ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ : ୨ୟ ଦିନରେ ଭାରତୀୟ ବୋଲରଙ୍କ ପ୍ରଭାବ, ନ୍ୟୁଜିଲାଣ୍ଡ ୧୯୫/୮

Published By : Prameya-News7 Bureau | March 01, 2020 IST

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ସିରିଜ୍‌ର ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ଜାରି ରହିଛି । ସିରିଜର ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲର କମାଲ ଦେଖିବାକୁ ମିଳିଛି । ଭାରତୀୟ ବୋଲର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି । ଯାହାଦ୍ବାରା ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ନ୍ୟୁଜିଲାଣ୍ଡ ୬୬ଓଭର ଖେଳି ଶେଷ ସୁଦ୍ଧା ୮ଓ୍ବିକେଟ୍‌ ହରାଇ ୧୯୫ରନ୍‌ କରିଛି ।  ଭାରତ ପକ୍ଷରୁ ବୁମ୍‌ରାହ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ପ୍ରଥମ ଇନିଂସରେ ଭାରତର ରନ୍‌ ଠାରୁ ନ୍ୟୁଜିଲାଣ୍ଡ ଏବେ ୪୭ ରନ୍‌ ପଛରେ ରହିଛି ।

{"id":230990,"sizeSlug":"large"}

ପ୍ରଥମ ଇନିଂସରେ ଭାରତ ୨୪୨ରନ୍‌ କରି ଅଲଆଉଟ ହୋଇଯାଇଥିଲା । ତେବେ ଭାରତର ରନ୍‌କୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । ପ୍ରଥମ ଦିନରେ କୌଣସି ଓ୍ବିକେଟ୍‌ ନହାରଇ ୨୩ଓଭରରେ ୬୩ରନ୍‌ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ସେହିପରି ଦ୍ବିତୀୟ ଦିନରେ ଖେଳ ଆରମ୍ଭ ହେବା ମାତ୍ର ଦେଖଦେଇଥିଲା ଭାରତୀୟ ବୋଲରଙ୍କ କମାଲ୍‌ । ପୂର୍ବ ଦିନରେ ରନ୍‌ରେ ମାତ୍ର ୩ରନ୍‌ ଯୋଡିବା ପରେ ନ୍ୟୁଜିଲାଣ୍ଡ ଇନିଂସର ପ୍ରଥମ ଓ୍ବିକେଟ୍ ବ୍ଲୁଣ୍ଡେଲଙ୍କ ରୂପରେ ପଡିଥିଲା ।

{"id":230991,"sizeSlug":"large"}

ବ୍ଲୁଣ୍ଡେଲ ବ୍ୟକ୍ତିଗତ ଭାବେ ୩୦ରନ୍‌ ଆଉଟ ହୋଇଯାଇଥିଲେ । ପରେ ପରେ ଆରମ୍ଭ ହୋଇଯାଇଥିଲା ନ୍ୟୁଜିଲାଣ୍ଡର ଓ୍ବିକେଟ୍‌ ପତନ । ଭାରତୀୟ ବୋଲରଙ୍କ ଆଟାକ୍‌କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ କିଓ୍ବି ବ୍ୟାଟସମ୍ୟାନ୍‌ । ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଅର୍ଡର ଅନ୍ତରାଳ ଭାବରେ ଭାରତୀୟ ବୋଲରଙ୍କ ଶୀକର ହୋଇଚାଲିଲେ । ଦଳ ପକ୍ଷରୁ ଓପନର ସର୍ବାଧିକ ୫୨ରନ୍‌ କରି ଆଉଟ ହୋଇଛନ୍ତି । ତେବେ ବର୍ତ୍ତମାନ ଖବର ପର୍ଯ୍ୟନ୍ତ ଜାମିସନ ୪୨ ଓ ଓ୍ବେଗନର ୯ରନ୍‌ କରି କ୍ରିଜରେ ଅଛନ୍ତି । ସେପଟେ ଭାରତୀୟ ବୋଲରଙ୍କ ମଧ୍ୟରୁ ଜସ୍‌ପ୍ରିତ ବୁମ୍‌ରାହ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଜାଡେଜା ଓ ସାମି ୨-୨ଲେଖାଏଁ ଓ୍ବିକେଟ୍‌ ନେଇଛନ୍ତି । ଉମେଶ ଯାଦବଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.