ପୁନଃମିିଳନ: ଛାଡ଼ପତ୍ରର ୫୫ ବର୍ଷ ପରେ ପୂର୍ବ ସ୍ୱାମୀଙ୍କୁ ବିବାହ କଲେ ମହିଳା

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ, ୦୧/୦୩: ଆମେରିକା ଲାସ୍‌ ବେଗାସ୍‌ରେ ରହୁଥିବା ୭୮ ବର୍ଷୀୟ ଡିଏନ୍‌ ରୋନାଲ୍ଡ ଏକ ରିଲେସନ୍‌ସିପ୍‌ ପୋର୍ଟାଲ୍‌ରେ ନିଜର ବିବାହିତ ଜୀବନ ବିଷୟରେ ସେୟାର କରିଛନ୍ତି । ଡିଏନ୍‌ କହିଛନ୍ତି ଯେ, ୧୯୫୬ ମସିହାରେ ତାଙ୍କର ଏବଂ ଡେନିସ୍‌ ନାମକ ଜଣେ ପିଲାର ଏକ ସ୍କୁଲ୍‌ରେ ଆଡ୍‌ମିଶନ୍‌ ହୋଇଥିଲା । ଦୁଇଜଣ ଯାକ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଥିଲେ ଏବଂ ଦୁହିଁଙ୍କୁ ୧୩ ବର୍ଷ ବୟସ ହୋଇଥିଲା । ସେତେବେଳେ ସେମାନେ ପରସ୍ପରକୁ ବହୁତ ପସନ୍ଦ କରୁଥିଲେ । ଏହା ଧିରେ ଧିରେ ଡେଟିଂରେ ପରିଣତ ହୋଇଥିଲା ।

୧୮ ବର୍ଷ ହୋଇଥିବା ସମୟରେ ସେ ଏବଂ ଡେନିସ୍‌ ୧୯୬୧ରେ ବିବାହ କରିଥିଲେ । ଦୁଇ ବର୍ଷ ମଧ୍ୟରେ ତାଙ୍କର ଦୁଇଟି ସନ୍ତାନ ହୋଇଥିଲେ । ଡେନିସ୍‌ କାମ କରିବାକୁ ଯାଉଥିଲେ ଏବଂ କାମରୁ ଫେରି କ୍ଲାନ୍ତ ହୋଇ ସୋଇ ଯାଉଥିଲେ । ତେଣୁ ଦୁହିଁକ ମଧ୍ୟରେ ସମ୍ପର୍କ ଧିରେ ଧିରେ ଫିକା ପଡ଼ିବାରେ ଲାଗିଲା । ୧୯୬୫ରେ ସେ ତଲାକ୍‌ ନେଇଥିଲେ । ଏହାପରେ ବହୁ ବର୍ଷ ପ୍ରଯ୍ୟନ୍ତ ସେମାନେ ଦେଖା ସାକ୍ଷାତ ହୋଇନଥିଲେ ।

ଏଥିମଧ୍ୟରେ ଡେନିସ୍‌ ଦ୍ୱିତୀୟବାର ବିବାହ କରିନେଇଥିଲେ । ସେ ଦ୍ୱିତୀୟ ପତ୍ନୀଙ୍କ ସହିତ ୩୧ ବର୍ଷ ରହିଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଯିବାରୁ ସେ ତୃତୀୟ ପତ୍ନୀ ଧାରଣ କରିଥିଲେ । ୧୭ ବର୍ଷ ପରେ ୨୦୧୭ରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଡେନିସ୍‌ ଏକା ହୋଇଯାଇଥିଲେ ।  ଡିଏନ୍‌ ମଧ୍ୟ ତଲାକ୍‌ ପରେ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଆହୁରି ୪ଟି ପିଲା ହୋଇଥିଲା । ତାଙ୍କ ସ୍ୱୀମୀଙ୍କର ୧୯୮୨ରେ ମୃତ୍ୟୁ ହେବା ପରେ ସେ ଏକା ୬ଟି ପିଲାଙ୍କୁ ସମ୍ଭାଳିଥିଲେ ।

ହେଲେ ପ୍ରଥମ ପୁଅ ବେମାରରେ ମୃତ୍ୟୁ ବରଣ କଲା ପରେ ଦ୍ୱିତୀୟ ପୁଅ ଦୁର୍ଘଟଣାରେ ଚାଲିଯାଇଥିଲା । ଏହି ସମୟରେ ପାଖାପାଖି ୫୪ ବର୍ଷପରେ ଡେନିସ୍‌ଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଏହାପରେ ସେମାନେ ପୁନଃର୍ବାର ବିବାହ କରିବାକୁ ସ୍ଥିର କରିଥିଲେ ଏବଂ ୨୦୨୦ ମସିହାରେ ବିବାହ କରି ଏବେ ଏକାଠି ରହୁଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.