୯ମାସ ପରେ ଗୌରି ନାନୀ ଗାଁକୁ ଫେରିଲା : ବାଟ ହୁଡିଥିଲା , ପରିବାର ସହ ମିଶାଇଲେ ଭଦ୍ରକ ୟୁନିଟ ଫର୍ ସେବାର ସ୍ୱେଚ୍ଛାସେବୀ

Published By : Prameya-News7 Bureau | September 18, 2020 IST

ଭଦ୍ରକ ୧୮।୦୯:  ମକର ସଙ୍କ୍ରାନ୍ତିରେ ପୁଅ ଘରକୁ ଆସୁଥିଲା ମା , ବାଟ ଭୁଲିଗଲା ଆଉ ଫେରିପାରିଲାନି ।  ଟ୍ରେନରେ ଆସି ଆଉ ଫେରିପାରିଲା ନାହିଂ ପୁଅ ଘରକୁ । ବୁଲୁ ଥିଲା ଆଉ ମାଗିଯାଚୀ ଯାହା ମିଳୁଥିଲା , ତାହା ଖାଉଥିଲା  । ଯେଉଁଠି ରାତି , ସେଇଠି ନିଦ । ପୁଣି କେହି ବ୍ୟକ୍ତି  ଘରକୁ ଫେରାଇଦେବାର ପ୍ରତିଶୃତି ଦେଇ ନିଜ ଘରେ କାମ କରାଇଥିଲେ । ଏହାପରେ ସେ ଆଉ ଜନବସତିକୁ ଯାଉନଥିଲେ । ଜଙ୍ଗଲିଆ ଅଞ୍ଚଳର ରହି ନିଜର ଜୀବନ ଯାପନ କରୁଥିଲେ । ପ୍ରାୟ ୯ମାସ ଧରି ଏକ କେନାଲ ବନ୍ଧରେ ଥିବା ଏକ ଗଛ ମୂଳରେ ରହୁଥିବାର ଠାବ କରିଥିଲେ ଭଦ୍ରକ ଜିଲ୍ଲାର ୟୁନିଟ ଫର୍‌ ସେବାର ସ୍ୱେଚ୍ଛାସେବୀ । ଏହାପରେ ବୁଢି ମାକୁ ଘରକୁ ଫେରାଇବା ପାଇଁ ନ୍ୟୁଜ ସେଭେନ୍‌ ସହ ଯୋଗାଯୋଗ କରିଥିଲେ । ଏନେଇ ନ୍ୟୁଜ୍‌ ସେଭେନ୍‌ରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା ।

ଏହାପରେ ବୁଦ୍ଧା ଜଣଙ୍କ କହୁଥିବାର ନିଜ ଗାଁର ଅଞ୍ଚଳକୁ ଯାଇ ନ୍ୟୁଜ ସେଭେନ୍‌ ପ୍ରତିନିଧି ପହଞ୍ଚିଥିଲେ । ଆଉ ଏହା ହେଲା ଦୀର୍ଘ ୯ମାସର ମିଳନ । ମା  ଓ ପୁଅର ଭେଟ । ଦୀର୍ଘ ୯ମାସ ପରେ ନିଜ ମାକୁ ପାଇଁ ପୁଅ ନିଜ ସାଙ୍ଗେ ଘରକୁ ନେଇଯାଇଥିଲା । ସେହିପରି ୯ମାସ ପରେ ନିଜ ପୁଅକୁ ପାଇଁ ମାଆର ଖୁସି ନକହିଲେ ସରେ । ତେବେ ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ କଣ ରହିଥିଲା --

{"id":331177,"sizeSlug":"large"}

ବୃଦ୍ଧାଙ୍କ ଘର ହେଉଛି ରାଇରଙ୍ଗପୁର ଅଞ୍ଚଳର ଗୋରୁମହିଷାଣୀ ଥାନା କର୍ଶିଗଙ୍ଗା ଗାଁ  ମାଝୀ ସାହିରେ । ମହିଳାଙ୍କ ନାମ ଗୌରି ଦେହୁରି । ତିନି ପୁଅ ବୋହୁ କୁ ନେଇ ଘର ସଂସାର । ବଡ ପୁଅ ବାହାରେ ରୁହନ୍ତି । ମକର ସଙ୍କ୍ରାନ୍ତି ରେ ବଡ ପୁଅ ନିକଟ କୁ ଆସୁଥିଲା । ଟ୍ରେନରେ ବସିଥିଲା କିନ୍ତୁ ଯେଉଁ ଷ୍ଟେସନରେ ଓହ୍ଲାଇବା କଥା ସେହି ଷ୍ଟେସନ ଜାଣିପାରିଲା ନାହିଁ । ଆଉ ଶେଷ ରେ ବାଟ ବଣା ହୋଇ ବୁଲୁଥିଲେ । ବୁଢୀ ମାର କଥା ମଧ୍ୟ ଠିକ ସେ ବୁଝି ହେଉନଥିଲା । ମାଗିଯାଚୀ ଯାହା ମିଳୁଥିଲା ଖାଉଥିଲା । ଯେଉଁଠି ରାତି ହେଉଥିଲା ସେଇଠି ଶୋଇପଡୁଥିଲେ ।

ବର୍ଷା ରାତିରେ ଭିଜି ଭିଜି ଶୋଊଥିଲେ ଗଛ ମୂଳରେ । ଦେହ ଖରାପ ହେବା ପରେ ଖାଇବା ପାଇଁ ଡହଳ ବିକଳ ହେଉଥିଲେ । ଏମିତି ଅବସ୍ଥା ରେ ଜନୈକ ବ୍ୟକ୍ତି ତାଙ୍କୁ ନେଇ ଘରେ ଆଶ୍ରା ଦେଇଥିଲେ । ଘରକୁ ପହଞ୍ଚାଇବେ ବୋଲି କହିଥିଲେ । କିନ୍ତୁ ପ୍ରତ୍ୟକ ଦିନ ବିଭିନ୍ନ କାମ କରାଉଥିଲେ । ସେଠାରୁ ଉପାୟ କରି ଖସି ଆସିଲେ , ଏବଂ ଏହା ପରେ ଭୟରେ ଆଉ କୌଣସି ଜନବସତିକୁ ନଯାଇ ନିକାଞ୍ଚନ ସ୍ଥାନରେ ରହି ଗଛ ପତ୍ରକୁ ଖାଇ ଦିନ କାଟୁଥିଲେ । ଠିକ ଏତିକି ବେଳେ ଭଦ୍ରକ ଜିଲ୍ଲାର ୟୁନିଟ ଫର ସେବା ସଂଗଠନକୁ ଖବର ମିଳିଥିଲା ।

{"id":331172,"sizeSlug":"large"}

ସଂଗଠନ କର୍ମକର୍ତ୍ତା ମାନେ ରାତିରେ କେନାଲ ବନ୍ଧରେ ଖୋଜିଲେ । ରାତିର ଅନ୍ଧାର ରେ ବାଇକ ଆଲୁଅ ରେ ବୃଦ୍ଧା ଜଣକ ଏକ ଗଛ ମୂଳେ ଶୋଇଥିବା ଦେଖିଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରି ବନ୍ତ ଅଳାଉତି ସ୍କୁଲରେ ତାଙ୍କ ରହିବା, ଖାଇବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ପଚାରିବାରୁ ବୁଢୀ ମା ବାଟବଣା ହେବାର ପୁରା କାହାଣୀ କହିଥିଲେ । ତେବେ ବୁଢୀ ମାକୁ ଉଦ୍ଧାର କରିବା ପାଇଁ ସଂଗଠନ ନ୍ୟୁଜ ସେଭେନ୍‌ର ସହଯୋଗ ମାଗିଥିଲେ । ବୁଢୀ ମା କହୁଥିବା ଠିକଣାର ଯାଇ ପତ୍ତା ଲଗାଇଥିଲା ଟିମ୍‌ , ଏବଂ ଏନେଇ ଏକ ଖବର ମଧ୍ୟ ପ୍ରସାରଣ କରିଯାଇଥିଲା । ଆମ ପ୍ରତିନିଧିକ ବୁଢୀ ମା କହୁଥିବା ଠିକଣାରେ ପହଞ୍ଚିଥିଲେ  । ବୁଢୀ ମାର ପୁଅଙ୍କୁ ଭେଟିବା ପରେ ଘଟଣା ସତ ବୋଲି ଜଣା ପଡିଥିଲା ।

ମା ନିଖୋଜ ହେବା ପରେ ସବୁ ଆଡେ ଖୋଜାଖୋଜି କରିଥିଲେ ପରିବାର ଲୋକେ । କିନ୍ତୁ କୌଣସି ସନ୍ଧାନ ପାଇନଥିଲେ । ନ୍ୟୁଜ ସେଭେନ ର ପ୍ରୟାସ ପରେ ପୁଅ ବସ ଯୋଗେ ଆସିଥିଲେ ଭଦ୍ରକ । ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ମା ନିକଟକୁ ନେଇଥିଲେ । ସେଠାରେ ମା କୁ ଦେଖି ଖୁସି ରେ ଉତ୍ତଫୁଲ୍ଲିତ ହୋଇଯାଇଥିଲେ ପୁଅ ।

{"id":331173,"sizeSlug":"large"}

ପୁଅ କହିଥିଲା ଯେ ସେମାନେ ଭାବିଥିଲେ ଯେ ମା ବଡ ଭାଇଙ୍କ ଘରକୁ ଯାଇଛନ୍ତି ଫେରିବେ । କିନ୍ତୁ ପରେ ଜାଣିଲୁ ଯେ ମା ହଜି ଯାଇଛନ୍ତି । ପ୍ରାୟ ୨ ମାସ ଖୋଜିଲୁ କିନ୍ତୁ ପାଇଲୁ ନାହିଂ । କିଛି ଦିନ ପରେ ଲକଡାଉନ କଟକଣା ହେଲା,  ଆଉ କୁଆଡେ ଖୋଜିପାରିଲୁ ନହିଁ । ପୋଲିସରେ ଅଭିଯୋଗ କରିବା କଥା , କିନ୍ତୁ ଆମେ ମୂର୍ଖ ଆଦିବାସୀ ଲୋକ , ସେଥି ପାଇଁ ଜାଣିପାରିଲୁ ନାହିଁ  । ଏବେ ମାକୁ ପାଇ ମୁଁ ବହୁତ ଖୁସି ।

ଶେଷ ରେ ମା କୁ ସାଙ୍ଗ ରେ ଧରି ଫେରିଥିଲା ନିଜ ଗାଁ ଅଭିମୁଖେ । ସଂଗଠନ ଆଉ ନ୍ୟୁଜ ସେଭେନ ପରିବାର କୁ ମଧ୍ୟ କୃତଞତା ଜଣାଇଥିଲେ । ନ୍ୟୁଜ ସେଭେନ୍‌ ଓ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ମା ଓ ପୁଅର ଭେଟ ହେଲା । ଉଭୟଙ୍କ ବିଦାୟ ବେଳର ଦୃଶ୍ୟ ଥିଲା ଅତ୍ୟନ୍ତ ଖୁସିର ମୂହୂର୍ତ୍ତ । କିନ୍ତୁ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ଫେରିବା ବେଳେ  ବୁଢୀ ମା କହିଛନ୍ତି ଯେ,  ପୁଅ ସାଙ୍ଗରେ ଗାଁ କୁ ଯିବି  । ନାତି ନାତୁଣୀଙ୍କୁ ଦେଖିବି ଆଉ ପୁଣି ଠାରେ ଏହି ଜାଗାକୁ ଆସିବି ଆଉ ରହିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.