Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

୯୪ ଘଣ୍ଟାର ଯାତ୍ରା ପରେ କୂଳରେ ଲାଗିଲା ଡ଼ଙ୍ଗା: ମତ୍ସ୍ୟଜୀବୀ କହିଲେ, ‘ଘର ମୁହାଁ ହୋଇଥିଲେ ବି ସମୁଦ୍ରରେ ଭୟ ଲାଗୁଥିଲା’

27/04/2020 at 8:33 PM

ଭୁବନେଶ୍ବର୨୭/୪: ପୁଣି ୩୯ ଜଣ ମତ୍ସ୍ୟଜୀବୀ ଜଳ ପଥରେ ଫେରିଲେ । ଏମାନେ ମଧ୍ୟ ଚେନ୍ନାଇରୁ ଫେରିଥିବା ସୂଚନା । ଗୋଟିଏ ଡଙ୍ଗାରେ ଫେରିଛନ୍ତି । ଓଡିଶା ଗଞ୍ଜାମ ଜିଲ୍ଲାର ୨୪ ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୫ ଜଣ ଫେରିଥିବା କୁହାଯାଉଛି ।

ପୂର୍ବ ସୂଚନା ଅପେକ୍ଷା ଏମାନେ ଅନ୍ୟ ସ୍ଥାନରେ ପହଞ୍ଚିଥିବା ବେଳେ ସେଠାରେ ସେମାନଙ୍କର ଚିତ୍ର ଧରିଥିଲା ନ୍ୟୁଜ ସେଭେନ କ୍ୟାମେରା ଟିମ୍‌। ସାଢ଼େ ୩ ଘଣ୍ଟା ଚେନ୍ନାଇରୁ ଯାତ୍ରା ପରେ କୂଳରେ ଲାଗିଲା ଡଙ୍ଗା। ଲକ୍ଷେ ୮୫ ହଜାରରେ ଏକ ଡଙ୍ଗା କିଣି ଏମାନେ ଓଡ଼ିଶା ଆସିଛନ୍ତି।  ବାଟରେ ଦୁଇଥର ତୁଫାନ ଆସିଥିଲା। ସମୁଦ୍ର ମଝିରେ ଆମକୁ ଡର ବି ଲାଗୁଥିଲା। କିନ୍ତୁ ସେଠି ଭୋକ ଉପାସରେ ପଡ଼ି ରହିବା ଅପେକ୍ଷା ଟଙ୍କା ଆଦାୟ କରି ଡଙ୍ଗା କିଣି ଚାଲି ଆସିଲୁ ବୋଲି ଏଠାରେ ପହଞ୍ଚିବା ପରେ କହିଛନ୍ତି ଏହି ମତ୍ସ୍ୟଜୀବୀ। ଡଙ୍ଗାରେ ଯେଉଁମାନେ ଆସିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।  ତେବେ ଏହା ପୂର୍ବରୁ ଏମାନେ ଚେନ୍ନାଇରୁ ବାହାରି ଆସିଥିଲେ। ଏସବୁ ନେଇ ସେମାନଙ୍କ ପାଖରେ କିଛି ବି ସୂଚନା ନଥିଲା।

ଓଡିଶା ଗଞ୍ଜାମ ଜିଲ୍ଲା ରାମେୟାପାଟଣାର ୧୧ ଜଣ, ପାତି ସୋନପୁରର ୯ ଜଣ,  ମାର୍କଣ୍ଡିର ୩ଜଣ ଏବଂ ଦିଗିପୁର୍ ର ଜଣେ ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର କେତେକ ଗାଆଁରେ କେତେକଙ୍କୁ ଓହ୍ଲାଇଥିବା ବେଳେ ସୋନପୁରରେ ମଧ୍ୟ କେତେକଙ୍କୁ ଓହ୍ଲାଇଥିବା କହିଛନ୍ତି ।  ରାମେୟାପାଟଣା ସମୁଦ୍ର ମୁହାଣରେ ୧୦ ଜଣ ଓହ୍ଲାଇଛନ୍ତି । ପୂର୍ବରୁ ପ୍ରଶାସନ ନିକଟରେ ଖବର ଥିଲେ ମଧ୍ୟ ଅପ୍ରସ୍ତୁତ ଥିବା ଯୋଗୁଁ କିଏ କେଉଁଆଡେ ଖସି ପଳାଇବାକୁ ସକ୍ଷମ ହେଲେ । କିଏ ଡଙ୍ଗାରୁ ଡେଇଁ ପଳାଇଲେ ତ ଆଉ କିଏ କୂଳରେ ପହଞ୍ଚିବା ପୂର୍ବରୁ ଓହ୍ଲାଇ ଚାଲି ଚାଲି ପଳାଇଲେ ।

ଘଟଣାସ୍ଥଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ନୀରିକ୍ଷଣ କରିଛନ୍ତି । ଡଙ୍ଗା ସହ ଅନ୍ଯାନ୍ଯ ସାମଗ୍ରୀ ଜବତ କରାଯାଇଛି। ଏଥିସହିତ ଆସିଥିବା ମତ୍ସ୍ୟଜୀବୀମାନଙ୍କୁ କ୍ବାରାଣ୍ଟାଇନରେ ରଖାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ଗୋଟିଏ ଡଙ୍ଗା ରେ ୨୭ ଜଣ ଫେରି ଆନ୍ଧ୍ରପ୍ରଦେଶର ଡଙ୍କୁରୁ ରେ ପହଞ୍ଚିଥିବା ବେଳେ ୨୫ ତାରିଖ ସନ୍ଧ୍ୟା ରେ ୩୮ ଜଣ ଫେରି ପାତିସୋନପୁରରେ ପହଞ୍ଚିଥିଲେ ।

   Related Posts