେ ନୁହଁନ୍ତି ୟାଙ୍କ ଭଳି ଅନେକ ଯାତ୍ରୀଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି ।

କେବଳ ଭୁବନେଶ୍ବର କାହିଁକି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସମାନ ସମସ୍ୟା ନଜରକୁ ଆସିଥିଲା । ବାଲେଶ୍ବର, ଯେଉଁଠି ଦିନକୁ ଦେଢ଼ଶହରୁ ଅଧିକ ବସ ଚଳାଚଳ କରେ ସେଠି ଆଜି ଗୋଟିଏ ବି ବସ୍‌ ଗଡ଼ିଲାନି। ଫଳରେ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ନିରାଶ ହେବାକୁ ପଡ଼ିଛି । କେଉଁଠି ବସ୍‌ ଥିଲା ହେଲେ ଯାତ୍ରୀ ନଥିଲେ ତ ଆଉ କେଉଁଠି ଯାତ୍ରୀ ଥିଲେ କିନ୍ତୁ ଚାଲିନଥିଲା ଗାଡ଼ି । ଏମିତିରେ ପରିବହନ ମନ୍ତ୍ରୀଙ୍କ କହିବା କଥା ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ଆଉ ଜୁନ୍‌ ୧ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେବ ।

ବସ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେପଟେ ଯାତ୍ରୀଙ୍କ ତାପମାତ୍ରା ମାପିବାକୁ ସରକାର ଥର୍ମାଲ୍‌ ସ୍କାନର ଯୋଗାଇଦେବାକୁ ଦାବି କରିଛି ବସ୍‌ ମାଲିକ ସଂଘ । ତେବେ ବସ୍‌ ଭଡ଼ା ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ।

   Related Posts