Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବ୍ରେକଅପ ପରେ ପୂରାପୂରି ଭାଙ୍ଗିପଡ଼ିଥାଆନ୍ତି ଏହି ୪ଟି ରାଶିର ବ୍ୟକ୍ତି : ଜାଣନ୍ତୁ ଏହା ପଛର ରହସ୍ୟ

17/12/2019 at 11:53 AM

ବ୍ରେକଅପର କଷ୍ଟ ସହିବା ସମସ୍ତଙ୍କ ପକ୍ଷେ ସହଜ ହୋଇନଥାଏ। କେତେକ ବ୍ୟକ୍ତି କିଛି ଦିନ ମଧ୍ୟରେ ସବୁ କିଛି ଭୁଲି ଯାଉଥିବାବେଳେ କେତେକଙ୍କ କ୍ଷେତ୍ରରେ ଏହା ଅସମ୍ଭବ ହୋଇଥାଏ। ଅଧିକାଂଶ ବ୍ୟକ୍ତି ଗୋଟିଏ ରିଲେସନ ପରେ ଆଉ ଗୋଟିଏ ରିଲେସନଶିପରେ ସହଜରେ ଯିବା ପାଇଁ ପ୍ରସ୍ତୁତ ଥିବାବେଳେ କେତେକ ବ୍ୟକ୍ତି ପୁଣି ଥରେ କାହାକୁ ଡେଟ୍ କରିବା ପୂର୍ବରୁ ବହୁତ ଥର ଚିନ୍ତା କରିଥାଆନ୍ତି। ଆଉ କେତେକ ବ୍ୟକ୍ତି ବ୍ରେକ୍ ଅପ୍ ପରେ ପୂରାପୂରି ଭାଙ୍ଗି ପଡ଼ିଥାଆନ୍ତି।

ତେବେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ ବ୍ରେକ୍ ଅପ୍ ପରେ ପୂରାପୂରି ଭାଙ୍ଗି ପଡ଼ିଥାଆନ୍ତି ଏବଂ ତାଙ୍କୁ ଏହି ସମ୍ପର୍କରୁ ବାହାରିବାକୁ ବହୁତ ସମୟ ଲାଗିଥାଏ।

ମୀନ ରାଶି : ଏହି ରାଶିର ବ୍ୟକ୍ତି ପ୍ରେମ ବଦଳରେ ପ୍ରେମ ଚାହିଁଥାଆନ୍ତି। ଏହି ରାଶିର ବ୍ୟକ୍ତି ନିଜ ଭାବନାକୁ ପ୍ରକାଶ କରିବାରେ ସଙ୍କୋଚ କରିନଥାଆନ୍ତି। ଏପରି ପରିସ୍ଥିତିରେ ଯଦି କେହି ତାଙ୍କ ଭାବନାକୁ ଖାତିର କରିନଥାଆନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ। ମୀନ ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କ ପ୍ରତି ବହୁତ ସମର୍ପିତ ଥାଆନ୍ତି । ଏଥିପାଇଁ ଏହି ରାଶିର ବ୍ୟକ୍ତିମାନେ ବ୍ରେକ ଅପ ପରେ ପୂରାପୂରି ଭାଙ୍ଗି ପଡ଼ିଥାଆନ୍ତି। ମୀନ ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କୁ ସବୁ କିଛି ମାନି ନେଇଥାଆନ୍ତି। ତେଣୁ ସମ୍ପର୍କ ଭାଙ୍ଗିଯିବା ପରେ ତାଙ୍କର ସବୁ କିଛି ସରି ଯାଇଥାଏ। ଏହି ରାଶିର ବ୍ୟକ୍ତିମାନେ ଏତେ ଶୀଘ୍ର ତାଙ୍କ ପୁରୁଣଶ ପ୍ରେମକୁ ଭୁଲି ପାରନ୍ତି ନାହିଁ।

ବୃଷ ରାଶି : ଏହି ରାଶିର ବ୍ୟକ୍ତି ଖୋଲା ହୃଦୟର ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ଏତେ ଶୀଘ୍ର କାହା ଉପରେ ବିଶ୍ବାସ କରନ୍ତି ନାହିଁ। ଯଦି ଥରେ ତାଙ୍କୁ ଜୀବନସାଥୀ ମିଳିଯାଆନ୍ତି ତେବେ ସେ ତାଙ୍କ ପ୍ରତି ପୂରା ନିର୍ଭରଶୀଳ ହୋଇଯାଆନ୍ତି। ସେମାନେ ଥରେ ରିଲେସନଶିପରେ ପ୍ରବେଶ କରିଗଲେ ସିଙ୍ଗଲ ରହିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ। ବ୍ରେକଅପ ପରେ ସେମାନେ ନିଜ ଭିତରେ ହଜିଯାଆନ୍ତି। ବ୍ରେକ ଅପ ଦୁଃଖରୁ ଓହରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥାଏ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ବ୍ରେକଅପର ସବୁଠୁ ଅଧିକ ପ୍ରଭାବ ପଡ଼ିଥାଏ। ପ୍ରେମ ମାମଲାରେ ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ଦୁର୍ବଳ ହୋଇଥାଆନ୍ତି। ଏମାନଙ୍କ ପୂରା ଦିନଚର୍ଯ୍ୟା ତାଙ୍କ ସାଥୀଙ୍କ ହିସାବରେ ଚାଲିଥାଏ। ବ୍ରେକଅପ ପରେ ଏମାନେ ବହୁତ ଦୁଃଖି ହୋଇଯାଇଥାଆନ୍ତି। ଏମାନେ ଏତେ ଶୀଘ୍ର ବ୍ରେକଅପରୁ ଓହରି ପାରନ୍ତି ନାହିଁ କାରଣ ଏମାନେ ଭବିଷ୍ୟତ ବଦଳରେ ବାରମ୍ବାର ଅତୀତ ଆଡ଼କୁ ଆଶା କରିଥାଆନ୍ତି। ଏମାନେ ସବୁବେଳେ ପୂର୍ବକଥା ମନେ ପକାଇଥାଆନ୍ତି ତେଣୁ ସବୁବେଳେ ଦୁଃଖୀ ହୋଇଥାଆନ୍ତି।

ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପ୍ରେମ ପାଗଳାମିରେ ଭରପୂର ହୋଇଥାଏ। ପ୍ରେମ ମାମଲାରେ ଏମାନେ କୌଣସି ବାଧାବନ୍ଧନ ମାନିନଥାଆନ୍ତି ଏବଂ ଖୋଲାଖୋଲି ତାଙ୍କ ଭାବନା ପ୍ରକାଶ କରିଥାଆନ୍ତି। ଏମାନେ ତାଙ୍କ ସାଥୀଙ୍କ ଇଚ୍ଛାକୁ ପୂରଣ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏମାନେ ବ୍ରେକଅପ ପରେ କେବଳ ଦୁଃଖୀ ହୋଇନଥାଆନ୍ତି ବରଂ ନିଜର ସଂଯମ ମଧ୍ୟ ହରାଇ ଦେଇଥାଆନ୍ତି। ବ୍ରେକଅପ ପରେ ଏହି ରାଶିର ବ୍ୟକ୍ତିଙ୍କୁ ସମ୍ଭାଳିବାର ଆବଶ୍ୟକତା ପଡ଼ିଥାଏ।

   Related Posts