Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରଥମେ ୬୦ ବର୍ଷିୟ ମହିଳାଙ୍କୁ ହତ୍ୟା : ପରେ ଶବ ସହ ଦୁଷ୍କର୍ମ କଲା ନାବାଳକ

17/09/2021 at 8:15 AM

ହନୁମାନଗଡ ୧୭/୦୯ : ନିଶାରେ ଥିବା ବେଳେ ଲୋକମାନେ ନିଜ କଣ କରନ୍ତି ଜାଣି ପାରନ୍ତି ନାହିଁ । ସେହି ସମୟରେ ସେମାନେ ନିଜର ହିତ ଜ୍ଞାନକୁ ହରାଇ ବସନ୍ତି  । ତେବେ ଏମିତି ଏକ କିଛି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜୋର ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହେବାରୁ ମହିଳାଙ୍କ ଗଳା ଚାପି ହତ୍ୟା କରିଥିଲା ଏବଂ ପରେ ଶବ ସହିତ ଦୁଷ୍କର୍ମ କରିଥିଲା । ମଦନିଶାରେ ଏପରି କାଣ୍ଡ ଘଟାଇଥିବା ନେଇ ଯୁବକକୁ ପୋଲିସ ଗିରଫ କରିଛି ।

ତେବେ ସୂଚନା ଅନୁଯାୟୀ ଘଟଣାଟି  ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଯୁବକ ନିଶାରେ ଆସି ନିଜର ମାନବିକତା ମଣିଷପଣିଆକୁ ଭୁଲି ଯାଇଛି । ୧୯ ବର୍ଷୀୟ ଯୁବକ ମଦନିଶାରେ ଆସି ବୟସ୍କୀୟା ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେଥିରେ ଅସଫଳ ହୋଇଥିଲା । ଏଥିନେଇ ଯୁବକ ନିଜର ମଦ ନିଶାରେ ସବୁ କିଛି ଭୁଲିଯାଇଥିଲେ । ପରେ ସେ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲେ । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ତେବେ ପୋଲିସ୍‌ ଘଟଣାର ସୂଚନା ପାଇ ଘଟଣା ସ୍ଥଳରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।

   Related Posts