୯ବର୍ଷ ହେଲା ଅଜଣା ରୋଗରେ ପୀଡିତ ଥିଲେ, ସୁସ୍ଥ ହେବା ପରେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଭାଗିରଥି

Published By : Prameya-News7 Bureau | November 07, 2020 IST

ଭଦ୍ରକ ୦୭।୧୧:  ୯ ବର୍ଷ ହେଲା ଅଜଣା ରୋଗରେ ପୀଡିତ ଥିଲେ । ଦେହ ସାରା ଅଜଣା ଚିହ୍ନ ଦେଖାଦେଇଥିଲା । ଚର୍ମ ବାହାରୁଥିଲା । ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ସହାୟତା ଲୋଡିଥିଲେ । କଥା ପହଞ୍ଚିଥିଲା ବିଧାୟକଙ୍କ ନିକଟରେ । ସହଯୋଗର ହାତ ବଢାଇବା ସହ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଟିମ ଯାଇଥିଲେ । ଶେଷ ରେ ରୋଗରୁ ତ୍ରାହି ମିଳିଥିଲା । ସୁସ୍ଥ ହେବାପରେ ରୋଗମୁକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ବିଧାୟକଙ୍କୁ ଭେଟି ସାଧୁବାଦ ଜଣାଇଛନ୍ତି ।

ତେବେ ଏହି ରୋଗମୁକ୍ତ ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା କୋଡବରୁଆଁ ଗ୍ରାମପଞ୍ଚାୟତର କୋଡଗମ୍ଭୀର ଗାଁର ଭାଗିରଥି ଜେନା । ଭାଗିରଥି ୯ ବର୍ଷା ହେଲା ଅଜଣା ରୋଗ ରେ ପୀଡିତ ଥିଲେ । ଦେହ ସାରା ଅଜଣା ରୋଗରେ ଚର୍ମ ବାହାରୁଥିଲା । ଦେହ ସାରା କୁଣ୍ଡାଇ ହେଉଥିଲା । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଶେଷରେ ବିଧାୟକଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ସ୍ଵତନ୍ତ୍ର ମେଡିକାଲ ଟିମ ସହାୟତାରେ ଚିକିତ୍ସା ପରେ ସୁସ୍ଥ ହେଲେ ଭାଗିରଥି । ସୁସ୍ଥ ପରେ ଭଦ୍ରକ ବିଧାୟକ ଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.