Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୭ ବର୍ଷ ପରେ ନ୍ୟାୟ… ସେହି କାଳ ଶୀତ ରାତିରୁ ଆଜି ପର୍ଯ୍ୟନ୍ତ , ଏକ ଲଜ୍ଜାକର ଅଧ୍ୟାୟରେ ଜବନୀକା…

7/01/2020 at 6:44 PM

ନୂଆଦିଲ୍ଲୀ ୭/୧– ଦୀର୍ଘ ୭ ବର୍ଷ ପରେ ନିର୍ଭୟାଙ୍କ ପରିବାରକୁ ମିଳିଛି ଆଶ୍ୱସ୍ତି । ପଟିଆଲା ହାଉସ କୋର୍ଟର ଆଡିସନାଲ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ୪ ଦୋଷୀଙ୍କ ବିରୋଧରେ ବ୍ଲାକ୍‌ ୱାରେଣ୍ଟ ଜାରି ସହ ଆସନ୍ତା ୨୨ ତାରିଖ ସକାଳ ୭ ଟାକୁ ଫାଶୀଦଣ୍ଡ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଏକ କଳଙ୍କିତ ଘଟଣାର କୁତ୍ସିତ ଅପରାଧୀ ଦଣ୍ଡିତ ହେବା ଧାର୍ଯ୍ୟ ହୋଇଛି । ତେବେ କିପରି ଥିଲା ଏହି ଦୀର୍ଘ ୭ ବର୍ଷର ଘଟଣାକ୍ରମ । ସେହି ୨୦୧୨ ଡିସେମ୍ବରରର ସେହି ଭୟଙ୍କର ରାତି ଠାରୁ ଆଜି ପର୍ଯ୍ୟନ୍ତ ।

ଡିସେମ୍ବର ୧୬, ୨୦୧୨- ଏକ ଚଳନ୍ତା  ବସ୍‌ରେ ୨୩ ବର୍ଷୀୟ ଫିଜିଓଥେରାପି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା । ବସ୍‌ର ଡ୍ରାଇଭର ରାମ ସିଂହ, ତାର ଭାଇ ମୁକେଶ ସିଂହ,ଅକ୍ଷୟ ଠାକୁର, ବିନୟ ସର୍ମା ଓ ପୱନ ଗୁପ୍ତାଙ୍କ ସହ ଜଣେ ନାବାଳକ କରିଥିଲେ ଏହି ଜଘନ୍ୟ କାଣ୍ଡ ।ସାରା ଦେଶରେ ସୃଷ୍ଟି ହୋଇଥିଲା ହଇଚଇ ।

ଜାନୁଆରୀ ୩, ୨୦୧୩- ଦିଲ୍ଲୀ ପୋଲିସ ୫ ବୟସ୍କ ଅଭିଯୁକ୍ତଙ୍କ ନାମରେ ଅପହରଣ, ଗଣଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ, ଅପ୍ରାକୃତିକ ଅପରାଧ ଏବଂ  ଡକାୟତି ଆଦି ଅପରାଧର ଅଭିଯୋଗ ଦାୟର କଲା ।

 ଜାନୁଆରୀ  ୨୮ , ୨୦୧୩ – ଜୁଭେନାଇଲ ଜଷ୍ଟିସ ବୋର୍ଡ ଏହି ଘଟଣାରେ ଷଷ୍ଠ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଲେ ।

 ଫେବୃଆରୀ  ୨, ୨୦୧୩ – ପାଞ୍ଚ ବୟସ୍କ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସହ ୧୩ ଟି ଅଭିଯୋଗର ଦଫା ଲଗାଇଲା ପୋଲିସ ।

ମାର୍ଚ୍ଚ ୧୧, ୨୦୧୩ – ନିର୍ଭୟା ମାମାଲାର ଅନ୍ୟତମ ଅଭିଯୁକ୍ତ ତଥା ବସ୍‌ ଡ୍ରାଇଭର ରାମ ସିଂହ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିବା ସୂଚାଇଲା ପୋଲିସ ।ଜେଲ କୋଠରୀରୁ ମିଳିଲା ରାମ ସିଂହର ଝୁଲନ୍ତା ମୃତ ଦେହ ।

 ମାର୍ଚ୍ଚ ୨୧,୨୦୧୩- ଦେଶର ଦୁଷ୍କର୍ମ ଆଇନରେ ସଂଶୋଧନ । ଦୁଷ୍କର୍ମ  ବିରୋଧି କଠେର ଆଇନ ହେଲା । ଯୌନଗତ ଅପରାଧରେ ଅପାରାଧିଙ୍କୁ ଅଧିକ କଠୋର ଦଣ୍ଡ, ମୃତ୍ୟୁ ଦଣ୍ଡ ସହ ବାରମ୍ବାର ଦୁଷ୍କର୍ମ ଲାଗି କଠୋର ଆଇନ ହେଲା ।

ଅଗଷ୍ଟ ୩୧, ୨୦୧୩ – ଜୁଭେନାଇଲ ଜଷ୍ଟିସ ବୋର୍ଡ ନାବାଳକ ଅଭିଯୁକ୍ତକୁ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମାଲାରେ ଦୋଷୀ ସାବ୍ୟସ୍ତ କଲେ । କିନ୍ତୁ ତାକୁ ୩ ବର୍ଷ ସ୍ବାଧାର ଗୃହରେ ରହିବାକୁ ନିର୍ଦ୍ଦେଶ ।

ସେପ୍ଟେମ୍ବର ୧୦,୨୦୧୩-  ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରୁଥିବା ଫାଷ୍ଟଟ୍ରାକ୍‌ କୋର୍ଟ ୪ ଅଭିଯୁକ୍ତ ମୁକେଶ, ଅକ୍ଷୟ, ବିନୟ ଓ  ପୱନକୁ ଗଣ ଦୁଷ୍କର୍ମ ଓ ହତ୍ୟା ଆଦି୧୩ ଟି ଅଭିଯୋଗ ଆଧାରରେ ଦୋଷୀ ସାବ୍ୟସ୍ତ କଲେ

 ସେପ୍ଟେମ୍ବର ୧୩, ୨୦୧୩- ଶୁଣାଣିର ବର୍ଷେ ଭିତରେ ଆସିଲା ଦଣ୍ଡାଦେଶ । ଫାଷ୍ଟଟ୍ରାକ କୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାଲାରେ ୪ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ନିର୍ଦ୍ଦେଶ ଦେଲେ ।

 ନଭେମ୍ବର ୧, ୨୦୧୩ – ଦିଲ୍ଲୀ ହାଇକୋର୍ଟ ଦୈନଦିନ ଶୁଣାଣି ଭିତ୍ତିରେ ନିର୍ଭୟା ଘଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଆରମ୍ଭ କଲେ ।

ମାର୍ଚ୍ଚ ୧୩, ୨୦୧୪- ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଦଣ୍ଡ କୁ ନିଶ୍ଚିତ କଲେ।

ଡିସେମ୍ବର୨୦, ୨୦୧୫- ଦିଲ୍ଲୀ ହାଇକୋର୍ଟ ନାବାଳକ ଦୋଷୀର ମୁକ୍ତି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନାକଲେ । ସେ ୩ ବର୍ଷ ପରେ ସ୍ବଧାର ଗୃହରୁ ମୁକ୍ତ ହେଲା ।

 ଏପ୍ରିଲ ୩, ୨୦୧୬- ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି ।

ମାର୍ଚ୍ଚ ୨୭, ୨୦୧୭ –  ପ୍ରାୟ ବର୍ଷେ ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସ୍ଥଗିତ ରଖିଲେ ।

ମେ ୫, ୨୦୧୭ –  ସୁପ୍ରିମ କୋର୍ଟ ନିର୍ଭୟା ମାମଲାରେ ୪ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଏବଂ ପୱନର ମୃତ୍ୟୁ ଦଣ୍ଡ ଆଦେଶକୁ କାଏମ ରଖିଲେ ।

 ଜୁଲାଇ ୯, ୨୦୧୮ –  ସୁପ୍ରିମକୋର୍ଟରେ ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ପୱନ ଗୁପ୍ତାଙ୍କ ରିଭ୍ୟୁ ପିଟିସନ ଖାରଜ ।

 ଡିସେମ୍ବର ୧୩, ୨୦୧୮-  ୪ ଦୋଷୀଙ୍କ ମୃତ୍ୟୁଦଣ୍ଡ ଆଦେଶର କାର୍ଯ୍ୟକାରିତାକୁ ତ୍ବାରାନ୍ନିତ କରିବାକୁ ଅନୁରୋଧ କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କଲେ ନିର୍ଭୟାଙ୍କ ବାପ-ମାଆ ।

 ଅକ୍ଟୋବର ୨୯, ୨୦୧୯ -କ୍ଷମା ଯାଚିକା ଆବେଦନ ପାଇଁ  ନିର୍ଭୟା ମାମଲାର ଦୋଷୀ ମାନଙ୍କୁ ୭ ଦିନ ସମୟ ଦେଲେ ତିହାର ଜେଲ କର୍ତ୍ତୁପକ୍ଷ। ନଚେତ କୋର୍ଟରେ ବ୍ଲାକ୍‌ ୱାରେଣ୍ଟ ପାଇଁ ଆବେଦନ କରାଯିବ ବୋଲି ସୂଚାଇଲେ ।

ନଭେମ୍ବର ୮, ୨୦୧୯ – ଦୋଷୀ ବିନୟ ଶର୍ମା ଦିଲ୍ଲୀ ସରକାରଙ୍କ ନିକଟରେ କ୍ଷମା ଯାଚିକା ଦାଖଲ କଲେ ।

ନଭେମ୍ବର ୨୯, ୨୦୧୯-  ଦିଲ୍ଲୀ ସରକାରଙ୍କ ଗୃହ ବିଭାଗ ବିନୟ ଶର୍ମାର କ୍ଷମା ଯାଚିକାକୁ ଆଗ୍ରାହ୍ୟ କଲେ । ଏବଂ ସେହି ଫାଇଲକୁ ମୁଖ୍ୟ ଶାସନ ସଚ୍ଚିବଙ୍କ ନିକଟକୁ ପଠାଇଦେଲେ ।  

ନଭେମ୍ବର ୩୦, ୨୦୧୯- ମୁକ୍ୟ ଶାସନ ସଚ୍ଚିବ ବିନୟ ଶର୍ମାର କ୍ଷମା ଆବେଦନକୁ ଖାରଜ କରିବା ସହ ସେହି ଫାଇଲକୁ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନିକଟକୁ ପଠାଇଦେଲେ ।

ଡିସେମ୍ବର ୧, ୨୦୧୯- ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସେହି କ୍ଷମା ଆବେଦନ ଫାଇଲକୁ ଅଗ୍ରାହ୍ୟ କଲେ , ଏବଂ ତାହାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଦେଲେ ।

 ଡିସେମ୍ବର ୨,୨୦୧୯- ଦିଲ୍ଲୀ ଉପରାଜ୍ୟପାଳ ମଧ୍ୟ ବିନୟ ସର୍ମାର କ୍ଷମା ଯାଚିକାକୁ ଅଗ୍ରାହ୍ୟ କରିବା ସହ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଉପେ ମୋହର ମାରିଲେ ।

 ଡିସେମ୍ବର  , ୨୦୧୯-  ବିନୟ ଶର୍ମାର କ୍ଷମା ଯାଚିକା ଆଗ୍ରାହ୍ୟ ସଂକ୍ରାନ୍ତରେ ଦିଲ୍ଲୀ ସରକାରଙ୍କ ସୁପାରିଶକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଗୃହ ମନ୍ତ୍ରଣାଳୟ ।

 ଡିସେମ୍ବର ୧୦, ୨୦୧୯ – ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର କଲା।

ଡିସେମ୍ବର  ୧୭ . ୨୦୧୯- ନିର୍ଭୟା ମାମଲାର ରିଭ୍ୟୁ ପିଟିସନ ଶୁଣାଣିରୁ ଓହରିଗଲେ ପ୍ରଧାନ ବିଚାରପତି ।

 ଡିସେମ୍ବର ୧୮, ୨୦୧୯- ରିଭ୍ୟୁ ପିଟିସନକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ ।

ଡିସେମ୍ବର  ୧୮ ,୨୦୧୯-ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି ଶୁଣାଣିକୁ ଜାନୁଆରୀ ୭ ତାରିଖକୁ ସ୍ଥଗିତ ରଖିଲେ । କୋର୍ଟରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମାଆ ।

ଡିସେମ୍ବର ୧୯. ୨୦୧୯- ନିର୍ଭୟା ମାମଲାର  ଜଣେ ଅପରାଧୀ ( ଦୋଷୀ ) ଘଟଣା ଘଟିଥିବା( ୨୦୧୨ରେ) ବେଳେ ସେ ନାବାଳକ ଥିଲା ବୋଲି କରିଥିବା ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ ।

 ଜାନୁଆରୀ ୭, ୨୦୧୨ – ଦିଲ୍ଲୀର ପଟିଆଲା ହାଉସ କୋର୍ଟ  ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କଲେ । ଜାନୁଆରୀ ୨୨ ତାରିଖ ସକାଳ ୭ ଟାରେ ସେମାନଙ୍କୁ ତିହାର ଜେଲ୍‌ରେ ଫାଶୀ ଦେବାକୁ ନିର୍ଦ୍ଦେଶ । ତେବେ ୧୪ ଦିନ ମଧ୍ୟରେ ସେମାନଙ୍କ ଆଇନଗତ ପ୍ରତିକାର ସୁବିଧା  ନେବାକୁ ମଧ୍ୟ ୪ ଦୋଷୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ କରିଛନ୍ତି କୋର୍ଟ ।

   Related Posts