୬୦ ବର୍ଷ ପରେ ହେବ ମହାସଂଯୋଗ, ଶିବ ଓ ଶନି ଏକା ସହ ହେବେ ପ୍ରସନ୍ନ, ୩ଟି ରାଶି ପାଇଁ ହେବ ଫାଇଦା

Published By : Prameya-News7 Bureau | August 05, 2019 IST

ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ର। ଏହି ୨ଟି ଜିନିଷ ପାଇଁ ମଣିଷ ଜୀବନର ସବୁ ଗତିବିଧି ସ୍ଥିର ହୋଇଥାଏ। ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟଧୀଶ କୁହାଯାଏ। ମଣିଷ ନିଜ ଜୀବନରେ ଭଲ ଓ ଖରାପ କାମ ଶନିଦେବଙ୍କ ଯୋଗୁଁ କରିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ୬୦ ବର୍ଷ ପରେ ଏକ ନିଆରା ସଂଯୋଗ ହୋଇଛି। ଯେଉଁଥିରେ ଶିବ ଓ ଶନି ଏକା ସହ ଏହି ଶ୍ରାବଣ ମାସରେ ପ୍ରସନ୍ନ ହୋଇଛନ୍ତି। ଏହାର ଫାଇଦା ମୁଖ୍ୟ ରୂପରେ ୩ଟି ରାଶିକୁ ହେବ। ଅନ୍ୟ ରାଶି ଉପରେ ଏହାର ମିଳାମିଶା ପ୍ରଭାବ ପଡିବ। ତେବେ ଏହି ୩ଟି ରାଶି ବିଷୟରେ ଜାଣନ୍ତୁ

{"id":141197,"width":536,"height":536}

 ମୀନ ରାଶି

ମୀନ ରାଶି ଥିବା ଲୋକଙ୍କୁ ଏହି ଶୁଭ ଅବସରରେ ଧନ, ପ୍ରତିଷ୍ଠା, ସଫଳତା ଲାଭ ହେବ। ଯେଉଁ ବିଷୟରେ କେବେ ଆଗରୁ ଭାବି ନଥିବେ ସେହି ବିଷୟରେ ଧ୍ୟାନ ଦେବା ଆରମ୍ଭ କରିବା ଉଚିତ୍‌। ବାହାର ଖାଇବା ଛାଡି ଘର ଖାଦ୍ୟ ଖାଇବା ଉଚିତ୍‌। ନିଜ ଭାବନା ବିଷୟରେ ପରିବାର ଓ ପାର୍ଟନର ସହ ସେୟାର କରିବା ଭୁଲିବା ଅନୁଚିତ୍‌। ଧନ ପ୍ରାପ୍ତ ହେବାର ସମ୍ଭାବନା ରହିବା ସହ କ୍ୟାରିଅରରେ ମଧ୍ୟ ସଫଳତା ମିଳିବ।

{"id":141198,"width":549,"height":489}

ତୁଳା ରାଶି

ତୁଳା ରାଶି ଲୋକମାନଙ୍କୁ  ନିଜ ଚାକୀରିରେ ନୂଆ ଦାୟିତ୍ବ ମିଳିବ। ଆୟ ବଢିବା ସତ କିନ୍ତୁ ଖର୍ଚ୍ଚ ମଧ୍ୟ ବଢିବ। ପରିବାର ଲୋକେ ସବୁ କାମରେ ସହଯୋଗ କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଏହା ବେଶ ଶୁଭ ସମୟ। ଦାମ୍ପତ୍ୟ ଜୀବନ ମଧ୍ୟ ଖୁବ ସୁଖମୟ ରହିବ। ଲକ୍ଷ୍ମୀ ମାଆ ଆଗମନ କରିପାରନ୍ତି ଓ ଧନ ଲାଭ ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ଅବସର ବେଶ ଶୁଭ ରହିବ। ତେଣୁ କୌଣସି ଜିନିଷ ହାତଛଡା କରିବା ଅନୁଚିତ୍‌।

{"id":141199,"width":502,"height":502}

କନ୍ୟା ରାଶି

କନ୍ୟା ରାଶି ଲୋକଙ୍କ ପାଇଁ ଶିବ ଓ ଶନିଙ୍କ ସଂଯୋଗ ବହୁତ ଭଲ ଅବସର। ପରିବାରର ମାହୋଲ ସୁଖମୟ ରହିବ। ଘରେ ନୂଆ ସଦସ୍ୟଙ୍କ ଆଗମନ ହୋଇପାରେ। ନୂଆ ସଦସ୍ୟ ଆସିଲେ ଘରର ମାହୋଲ ପୂରା ବଦଳିଯିବ ଓ ସୁଖ ସମୃଦ୍ଧି ବଢିବ। ନବ ବିବାହିତା ଯୋଡିଙ୍କ ପାଇଁ ଏହା ଏକ ଶୁଭ ଅବସର ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏକ ବଡ ଅର୍ଡର ମିଳିବାର ସମ୍ଭାବନା ଅଛି। ଜୀବନର ଅନ୍ୟ ଗତିରେ ମଧ୍ୟ ସଫଳତା ହାସଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.