Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀର୍ଘ ୮୩ ଦିନ ପରେ ବାହାରକୁ ବାହାରିଲେ ପ୍ରଧାନମନ୍ତ୍ରୀ: କିପରି ଥିଲା ମୋଦିଙ୍କ ଗସ୍ତ…

22/05/2020 at 10:13 PM

ଭୁବନେଶ୍ବର୨୨/୫: ୮୩ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ବାହାରକୁ ବାହାରିଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଦୁଇ ରାଜ୍ୟରେ ଯେଉଁ ବିପତ୍ତି ପଡ଼ିଛି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ଜରୁରୀ ବୋଲି  ଅନୁଭବ କରି ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ଗସ୍ତକୁ ଆସିଥିଲେ।

ସମୟ ସକାଳ ୯ଟା । ଦିଲ୍ଲୀରୁ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ବତନ୍ତ୍ର ବିମାନରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ। ସମୟ ସକାଳ ୧୧ଟା କୋଲକାତା ବିମାନ ବନ୍ଦରରେ ଓହ୍ଲାଇଥିଲା ମୋଦିଙ୍କ ବିମାନ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ, ଏବଂ ରାଜ୍ୟ ପାଳ ଜଗଦୀପ ଧନକଡ଼ । ଅମ୍ଫାନ କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟନ୍ତ ଘୋଷଣା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ମମତା ବାନାର୍ଜୀ।

ପଶ୍ଚିମବଙ୍ଗରେ ଅମ୍ଫାନ ପ୍ରଭାବରେ ୮୦ ଜଣଙ୍କ ମୃତ୍ୟୁ ହୋଇଛି ବ୍ୟାପକ କ୍ଷୟକ୍ଷତି ହୋଇଛି।  ସେପଟେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବିମାନ ଯୋଗେ ବାତ୍ୟା କ୍ଷୟକ୍ଷତିର ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ। ଏହା ପରେ  ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ। ପ୍ରାଥମିକ ଭାବେ ଥଇଥାନ ପୁନରୁଦ୍ଧାର କାର୍ଯ୍ୟ ହଜାରେ କୋଟି ଟଙ୍କାର ସହଯୋଗ ଘୋଷଣା କରିଥିଲେ ମୋଦି।

ଏହାପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲେ ଏବଂ ଅପରାହ୍ନ ୩ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଥିଲେ। ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଗଣେଶୀଲାଲ ସ୍ବାଗତ କରିଥିଲେ।  ଦୀର୍ଘ ୮୩ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବାହାରକୁ ଗସ୍ତ କରିଛନ୍ତି। କରୋନା କଟକଣା ପରଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ହିଁ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଥିଲେ। ଫେବ୍ରୁଆରୀ ୨୯ ତାରିଖରେ ସେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ।

ଏହାପରେ ମାର୍ଚ୍ଚ ୨୪ ତାରିଖରେ ଦେଶବ୍ୟାପୀ କରୋନା ଲକଡାଉନ ଲାଗୁ ହୋଇଥିଲା। କରୋନାର ଜରୁରୀ ସ୍ଥିତିର ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ଦୈନିକ ସମୀକ୍ଷା କରୁଥିଲେ। ତେବେ ବାତ୍ୟା ଅମ୍ଫାନ ଯେଉଁଭଳି ଭାବେ ଦୁଇ ରାଜ୍ୟରେ କ୍ଷୟକ୍ଷତି କରିଛି ଏହା ସମଗ୍ର ଦେଶ ପାଇଁ ଏକ ବଡ଼ ବିପତ୍ତି । ବାତ୍ୟାର ଦିନକ ପରେ ତୁରନ୍ତ ସ୍ଥିତିର ଅନୁଧ୍ୟାନ କରିବା ଲାଗି ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ଗସ୍ତ କରିଛନ୍ତି।

   Related Posts