‘୭୦ ଦିନ ପରେ ଭାଇରସର ପ୍ରଭାବ କମିଯାଏ’, ଇସ୍ରାଏଲ ପ୍ରଫେସରଙ୍କ ଦାବି
17/04/2020 at 11:21 AM

ନୂଆଦିଲ୍ଲୀ, ୧୭|୦୪: ମାରାତ୍ମକ କରୋନା ଭାଇରସ ୪୦ ଦିନରେ ସବୁଠାରୁ ଭୟଙ୍କର ଅବତାର ଧାରଣ କରେ ଓ ୭୦ ଦିନ ମଧ୍ୟରେ ଏହାର ପ୍ରଭାବ ହ୍ରାସ ପାଏ ବୋଲି ଇସ୍ରାଏଲର ଜଣେ ଗଣିତଜ୍ଞ କହିଛନ୍ତି । ଏହି ଭାଇରସ କାହା ଉପରେ ଆକ୍ରମଣ କରିବ ତାହା କହିବା ସହଜ ନୁହେଁ । ଏହାର କୌଣସି ଟୀକା ଓ ଔଷଧ ନାହିଁ । ତେବେ ସରକାର ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନେଲେ ମଧ୍ୟ ଏହା ପ୍ରଭାବ ବିସ୍ତାର କରିଥାଏ ବୋଲି ସେ କହିଛନ୍ତି ।
ଇସ୍ରାଏଲ ନ୍ୟାଶନାଲ କାଉନସିଲ୍ ଅଫ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ଇସାକ୍ ବେନ୍ ଇସ୍ରାଏଲ୍ କହିଛନ୍ତି ଯେ, ସେ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ସେ ଗବେଷଣା କରିଛନ୍ତି । ଦେଶରେ କରୋନା ମାମଲାକୁ ଅନୁଧ୍ୟାନ କରାଯାଉଛି । ଏହାସହ ବିଶ୍ୱର ମାମଲା ସହ ମଧ୍ୟ ତୁଳନା କରାଯାଉଛି । ଏହି ସଂଖ୍ୟା ନିଜେ ହିଁ ଭାଇରସର ଭୟାବହତା ସୂଚାଉଛି । ତେବେ ସାମାଜିକ ଦୂରତା ହିଁ ଏହାର ଏକମାତ୍ର ସମାଧାନ । ଇସ୍ରାଏଲରେ ସାଧାରଣତଃ ଦୈନିକ ୧୪୦ଜଣ ପ୍ରାଣ ହରାଉଛନ୍ତି । କରୋନା ୨ରୁ ୩ଜଣଙ୍କ ଜୀବନ ନେଉଛି । ତେବେ ଏହା ଦଶର ଜିଡିପିକୁ ବିପଦରେ ପକାଇବା ଅନୁମାନ ଭୁଲ ଅଟେ । ଏହି ଭାଇରସ ଜଳବାୟୁରେ ପରିବର୍ତ୍ତନ ସହ ଲୋପ ପାଇପାରେ ।ଏହାର ମଧ୍ୟ ସମୟ ସୀମା ରହିଛି । ଯଦି ଦେଶରେ ଲକଡାଉନ୍ ଜାରି ରହେ, ଏହା ଅର୍ଥବ୍ୟବସ୍ଥା ଉପରେ ଏବେ ପ୍ରଭାବ ପକାଇବ ନାହିଁ । ତେବେ ସାରା ଦେଶକୁ ବନ୍ଦ କରିଦେବା ଉଚିତ ନୁହେଁ ।
ଇସ୍ରାଏଲ ହସ୍ପିଟାଲର ଡାଇରେକ୍ଟର ପ୍ରଫେସର ଗାବି ବାରିସ୍ କହିଛନ୍ତି ଯେ, ଏହି ଭାଇରସକୁ ହାଲୁକା ଭାବେ ନେବା ଅନୁଚିତ । ବେନ୍-ଇସ୍ରାଏଲଙ୍କ ତଥ୍ୟ ଭୁଲ ଅଛି । ସେ ସିଙ୍ଗାପୁର, ତାଇଓ୍ୱାନ, ସ୍ୱିଡେନର ଅର୍ଥନୀତୁ ତୁଳନା କରୁଛନ୍ତି । ଇସ୍ରାଏଲ ସହ ଅନ୍ୟ ଦେଶ ନେଇଥିବା ପଦକ୍ଷେପ ପାଇଁ ମୃତ୍ୟୁସଂଖ୍ୟା ଏତେ ବଢିନାହିଁ । ନହେଲେ ଅଧିକରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତେ ।